ପ୍ରମୁଖ ଖବର
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ଆଇପିଏଲ ୨୦୨୪ : ପଞ୍ଜାବକୁ ମାତ୍ ଦେଲା ବେଙ୍ଗାଲୁରୁ

ଧର୍ମଶାଳା : ପଞ୍ଜାବକୁ ମାତ୍‌ ଦେଲା ବେଙ୍ଗାଲୁରୁ। ୨୪୨ ରନ୍‌ର ଟାର୍ଗେଟ୍‌କୁ ପିଛା କରି ୧୮୧ ରନ୍‌ରେ ରହିଗଲା ପଞ୍ଜାବ କିଙ୍ଗସ୍‌। ୧୭ ଓଭରରେ ସମସ୍ତ ୱିକେଟ ହରାଇ କଲା ୧୮୧ ରନ୍‌ । ଆଜିର ଏହି ଚିତାକର୍ଷକ ଖେଳରେ ୬୦ରନ୍‌ରେ ମ୍ୟାଚକୁ ହାତେଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଉକ୍ତ ମ୍ୟାଚରେ ବିରାଟ କୋହଲି ଦମଦାର ପାଳି ଖେଳିଥିଲେ , ଯାହା ଦ୍ୱାରା ଆରିସିବି ଉକ୍ତ ମୁକାବିଲାକୁ ନିଜ ନାଁରେ କରି ପାରିଲା। ଏହି ପରାଜୟ ସହ ପଞ୍ଜାବ କିଙ୍ଗସ ପ୍ଲେଅଫ୍‌ର ରେସ୍‌ରୁ ବାହାର ହୋଇଗଲା । 

ଆଇପିଏଲ୍‌ ୨୦୨୪ ସିଜନରେ ପଞ୍ଜାବ କିଙ୍ଗସ୍‌ ( ପିବିକେଏସ) ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ ଧର୍ମଶାଳାର ଏଚପିସିଏ ଷ୍ଟାଡିୟମରେ ଖେଳା ଯାଇଥିଲା, ଯେଉଁଥିରେ ପଞ୍ଜାବର ଅଧିନାୟକ ସାମ୍ କରନ୍‌ ଟସ୍‌ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ। ଜବାବରେ ଆରସିବି , ପଞ୍ଜାବ କିଙ୍ଗସ୍‌ ପାଇଁ  ୨୪୨ ରନ୍‌ର ଟାର୍ଗେଟ୍‌ ସେଟ୍‌ କରିଥିଲା 

ଆଇପିଏଲ ୨୦୨୪ : ପଞ୍ଜାବ କିଙ୍ଗସକୁ ୨୪୨ ରନ୍‌ର ଟାର୍ଗେଟ୍‌ ଦେଲା ଆରସିବି

ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଆରସିବି ୭ ୱିକେଟ ହରାଇ ୨୪୧ ରନ୍‌ କରି ଥିଲା। ୧୦ ଓଭର ପରେ ବର୍ଷା ଯୋଗୁଁ ପଡ଼ିଆରେ କୁଆପଥର ବର୍ଷିଥିଲା। ହେଲେ କିଛି ସମୟର ବିରାମ ପରେ ମ୍ୟାଚ୍‌ ପୁଣି ଆରମ୍ଭ ହୋଇଥିଲା। ଏହାପରେ ବିରାଟ କୋହଲିଙ୍କର ବ୍ୟାଟ୍‌ ଗର୍ଜି ଥିଲା ଏବଂ ସେ ଆକ୍ରାମକ ଅନ୍ଦାଜରେ ୪୭ଟି ବଲ୍‌ରେ ୯୨ରନ୍‌ର ପାଳି ଖେଳିଥିଲେ।

ଏହି ସମୟରେ ୬ଟି ଛକ୍କା ଓ ୭ଟି ଚୌକା ବର୍ଷା ହୋଇଥିଲା । ଏହା ବ୍ୟତୀତ ରଜତ ପାଟିଦାର ୨୩ଟି ବଲରେ ୫୫ ରନ୍‌ କରିଥିଲେ। ଶେଷରେ କ୍ୟାମରନ୍‌ ଗ୍ରୀନ୍‌ ୨୭ଟି ବଲ୍‌ରେ ୪୬ ରନ୍‌ କରି ଥିଲେ। କୋହଲି ଓ ଗ୍ରୀନ୍‌ଙ୍କ ମଧ୍ୟରେ ୪୬ଟି ବଲ୍‌ରେ ୯୨ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ପଞ୍ଜାବ ପାଇଁ ହର୍ଷଲ ପଟେଲ ୩ ଓ ବିଦ୍ଭଥ କାଭେରପ୍ପା ୨ ୱିକେଟ୍‌ ନେଇଥିଲେ। ସେପଟେ ସାମ୍‌ କରନ ଓ ଅର୍ଶଦୀପ ସିଂହଙ୍କୁ ୧-୧ ସଫଳତା ମିଳିଥିଲା।

ଉକ୍ତ ସିଜନରେ ପଞ୍ଜାବ ଓ ବେଙ୍ଗାଲୁରୁ ମଧ୍ୟରେ ଏହା ଦ୍ୱିତୀୟ ଟକ୍କର। ଏହା ପୂର୍ବରୁ  ୨୫ମାର୍ଚ୍ଚରେ ମୁକାବିଲା ହୋଇଥିଲା। ଯେଉଁଥିରେ ଆରସିବି ୪ ୱିକେଟ୍‌ରେ ବିଜୟ ହାସଲ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.