ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

୧୨ରୁ କଳିଙ୍ଗରେ ଜାତୀୟ ଫେଡେରେସନ୍‌ କପ୍‌ ଆଥଲେଟିକ୍ସ: ଆସୁଛନ୍ତି ବିଶ୍ୱ ଚାମ୍ପିଅନ ନୀରଜ, ଭାଗ ନେବେ କିଶୋର, ଡିପି ମନୁ ଓ ଶିବପାଲ

ଭୁବନେଶ୍ୱର,୦୯/୦୫: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୭ତମ ଜାତୀୟ ଫେଡେରେସନ୍‌ କପ୍‌ ଆଥଲେଟିକ୍ସ  ଚାମ୍ପିଅନସିପ୍‌ । ଏହି ପ୍ରତିଯୋଗିତାରେ ମୁଖ୍ୟ ଆକର୍ଷଣ ସାଜିବେ ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିଅନ ନୀରଜ ଚୋପ୍ରା ।  ଭାରତୀୟ ଆଥଲେଟିକ୍ସ ସଂଘ (ଏଏଫ୍‌ଆଇ)  ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି ।

ଟୋକିଓ ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିଅନସିପ୍‌ରେ  ସ୍ୱର୍ଣ୍ଣ ଜିତିବା ପରେ ପ୍ରଥମ ଥର ନୀରଜ ଘରୋଇ  ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସହମତି ପ୍ରକାଶ  କରିଛନ୍ତି । ଆସନ୍ତା ୧୦ ତାରିଖରେ ଦୋହା ଡାଏମଣ୍ଡ  ଲିଗ୍‌ ଶେଷ ହେବା ପରେ ସେ ଭୁବନେଶ୍ୱରରେ ଆସି  ପହଞ୍ଚିବେ ଏବଂ ୧୫ ତାରିଖରେ ସାଥି କିଶୋର  ଜେନା, ଡିପି ମନୁ ଏବଂ ଶିବପାଲ ଯାଦବଙ୍କ ସହ  ପ୍ରତିଦ୍ୱନ୍ଦ୍ୱିତା କରିବେ । ଫେଡେରେସନ କପ୍‌ ୧୨ରୁ  ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ ।  

କୋଚ୍‌ କ୍ଲାଉସ ବାର୍ଟୋନିଏଜ ଜାତୀୟ ଗଣମାଧ୍ୟମକୁ  ସୂଚନା ଦେଇ କହିଛନ୍ତି ଯେ, ନୀରଜ ଭୁବନେଶ୍ୱରରେ  ଆୟୋଜିତ ହେବାକୁ ଯାଉଥିବା ଫେଡେରେସନ୍‌ କପ୍‌ରେ  ଭାଗ ନେବେ । ଶେଷ ଥର ସେ ୨୦୨୧ ମାର୍ଚ୍ଚ ୧୫ ତାରିଖରେ  ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ୮୭.୮୦  ମିଟର ଜାଭେଲିନ ଫିଙ୍ଗି ସ୍ୱର୍ଣ୍ଣ ଜିତିଥିଲେ । ଏହାପରେ  ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ ।  

ଦୋହା ଡାଏମଣ୍ଡ ଲିଗ୍‌ରେ ନୀରଜ ଏବଂ ଏସୀୟ  କ୍ରୀଡ଼ାରେ ରୌପ୍ୟ ବିଜେତା କିଶୋର ଜାପାନର  ରଡେରିକ ଜେନକି ଡିନ, ଫିନ୍‌ଲାଣ୍ଡର ଓଲିଭର  ହେଲାଣ୍ଡର, ମଲଡୋଭାର ଆଡ୍ରିଆନ ମାରଡାରେ,  ଲିଥୁଆନିଆର ଏଡିସ ମାତୁସେଭିସିୟସ, ଗ୍ରେନାଡାର  ଆଣ୍ଡରସନ ପିଟର୍ସ, ଆମେରିକାର କଟିସ ଥମ୍ପସନ,  ଚେକ ଗଣରାଜ୍ୟର ଜାକୁବ ଭାଦଲେଜଚ ଏବଂ ଜର୍ମାନୀର  ଜୁଲିଆନ ୱେବରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ପୂର୍ବରୁ ଉଭୟ ପ୍ୟାରିସ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ  କରିସାରିଛନ୍ତି । ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୮୯.୯୪  ମିଟର ଏବଂ କିଶୋରଙ୍କ ୮୭.୫୪ ମିଟର ରହିଛି ।  

ଫେଡେରେସନ୍‌ କପ୍‌ରେ କ୍ରୀଡ଼ାବିତଙ୍କ ପାଇଁ  ପ୍ୟାରିସ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିବାର ସୁଯୋଗ  ରହିଛି । ନିକଟରେ ବେଙ୍ଗାଲୁରୁରେ ଆୟୋଜିତ  ଇଣ୍ଡିଆନ ଗ୍ରାଁପ୍ରି-୧ରେ ଟ୍ରିପଲ ଜମ୍ପରେ ପ୍ରବୀଣ  ଚିତ୍ରାଭେଲ ୧୭.୧୨ ମିଟର ପ୍ରଦର୍ଶନ ଦେଇ ସ୍ୱର୍ଣ୍ଣ ପଦକ  ଜିତିଥିଲେ । ସେ ହିଁ ଏକମାତ୍ର ଆଥଲେଟ୍‌ ଭାବେ  ଅଲିମ୍ପିକ୍ସ ଯୋଗ୍ୟତାର ନିକଟତର ହୋଇଥିଲେ । ମାତ୍ର  ୦.୧୦ ମିଟରରୁ ଯୋଗ୍ୟତାରୁ ବଞ୍ଚିତ ହୋଇଥିଲେ । ୨୦୧୭ରେ କଳିଙ୍ଗ ଷ୍ଟାଡିୟମରେ ଏସିଆନ୍‌  ଆଥଲେଟିକ୍ସ ଚାମ୍ପିଅନସିପ୍‌ ଆୟୋଜିତ ହୋଇଥିଲା ।  ନୀରଜ ୮୫.୨୩ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.