ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଆଜି ପୃଥିବୀ ଦିବସ, ଏ ବର୍ଷର ଥିମ୍ ‘ଗ୍ରହ ବନାମ ପ୍ଲାଷ୍ଟିକ୍’, ପ୍ଲାଷ୍ଟିକ୍ ବ୍ୟବହାର କମାଇବାକୁ ଆହ୍ବାନ

ନୂଆଦିଲ୍ଲୀ ୨୨/୦୪: ଜଳବାୟୁ ସଙ୍କଟ ଅଧିକରୁ ଅଧିକ ଗମ୍ଭୀର ହେଉଥିବାବେଳେ  ପ୍ରତିବର୍ଷ ପୃଥିବୀ ଦିବସର ଗୁରୁତ୍ୱ ବଢୁଛି । ପରିବେଶ ଏବଂ  ପୃଥିବୀର ସୁରକ୍ଷା ଲାଗି ଆବଶ୍ୟକ ଜରୁରିକାଳୀନ କାର୍ଯ୍ୟାନୁଷ୍ଠାନ  ବିଷୟରେ ଆଲୋକପାତ କରିବା ପାଇଁ ବିଶ୍ୱବାସୀଙ୍କୁ ଏକତ୍ର କରିବା ଉଦ୍ଦେଶ୍ୟରେ ୧୯୭୦ ମସିହାରେ ପ୍ରଥମେ ବିଶ୍ୱ ପୃଥିବୀ  ଦିବସ ପାଳନ କରାଯାଇଥିଲା । ଏବେ ବିଶ୍ୱର ୧୯୩ଟି ଦେଶରେ  ଏହା ପାଳିତ ହେଉଛି । ଏହି ଦିନରେ ବିଶ୍ୱର ବିଭିନ୍ନ ସ୍ଥାନରେ  ପରିବେଶ ସୁରକ୍ଷା ସଂପର୍କିତ କର୍ମଶାଳାମାନ ଆୟୋଜିତ  ହୋଇଥାଏ । ଅନେକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସଫେଇ  ଅଭିଯାନ ଚଳାଯାଏ । କିଛି ସ୍ଥାନରେ ଲୋକମାନେ ଏକତ୍ରିତ ହୋଇ  ବୃକ୍ଷରୋପଣ କାର୍ଯ୍ୟ କରିଥାନ୍ତି । 

ଚଳିତବର୍ଷ ଲାଗି ଏହି ଦିବସର  ଥିମ୍‌ ହେଉଛି ‘ଗ୍ରହ ବନାମ ପ୍ଲାଷ୍ଟିକ୍‌’ । ସମୁଦ୍ର, ନଦୀ ଏପରିକି  ଆମର ଖାଦ୍ୟ ଶୃଙ୍ଖଳରେ ବର୍ଧିଷ୍ଣୁ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସଂପର୍କରେ  ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହି ଥିମ୍‌କୁ ଚୟନ  କରାଯାଇଛି । ଏହା ମାଧ୍ୟମରେ ପ୍ଲାଷ୍ଟିକ୍‌ର ବ୍ୟବହାର କମାଇବା  ଏବଂ ତାର ବିକଳ୍ପ ସାମଗ୍ରୀ ବ୍ୟବହାର ଲାଗି ଆହ୍ୱାନ ଦିଆଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.