ପ୍ରମୁଖ ଖବର
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଜାମିନ୍‌ ଆବେଦନ ଖାରଜ

Image Courtesy: indianexpress

ନୂଆଦିଲ୍ଲୀ:  ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦ୍ବିତୀୟ ଜାମିନ ଆବେଦନ ଖାରଜ । ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ଆବେଦନ ଖାରଜ କରିଥିବା ଜଣାପଡ଼ିଛି । ଏହା ପୂର୍ବରୁ ଏପ୍ରିଲ ୨୦ରେ ସ୍ବତନ୍ତ୍ର ଜଜ୍‌ କାବେରୀ ବାଓ୍ବେଜା ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି (ମଙ୍ଗଳବାର) ସିସୋଦିଆଙ୍କ ଜାମିନ ଆବେଦନକୁ ଦ୍ବିତୀୟ ଥର ଲାଗି ଖାରଜ କରିଛନ୍ତି କୋର୍ଟ । ଏହା ପୂର୍ବରୁ ଲୋକସଭା ନିର୍ବାଚନରେ ପ୍ରଚାର କରିବା ଲାଗି  ଅନ୍ତରୀଣ ଜାମିନ ଆବେଦନ କରିଥିଲେ ମନୀଷ ସିସୋଦିଆ ।

ଅବକାର ଦୁର୍ନୀତି ମାମଲାରେ ୨୬ ଫେବୃଆରୀ ୨୦୨୩ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।ଏହା ପରେ ସେହିବର୍ଷ ମାର୍ଚ୍ଚ ୯ରେ ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କୁ ବାନ୍ଧିଥିଲା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) । ତେବେ ସିବିଆଇ ଦ୍ବାରା ଗିରଫ ହେବାର ଦୁଇ ଦିନ ପରେ ୨୮ ଫେବୃଆରୀ ୨୦୨୩ରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ଆପ୍‌ର ବରିଷ୍ଠ ନେତା ମନୀଷ ସିସୋଦିଆ ।

  ଦିଲ୍ଲୀ  ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଗିରଫ ହୋଇଛନ୍ତି । ଚଳିତ ବର୍ଷ ମାର୍ଚ୍ଚ ୨୧ରେ ତାଙ୍କୁ ଇଡି ଗିରଫ କରିଥିବା ବେଳେ ସେ ତିହାର ଜେଲ୍‌ରେ ଅଛନ୍ତି ।ମଙ୍ଗଳବାର କେଜ୍ରିଓ୍ବାଲ ସୁପ୍ରିମକୋର୍ଟ‌ରେ କହିଥିଲେ ଯେ, ଇଡି ସାମ୍ନାରେ ହାଜର ନହେବାକୁ ନେଇ ତାଙ୍କୁ ବାରମ୍ବାର ସମନ ହୋଇଥିଲା । ତଦନ୍ତ ଲାଗି ସହଯୋଗ ନକରିବା ଅଭିଯୋଗରେ  ତାଙ୍କୁ ଗିରଫ କରିବାର କୌଣସି ଆବଶ୍ୟକତା ନଥିଲା ବୋଲି କେଜ୍ରିଓ୍ବାଲଙ୍କ ପକ୍ଷରୁ ସର୍ବୋଚ୍ଚ ଅଦାଲତଙ୍କୁ କୁହାଯାଇଛି । ସେପଟେ ନିର୍ବାଚନ ପୂର୍ବରୁ କେଜ୍ରିଓ୍ବାଲଙ୍କୁ କାହିଁକି ଗିରାଯାଇଛି ବୋଲି ଇଡିକୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିବା ଜଣାପଡ଼ିଛି । 

 

  • new delhi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.