ପ୍ରମୂଖ ଖବର
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ସ୍କାମ୍‌ ରୋକିବାକୁ ଗୁଗୁଲର ନୂଆ ଅସ୍ତ୍ର, ଓଟିପି ଠକେଇରୁ ବଞ୍ଚାଇବ Android 15

ନୂଆଦିଲ୍ଲୀ: ଓ୍ବାନ ଟାଇମ୍‌ ପାସଓ୍ବାର୍ଡ ବା ଓଟିପି ସଂପର୍କିତ ଠକେଇ ବଢ଼ିବାରେ ଲାଗିଛି । ଦେଶରେ ଓଟିପି ସଂପର୍କିତ ଫ୍ରଡ୍‌ ଉପରେ ରୋକ ଲଗାଇବାକୁ ଗୁଗୁଲ୍‌ Android 15ର ନୂଆ ବିଟା ଭର୍ଜନ ଲଞ୍ଚ କରିଛି । ଆଗାମୀ କିଛି ମାସରେ ୟୁଜର୍ସଙ୍କୁ Android 15 ର ଷ୍ଟେବଲ ଭର୍ଜନ ମିଳିଯିବ । Android 15 ର ବିଟା ଭର୍ଜନରେ ଗୁଗୁଲ ଅଧିକ ଫିଚର ଦେଇଛି । ଓଟିପି ଫ୍ରଡ ରୋକିବା ଲାଗି ନୂଆ ଫିଚର ଆଣିଛି ଗୁଗୁଲ୍‌ ।

ନିଜ ଆନୁଆଲ ଡେଭଲପର୍ସ କନଫରେନ୍ସ Google I/O ରେ କମ୍ପାନୀ କହିଛି ଯେ, Android 15 ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ ମିଳିବ । ଏଥିରେ ଏଆଇ ପାୱର୍ଡ ପ୍ରୋଟେକ୍ସନ ରହିବ । ଯାହାର ବ୍ୟବହାର କରି ଫ୍ରଡ ଏବଂ ସ୍କାମକୁ ରୋକାଯାଇପାରିବ । ଅଧିକ ସୁରକ୍ଷା ପାଇଁ ଅନେକ ଆପ୍ସକୁ ନୋଟିଫିକେସନରେ ଓଟିପିର ଆକ୍ସେସ ମିଳିବ ନାହିଁ ।

ସେପଟେ ୟୁଜର୍ସ ଯଦି ୱିୟରେବଲ କମ୍ପାନିଅନ ଆପ (Wearable Companion App) ବ୍ୟବହାର କରୁଛନ୍ତି, ତେବେ Android 15ରେ ତାଙ୍କୁ ଓଟିପିର ଆକ୍ସେସ ମିଳିବ ନାହିଁ । ଏଥିରେ ସ୍ପାଇୱେୟାରକୁ ଓଟିପିର ଆକ୍ସେସ ମିଳିବ ନାହିଁ । ଅର୍ଥାତ ନୂଆ ଆଣ୍ଡ୍ରୋଏଡ ଭର୍ଜନରେ ଓଟିପିର ଆକ୍ସେସ  ମିଳିବା ସହଜ ହେବ ନାହିଁ।

ସେହିଭଳି ଲାଟେଷ୍ଟ ଆଣ୍ଡ୍ରୋଏଡ ଭର୍ଜନରେ ସ୍କ୍ରିନ୍‌ ଶେୟାରିଂ ଫିଚର ଅନ୍‌ କଲେ ପ୍ରାଇଭେଟ୍‌ କଣ୍ଟେଣ୍ଟ ହାଇଡ୍‌ ହୋଇ ରହିବ । ଏହା ଦ୍ବାରା ସାଇବର ଠକ ଆପଣଙ୍କର ନୋଟିଫିକେସନକୁ ଦେଖିପାରିବେ ନାହିଁ । ଏହା ବ୍ୟତୀତ ସ୍କ୍ରିନ୍‌ ଶେୟାରିଂରେ ଆପଣଙ୍କ ଓଟିପି ନଜର ଆସିବ ନାହିଁ । 

  • Google
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.