ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ, ବେହରଣ ଦ୍ଵାର ଠାରେ ପଡିଥିଲା ରକ୍ତଛିଟା

ପୁରୀ, ୨୩।୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ। ମଙ୍ଗଳାଳତୀ ପୂର୍ବରୁ ମହାସ୍ନାନ ହେଲେ ମହାପ୍ରଭୁ। ବେହରଣ ଦ୍ଵାର ଠାରେ ରକ୍ତଛିଟା ପଡ଼ିଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ସକାଳ ୫ଟା ୨୧ରେ  ସିଂହଦ୍ଵାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ। ଭିତରକାଠ ନିକଟ ଧୁକୁଡି ଦ୍ୱାର ନିକଟରେ ଜଣେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ଫଳରେ ମଙ୍ଗଳାଳତୀ ପୂର୍ବରୁ ମହାପ୍ରଭୁଙ୍କ ବଡ ମହାସ୍ନାନ ହେବା ପରେ ନୀତି ଆଗକୁ ବଢିଛି। ମନ୍ଦିର ପରିସରରେ ଧୁଆଧୋଇ ହୋଇ ଚୂନ ପାଣି ପଡିବା ପରେ ନୀତିକାନ୍ତି ହୋଇଛି। 

ସେହିପରି ଗତ ରବିବାର ଦିନ ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହୋଇଥିଲା । ଚାଙ୍ଗଡ଼ା ଦ୍ୱାର ଠାରୁ ବେହରଣ ଦ୍ୱାର ପର୍ଯ୍ୟନ୍ତ ରକ୍ତଛିଟା ପଡିଥିବାରୁ ବଡ଼ ମହାସ୍ନାନ କରାଯାଇଥିଲା । ସକାଳ ଧୂପ ଭୋଗ ଶେଷ ହେବା ପରେ ଭିତର କାଠ ଦର୍ଶନ ସମୟରେ ରକ୍ତଛିଟା ଦେଖିବାକୁ ମିଳିଥିଲା ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.