ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କାକଟପୁର ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ଲଢେଇ : ବିକାଶ ହିଁ ସାଜିବ ମୁଖ୍ୟ ପ୍ରସଙ୍ଗ

ଅସ୍ତରଙ୍ଗ,୨।୫ : ପୁରୀ ଜିଲ୍ଲା କାକଟପୁର ବିଧାନସଭା ଆସନରେ ଚଳିତ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବ । ଏହି ଆସନ ପାଇଁ ବିଜେଡିରୁ ତୁଷାରକାନ୍ତି ବେହେରା, କଂଗ୍ରେସରୁ ବିଶ୍ୱଭୂଷଣ ଦାସ ଓ ବିଜେପିରୁ ବାଇଧର ମଲ୍ଲିକ ପ୍ରାଥୀ ହୋଇଛନ୍ତି। 

କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ ବ୍ଲକ ୧୫ଟି ପଂଚାୟତ, କାକଟପୁର ବ୍ଲକ୧୬ଟି ପଂଚାୟତ, ଗୋପ ବ୍ଲକର ୧୪ପଂଚାୟତ ସମେତ କୋଣାର୍କ ଏନ ଏ ସି ୧୩ଟି ୱାର୍ଡ କୁ ନେଇ ଏହି ବିଧାନସଭା ଆସନ ଗଠିତ। ଏହି ନିର୍ବାଚନ ମଣ୍ଡଳୀରେ ମୋଟଭୋଟର ୨ଲକ୍ଷ ୩୯ହଜାର ୯୮୩ଖଣ୍ଡ ହୋଇଥିବା ବେଳେ ପୁରୁଷ ଭୋଟର ୧ଲକ୍ଷ ୨୪ହଜାର ୧୩୦ଖଣ୍ଡ, ମହିଳା ଭୋଟର ୧ଲକ୍ଷ ୧୫ହଜାର ୮୫୦ଖଣ୍ଡ ଓ ଥାର୍ଡ଼ ଜେଣ୍ଡର ୩ଜଣ ଅଛନ୍ତି।

୨୦୦୦ମସିହା ରୁ କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡି ଗଡ଼  ରହିଆସିଛି।  ୨୦୦୦ମସିହା ରୁ ଲଗାତାର ବିଜେଡି ପ୍ରାର୍ଥୀ ଏଠାରୁ ବିଜୟୀ ହେଉଛନ୍ତି। ଗତ ୨୦୦୯ମସିହାରେ ବିଜେଡିରୁ ରବି ମଲ୍ଲିକ ୭୪,୧୧୪ଖଣ୍ଡ, କଂଗ୍ରେସରୁ ବିଶ୍ୱଭୂଷଣ ଦାସ ୫୮,୮୯୩ଖଣ୍ଡ ଓ ବିଜେପି ରୁ ଈଶ୍ୱର ଚନ୍ଦ୍ର ବେହେରା ୪୨୭୩ଖଣ୍ଡ ଭୋଟ ପାଇଥିଲେ।୨୦୧୪ମସିହା ବିଜେଡିରୁ ସୁରେନ୍ଦ୍ର ସେଠୀ ୮୯,୯୬୩ଖଣ୍ଡ, କଂଗ୍ରେସ ରୁ ରବୀନ୍ଦ୍ର ସେଠୀ ୪୮,୯୩୩ଖଣ୍ଡ, ବିଜେପି ରୁ ତୁଷାର କାନ୍ତି ବେହେରା ୧୨,୦୯୩ଖଣ୍ଡ ପାଇଥିଲେ। ୨୦୧୯ମସିହାରେ ବିଜେଡି ରୁ ତୁଷାରକାନ୍ତି ବେହେରା ୯୧,୮୯୭ଖଣ୍ଡ, କଂଗ୍ରେସ ରୁ ବିଶ୍ୱଭୂଷଣ ଦାସ ୪୬,୨୦୬ଖଣ୍ଡ, ବିଜେପି ରୁ ରବି ମଲ୍ଲିକ ୩୦,୭୭୧ଖଣ୍ଡ ପାଇଥିଲେ। ତେବେ ଚଳିତ ନିର୍ବାଚନରେ ବିକାଶକୁ ପ୍ରାର୍ଥୀମାନେ ମୁଖ୍ୟ ପ୍ରସଙ୍ଗ କରିବେ ବୋଲି ଜଣାପଡିଛି।  ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ରଣନୀତି ଆରମ୍ଭ କରିଦେଇଛନ୍ତି ।

ଆହୁରି ପଢନ୍ତୁ : ବିଜେପିର ୬ ବିଧାୟକ ପ୍ରାର୍ଥୀ ଘୋଷଣା : କଟକ-ବାରବାଟୀରୁ ଲଢିବେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.