ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଏସ୍‌ ଜୟଶଙ୍କର
  • ||
  • ରାଜଧାନୀରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରୁମ୍‌ରେ ଥିବା ଅନ୍ୟ ଜଣେ ଯୁବତୀ ଫେରାର
  • ||
  • ବ୍ରହ୍ମଗିରି ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ର
  • ||
  • କଂଗ୍ରେସ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତ ଫେରାଇଲେ ଟିକେଟ୍
  • ||
  • ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଜୟଶଙ୍କର, ୫ରେ ପୁଣି ଆସିବେ ଜେପି ନଡ୍ଡା
  • ||
  • ଶନିବାର ୪ ଜିଲ୍ଲାରେ ପ୍ରଚାର କରିବେ ନବୀନ, ସକାଳ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କମ୍ପିବ ମଇଦାନ୍
  • ||
  • IPL 2024: ଚିନ୍ନାସ୍ୱାମୀରେ ବେଙ୍ଗାଲୁରୁକୁ ଭେଟିବ ଗୁଜରାଟ, ଦେଖିବାକୁ ମିଳିବ ରୋଚକ ଲଢ଼େଇ
  • ||
  • ତାତିରେ ଲାଗିବ ବ୍ରେକ୍: ଆଜିଠୁ ଉପକୂଳ, ୭ରୁ ସାରା ଓଡ଼ିଶାରେ ଖସିବ ପାରଦ, ୧୨ ଯାଏଁ ବିକ୍ଷିପ୍ତ ବର୍ଷା ଆଶାଙ୍କା
  • ||

ଚୀନ୍‌ରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଉପରେ ୪୪ ନଦୀ, ଆହୁରି ବର୍ଷା ସମ୍ଭାବନା

ବେଜିଂ,୨୩।୪:  ଚୀନ୍‌ରେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଲା ଭୟଙ୍କର ବନ୍ୟା। ଅନେକ ରାଜ୍ୟ ବର୍ତ୍ତମାନ ବନ୍ୟା ପାଣି ବୁଡ଼ି ରହିଛି। ଚୀନ୍‌ର ୪୪ ଟି ନଦୀ ବିପଦସଙ୍କେତ ଉପରେ ରହିଛି। ନଦୀରେ ଜଳ ସ୍ତର ୧୯ ଫୁଟରେ ପହଞ୍ଚିବ ବୋଲି ଚେତାବନୀ ଦିଆଯାଇଛି।  ବନ୍ୟାରେ ଲକ୍ଷ ଲକ୍ଷ ଘର ପ୍ରଭାବିତ ହୋଇଛି। ଦକ୍ଷିଣ ଚୀନ୍‌ର ଅନେକ ସହରରେ ଗତ ଏକ ସପ୍ତାହ ଧରି ପ୍ରବଳ ବର୍ଷା ହେଉଛି। କେବଳ ଚାଇନାର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ୧୨ କୋଟି ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୧୦ ନିଖୋଜ ଅଛନ୍ତି।

ନର୍ଥ ଗୁଆଙ୍ଗଡୋଙ୍ଗ ରାଜ୍ୟରେ ବନ୍ୟା ଗତ ସବୁ ରେକର୍ଡ ଭାଙ୍ଗି ଦେଇଛି। ରିପୋର୍ଟ ଅନୁସାରେ, ଗୁଆଙ୍ଗଡୋଙ୍ଗର ନଦୀରେ ପାଣି ଗତ ୧୦୦ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ଚୀନ୍‌ରେ ଏହି ପ୍ରଳୟଙ୍କାରୀ ବନ୍ୟା କାରଣରୁ ଏପ୍ରିଲରେ ସ୍ବାଭାବିକଠାରୁ ଅଧିକ ବର୍ଷା ବୋଲି କୁହାଯାଉଛି।  

ପାଣିପାଗ ବିଜ୍ଞାନୀଙ୍କ କହିବା ଅନୁସାରେ, ମଧ୍ୟ ଦକ୍ଷିଣ ଚୀନରେ ଆଜି ଆହୁରି ପ୍ରବଳ ବର୍ଷା ହୋଇପାରେ। ବର୍ତ୍ତମାନ ଦକ୍ଷିଣ ଚୀନ୍‌ରେ ଏମର୍ଜେନ୍ସି ସେବା ଆର୍ଲଟ ମୋଡ୍‌ରେ ରହିଛି। ଚୀନ୍‌ରୁ ଯେଉଁ ରିପୋର୍ଟ ଆସୁଛି, ତାହା କହୁଛି ଯେ, ସ୍ଥିତି କେତେ ଭୟାବହ ରହିଛି। ବର୍ତ୍ତମାନ ଦକ୍ଷିଣ ଚୀନ୍‌ରେ ୧୬ ଲକ୍ଷ ଲୋକ ଲାଇନ୍ ନଥିବାରୁ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ଏକ ହଜାରରୁ ଅଧିକ ସ୍କୁଲକୁ ବନ୍ଦ ରଖାଯାଇଛି।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.