ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହିଳା ପ୍ରମିୟର ଲିଗ୍: ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର -ଗୁଜୁରାଟ ଜାଏଣ୍ଟ୍‌ସ ମଧ୍ୟରେ ଉଦଘାଟନୀ ମୁକାବିଲା

Published By : Prameya | February 14, 2025 9:11 AM

ଭଦୋଦରା, ୧୪/୦୨: ଆଉ କିଛି  ଘଣ୍ଟାର ଅପେକ୍ଷା । ଭଦୋଦରାର କୋଟମ୍ବି ଷ୍ଟାଡିୟମରେ ବହୁ ପ୍ରତିକ୍ଷୀତ ମହିଳା ପ୍ରିମିୟର  ଲିଗ୍‌ (ଡବ୍ଲ୍ୟପିଏଲ୍‌)ର ବିଗୁଲ ବାଜିବ । ଡିଫେଣ୍ଡିଂ ଚାମ୍ପିଅନ୍‌ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ  ଗୁଜରାଟ ଜାଏଣ୍ଟ୍‌ସ ଉଦ୍‌ଘାଟନୀ ମୁକାବିଲାରେ ସାମ୍ନାସାମ୍ନି ହେବେ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ମ୍ୟାଚ୍‌ ରାତି ୭.୩୦ରେ ଆରମ୍ଭ ହେବ । 

ଡବ୍ଲ୍ୟୁପିଏଲ୍‌ର ତୃତୀୟ ସଂସ୍କରଣ ଶୁକ୍ରବାରଠୁ ଆରମ୍ଭ ହୋଇ ମାର୍ଚ୍ଚ ୧୫ ତାରିଖରେ  ଶେଷ ହେବ । ୫ଟି ଦଳ ଟ୍ରଫି ପାଇଁ ଲଢ଼େଇ କରିବେ। ଏଥର ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ମୁମ୍ବାଇ  ଭେନ୍ୟୁରେ ସମସ୍ତ ମ୍ୟାଚ୍‌ ଖେଳାଯିବ । ଫାଇନାଲ୍‌କୁ ମିଶାଇ ମୋଟ ୨୨ଟି ମ୍ୟାଚ୍‌ ରହିଛି । ଆଗାମୀ ମାର୍ଚ୍ଚ ୧୩ ତାରିଖରେ ଏଲିମିନେଟର ଏବଂ ୧୫ ତାରିଖରେ  ଫାଇନାଲ୍‌ ମୁକାବିଲା ଅନୁଷ୍ଠିତ ହେବ । ଉଭୟ ମ୍ୟାଚ୍‌ ମୁମ୍ବାଇ ସ୍ଥିତ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯିବ ।  ପ୍ରଥମ ୨ଟି ସଂସ୍କରଣରେ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଥିଲେ । ଏଥର ବାକି ୩ଟି ଦଳ ଟ୍ରଫି ସ୍ୱପ୍ନ ପୂରଣ କରିବାକୁ ଆପ୍ରାଣ ଉଦ୍ୟମ କରିବେ । 

ସ୍ମୃତି ମନ୍ଧନାଙ୍କ ନେତୃତ୍ୱାଧିନ ରୟାଲ୍‌  ଚ୍ୟାଲେଞ୍ଜର୍ସ ଗତ ବର୍ଷ ଫାଇନାଲ୍‌ରେ ଦିଲ୍ଲୀ  କ୍ୟାପିଟାଲ୍ସକୁ ୮ ୱିକେଟ୍‌ରେ ହରାଇ  ପ୍ରଥମ ଥର ଚାମ୍ପିଅନ୍‌ ହୋଇଥିଲା ।  ଏଥର ମଧ୍ୟ ଦଳ ଟାଇଟଲ  ବଜାୟ ରଖିବା ପାଇଁ ପ୍ରସ୍ତୁତ । ଗତବର୍ଷ ଦଳକୁ  ଚାମ୍ପିଅନ୍‌ କରାଇଥିବା ଏଲିସ୍‌ ପେରୀ ଏବଂ ସ୍ପିନର  ଶ୍ରେୟଙ୍କା ପାଲଟିଲ୍‌ ଖେଳିବା ନେଇ  ଅନିଶ୍ଚିତତା ଲାଗି ରହିଛି । ଉଭୟ ଏବେ ଆହତ  ଅଛନ୍ତି । ଯଦି ଫିଟ୍‌ ଘୋଷିତ ହୁଅନ୍ତି, ତା’ହେଲେ  ଖେଳିବେ । ନଚେତ ଚାର୍ଲି ଡିନ୍‌ଙ୍କୁ ସୁଯୋଗ  ମିଳିପାରେ । ଦଳରେ ଏକାଧିକ ପାୱାର ହିଟର  ରହିଥିବାବେଳେ ବୋଲିଂ ବିଭାଗ ଦୃଢ଼ ରହିଛି । 

ଗୁଜରାଟ ଜାଏଣ୍ଟ୍‌ସ ଦଳରେ ବହୁ ଷ୍ଟାର୍‌  ଖେଳାଳି ରହିଛନ୍ତି । ବେଥ ମୁନି, ଲାଉରା  ଉଲଭାର୍ଟ, ହର୍ଲିନ ଦେଓଲ, ଡିଣ୍ଡ୍ରା  ଡଟିନ, ଅଧିନାୟିକା ଆସଲି  ଗାର୍ଡନରଙ୍କ ଉପରେ ସମସ୍ତଙ୍କ  ନଜର ରହିବ । ଡଟିନ୍‌ ପ୍ରଥମ ଥର ଆଇପିଏଲ୍‌  ଖେଳିବେ । ତାଙ୍କ ଅଲରାଉଣ୍ଡ୍‌ ପ୍ରଦର୍ଶନ ଗୁଜରାଟ ଜାଏଣ୍ଟ୍‌ସର ସ୍ୱପ୍ନ ପୂରଣ କରିପାରିବ । ସିଜନର  ପ୍ରଥମ ମ୍ୟାଚ୍‌ ଖେଳାଯାଉଥିବାରୁ ଉଭୟ ଦଳ  ଏକାଦଶ ଆକଳନ କରିବା ମୁସ୍କିଲ ହେବ । 

 -: ସମ୍ଭାବ୍ୟ ଦଳ :- 

ରୟାଲ୍‌ ଚ୍ୟାଲେଞ୍ଜର୍ସ: ସ୍ମୃତି ମନ୍ଧନା  (ଅଧିନାୟିକା), ଡାନି ୱାଟ୍‌-ହଜ୍‌, ଏସ୍‌  ମେଘନା, ଏଲିସ୍‌ ପେରୀ, ରିଚା ଘୋଷ, ରାଘବୀ  ବିଷ୍ଟ, କନିକା ଆହୁଜା, ଜର୍ଜିଆ ୱାରେହାମ୍‌,  ଜାଗ୍ରାଭି ପାୱାର, କିମ୍‌ ଗ୍ରାଥ୍‌, ରେଣୁକା ସିଂହ । 

ଗୁଜରାଟ ଜାଏଣ୍ଟ୍‌ସ: ବେଥ୍‌ ମୁନି, ଲାଉରା  ଉଲଭାର୍ଟ, ହର୍ଲିନ ଦେଓଲ, ଡିଣ୍ଡ୍ରା ଡଟିନ, ଦୟାଲନ  ହେମଲତା, ଆସଲି ଗାର୍ଡନର (ଅଧିନାୟିକା),  ସିମରନ ଶୈଖ୍‌, ସାୟଲି ସତଘରେ,  ମେଘନା ସିଂହ, ତନୁଜା କନୱାର, କାଶଭୀ  ଗୌତମ, ସବନମ୍‌ ସକିଲ/ମନ୍ନତ କଶ୍ୟପ୍‌ ।

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏହି ସବୁ ଜିନିଷ ଉପରେ ରୋକ୍ ଲଗେଇଲା BCCI

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.