ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଏହି ସବୁ ଜିନିଷ ଉପରେ ରୋକ୍ ଲଗେଇଲା BCCI

Published By : Prameya | February 13, 2025 10:41 PM

ନୂଆଦିଲ୍ଲୀ : ବିସିସିଆଇ ଅହମ୍ମଦାବାଦ ୱାନଡେ ବେଳେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଇଛି ଏକ ବଡ଼ ଝଟକା। ବୋର୍ଡ ଚାମ୍ପିଅନ୍ସ ଟ୍ରଫି ପାଇଁ ଦୁବାଇ ପ୍ରସ୍ଥାନ କରିବା ପୂର୍ବରୁ ଅଫିସିଆଲି ଭାବେ ତାଙ୍କ ହାତରେ ପରିବାର, ଲଗେଜ୍‌ ଓ ଟ୍ରାଭେଲ ସହ ଜଡ଼ିତ ନିୟମର ପୂରା ଲିଷ୍ଟ ଧରାଇ ଦେଇଛି। ରିପୋର୍ଟ ମୁତାବିକ , ଏହି ସବୁ ନିୟମକୁ ନେଇ ବିସିସିଆଇ ଖୁବ୍‌ ଦୃଢ ରହିଛି ଏବଂ ଖେଳାଳିଙ୍କୁ ଯେକୌଣସି ସ୍ଥିତିରେ ଏହାକୁ ପାଳନ କରିବାକୁ ହେବ। 

କହି ରଖୁଛୁ କି, ଇଂଲଣ୍ଡ ବିପକ୍ଷରେ ସିରିଜ ଆରମ୍ଭ ହେବା ପୂର୍ବରୁ ବୋର୍ଡର ଏହି ଗାଇଡଲାଇନ୍‌କୁ ନେଇ ଖୁବ୍‌ ଆଲୋଚନା ସହ ଏହା ଉପରେ ଖୁବ୍ ଯୁକ୍ତିତର୍କ ହୋଇ ଥିଲା। ସେତେବେଳେ ରୋହିତ ଶର୍ମା ଏହି ନିୟମକୁ ନେଇ ଅସନ୍ତୁଷ୍ଟତା ବ୍ୟକ୍ତି କରିଥିଲେ ଏବଂ ସାମ୍ୱାଦିକଙ୍କୁ ସ୍ପଷ୍ଟ କହି ଦେଇ ଥିଲେ କି, ଏବେ କିଛି ଅଫିସିଆଲି ହୋଇ ନାହିଁ।

କ୍ରିକବଜର ରିପୋର୍ଟର ମୁତାବିକ, ଭାରତର କ୍ରିକେଟ୍‌ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ପାଇଁ ନେଟ୍ସ, ଟ୍ରାଭେଲ , ଲଗେଜ୍‌ ଓ ପରିବାର ସହ ନେଇ ଯିବାକୁ ନେଇ କିଛି ନୀତି ନିର୍ଦ୍ଦେଶ ତିଆରି କରିଛି। ଏହାକୁ ଟିମ୍‌ ଇଣ୍ଡିଆର ସବୁ ଖେଳାଳିଙ୍କୁ ଫଲୋ କରିବା ଜରୁରୀ। ବୋର୍ଡ ଇଂଲଣ୍ଡ ବିରୋଧରେ ଅହମ୍ମଦାବାଦରେ ହୋଇଥିବା ଶେଷ ୱାନଡେ ବେଳେ ନୂଆ ଗାଇଡଲାଇନ୍‌ର କପି ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଦାନ କରିଛି। ଅର୍ଥାତ୍‌ ଏବେ କୁହାଯାଇ ପାରେ କି, ଏହି ସବୁ ନିୟମ ଏବେ ଠାରୁ ଲାଗୁ ହୋଇ ସାରିଛି।

ବିସିସିଆଇର ସୂତ୍ର ଖୁଲାସା କରିଛି କି ବୋର୍ଡ ଏହି ପଦକ୍ଷେପ ଅନୁଶାସନ ଓ ଏକତା ବଢାଇବା ସହ ଟିମ୍‌ରେ ସକାରାତ୍ମକ ମାହୋଲ ବଜାୟ ରଖିବା ପାଇଁ ନେଇଛି। ରିପୋର୍ଟ ମୁତାବିକ , ହାଇଦ୍ରାବାଦ କ୍ରିକେଟ୍‌ ଆସୋସିଏସନର ସେକ୍ରେଟାରୀ ଆର୍‌ ଦେବରାଜ ଚାମ୍ପିଅନ୍, ଟ୍ରଫି ବେଳେ ଟିମ୍‌ର ମ୍ୟାନେଜର ହେବେ। ତାଙ୍କୁ ଏହି ନିୟମକୁ ଦୃଢ ଭାବେ ପାଳନ କରିବା ପାଇଁ କୁହାଯାଇଛି। ଏତେ ହିଁ ଖେଳାଳିଙ୍କୁ ମଧ୍ୟ ଏହାର ସୂଚନା ଦିଆଯାଇ ସାରିଛି ଏବଂ କୁହାଯାଇଛି କି,  ବୋର୍ଡ ଏହାକୁ ନେଇ ଖୁବ୍‌ ଗମ୍ଭୀର ଅଛି।

କ୍ରିକବଜର ରିପୋର୍ଟ ଅନୁସାରେ, ବିସିସିଆଇର ସବୁଠୁ ବଡ଼ ଧ୍ୟାନ ଚାମ୍ପିଅନ୍ସ ଟ୍ରଫି ବେଳେ ପର୍ସନାଲ ଷ୍ଟାଫ୍‌ଙ୍କୁ ନେଇ ହୋଇଛି। ସେ ଦୃଢ ଭାବେ ଏଥିପାଇଁ ନୀତି ନିର୍ଦ୍ଦେଶ ଜାରି କରିଛି ଏବଂ ଖେଳାଳିଙ୍କୁ ପର୍ସନାଲ ମ୍ୟାନେଜର, ଶେଫ୍‌ , ଆସିଷ୍ଟାଣ୍ଟ ବା ସିକ୍ୟୁରିଟି ନେଇ ଯିବା ଉପରେ ରୋକ୍‌ ଲଦେଇ ଦେଇଛି। ବୋର୍ଡ ବିନା ଅନୁମତିରେ ଖେଳାଳି ଏବେଠାରୁ ନିଜର ପର୍ସନାଲ ଷ୍ଟାଫ୍ ନେଇ ପାରିବେ ନାହିଁ। 

ଲଜିଷ୍ଟିକ୍ସର ସମସ୍ୟାକୁ କମାଇବା ପାଇଁ ବୋର୍ଡ ଏହି ପଦକ୍ଷେପ ନେଇଛି। ସୂତ୍ରାନୁସାରେ, ପୂର୍ବରୁ ଅନେକ ଖେଳାଳି , ପାଖାପାଖି ଅଧ ଡର୍ଜନ ଷ୍ଟାଫଙ୍କ ସହ ନେଇ ଯାଉ ଥିଲେ। ହେୟାରଡ୍ରେସର, ନର୍ସ, କୁକ୍‌ ଭଳି ଅନେକ ଷ୍ଟାଫ୍‌ ଗସ୍ତରେ ତାଙ୍କ ସହ ଆସୁଥିଲେ। ଏହା ବ୍ୟତୀତ ସବୁ ଖେଳାଳି ଙ୍କୁ ସାଥିରେ ଟ୍ରାଭେଲ୍‌ ଓ ନେଟ୍‌ ସେସନ ପାଇଁ କୁହାଯାଇଛି। ତାଙ୍କୁ ପର୍ସନାଲ ଭାଇକଲ ସ୍ଥାନରେ ଟିମ୍‌ ବସର ବ୍ୟବହାର କରିବା ପାଇଁ ମଧ୍ୟ କୁହାଯାଇଛି।     

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.