ନୂଆଦିଲ୍ଲୀ,୧୯/୧୧ : ବିକ୍ରାନ୍ତ ମେସୀ ଏବେ ଫିଲ୍ମ ‘ଦ ସାବରମତୀ ରିପୋର୍ଟ’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ୧୫ନଭେମ୍ବରରେ ରିଲିଜ ହୋଇଥିଲା । ଏଥିରେ ୨୭ଫେବୃଆରୀ ୨୦୦୨ରେ ସାବରମତୀ ଏକ୍ସପ୍ରେସ ଟ୍ରେନର ଦୁଇ ବଗିରେ ଲାଗିଥିବା ନିଆଁର କାହାଣୀ ପଛରେ ଥିବା ସତ୍ୟତାକୁ ଦେଖାଯାଇଛି । ବିକ୍ରାନ୍ତ, ଫିଲ୍ମରେ ସମର କୁମାର ନାମରେ ଜଣେ ସାମ୍ବାଦିକ ହୋଇଛନ୍ତି, ଯାହା ସତ୍ୟତାର ପିଛା କରିବା ସହ ଇଂରାଜୀ ମିଡିୟମ ଦୁନିଆରେ ହିନ୍ଦୀ ଭାଷା ଜାଣି ନିଜ ପରିଚୟ ସୃଷ୍ଟି କରିବାରେ ପ୍ରୟାସରେ ଲାଗିଛନ୍ତି ।
ଏହି ଫିଲ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କଠାରୁ ତାରିଫ ମିଳିଥିଲା। ଏବେ ବିକ୍ରାନ୍ତ ମେସୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟୁଇଟ(ଏକ୍ସ) ହ୍ୟାଣ୍ଡେଲରେ ଏକ ଫଟୋକୁ ସେୟାର କରାଯାଇଛି । ଏଥିରେ ବିକ୍ରାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଛିଡ଼ା ହୋଇଥିବା ଦେଖାଯାଉଛି । ଯୋଗୀ ନିଜ ଅଫିସରେ ଅଛନ୍ତି । ସେ ନିଜ ସିଗ୍ନେଚର ଆଉଟଫିଟ ପିନ୍ଧିଛନ୍ତି । ସେହିଭଳି ବିକ୍ରାନ୍ତ ମେସୀ ବ୍ଲାକ୍ ଜ୍ୟାକେଟ ପିନ୍ଧିଛନ୍ତି, ଯାହା ଉପରେ ଏକ ମାଇକର ଚିତ୍ର ରହିଛି ଏବଂ ଲେଖାଯାଇଛି କି ଦ ସାବରମତୀ ରିପୋର୍ଟ । ଫଟୋ ସହ କ୍ୟାପଶନରେ ଲେଖାଯାଇଛି ଆଜି ଲକ୍ଷ୍ନୌ ସ୍ଥିତ ସରକାରୀ ଆବାସରେ ଫିଲ୍ମ ଅଭିନେତା ଶ୍ରୀ ବିକ୍ରାନ୍ତ ମେସୀଙ୍କ ସୌଜନ୍ୟମୂଳକ ସାକ୍ଷାତକାର ।
आज लखनऊ स्थित सरकारी आवास पर फिल्म अभिनेता श्री विक्रांत मैसी ने शिष्टाचार भेंट की। pic.twitter.com/RHWiseki1R
— Yogi Adityanath (@myogiadityanath) November 19, 2024