ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୨୬/୧୧ ମାଷ୍ଟରମାଇଣ୍ଡ ତହୱର ରାଣାକୁ ଝଟକା; ପ୍ରତ୍ୟାର୍ପଣ ବିରୋଧରେ ଆବେଦନ ଖାରଚ, ଭାରତ ଫେରିବା ବାଟ ସଫା

Published By : Ankita S | April 8, 2025 8:28 AM

ନୂଆଦିଲ୍ଲୀ,୮/୦୪: ତହୱର ରାଣାକୁ ବଡ଼ ଝଟକା । ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହୱର ରାଣାର ଭାରତ ଫେରିବା ବାଟ ସଫା ହୋଇଛି । ଭାରତକୁ ପ୍ରତ୍ୟାର୍ପଣ କରିବା ବିରୋଧରେ ତହୱର କରିଥିବା ଆବେଦନକୁ ଖାରଚ କରିଛନ୍ତି ଆମେରିକା ସୁପ୍ରିମକୋର୍ଟ । ଭାରତକୁ ପ୍ରତ୍ୟାର୍ପଣରେ ସ୍ଥଗିତାଦେଶ ଦେବାକୁ ମନା କରିଛନ୍ତି ୟୁଏସ୍ ସର୍ବୋଚ୍ଚ ଅଦାଲତ । ଫଳରେ ସେ ଭାରତ ଫେରିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଛି । 

ଏହା ପୂର୍ବରୁ ଗତ ଫେବୃଆରୀରେ ତହୱର ପକ୍ଷରୁ ଆମେରିକା ସୁପ୍ରିମକୋର୍ଟର ଆସୋସିଏଟ୍ ଜଷ୍ଟିସ ଏଲିନା କାଗନଙ୍କୁ ଆବେଦନ କରାଯାଇଥିଲା । ସେ ଏହି ଆବଦନ ଗ୍ରହଣ ନକରିବାରୁ ଆମେରିକା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଜରୁରୀ ଆବେଦନ କରିଥିଲା ତହୱର । ହେଲେ ଏଥର ମଧ୍ୟ ତହୱରର ଆବେଦନକୁ ଖାରଚ କରି ଦିଆଯାଇଛି । ଯାହା ତାକୁ ଏକ ବଡ଼ ଝଟକା ଦେଇଛି । କାନାଡ଼ା ନାଗରିକ ଏବଂ ପାକିସ୍ତାନ ମୂଳ ୬୪ବର୍ଷୀୟ ତହୱର ରାଣାକୁ ଲସଏଞ୍ଜେଲସ୍‌ର ମେଟ୍ରୋପୋଲିଟିଆନ୍ ଡ଼ିଟେନସନ୍ ସେଣ୍ଟରରେ ରଖାଯାଇଛି ।

ଭାରତର ଜିତ୍- ୨୦୧୧ରେ ତହୱର ରାଣା ଆମେରିକାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ୧୩ ବର୍ଷ ହେବ ସଜା କାଟୁଛି । ୨୦୦୮ ମୁମ୍ବାଇ ଆତଙ୍କୀ ହମଲାରେ ତହୱରର ସମ୍ପୃକ୍ତି ରହିଛି । ପାକିସ୍ତାନୀ ଆତଙ୍କୀ ଡ଼େଭିଡ ହେଡ଼ିଲି ସହ ମିଶି ଷଡ଼ଯନ୍ତ୍ରରେ ସାମିଲ ଥିବା ଭାରତ ଦାବି କରିଛି । ଭାରତରେ ତାକୁ ଜେରା କରିବା ସହ ବିଚାର ପାଇଁ ପ୍ରତ୍ୟାର୍ପଣରେ ରାଜି ହୋଇଛି ଆମେରିକା । ତହୱରର ପ୍ରତ୍ୟାର୍ପଣ ବିରୋଧରେ ହୋଇଥିବା ଆବେଦନ ଖାରଚ ହେବା ଭାରତ ପାଇଁ ଏକ ବଡ଼ ଜିତ୍ ବୋଲି କୁହାଯାଉଛି । ଭାରତ ସରକାରଙ୍କ ଏହା କୂଟନୈତିକ ବିଜୟ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଉଜ୍ଜଳ ନିଗମ ।

ପାକିସ୍ତାନରେ ଜନ୍ମିତ ତହୱର ରାଣା ଆର୍ମି ମେଡ଼ିକାଲ କଲେଜରୁ ସ୍କୁଲ ପାଠପଢା ସାରିଥିଲା । ସେ ୧୦ ବର୍ଷ ପାକିସ୍ତାନ ସେନାରେ ଡ଼ାକ୍ତର ଭାବେ ଚାକିରି ଥିଲା । ଏହା ପରେ ଚାକିରି ଛାଡ଼ି ଭାରତ ବିରୋଧରେ ଆତଙ୍କୀ ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲା । ୨୦୦୬ରୁ ୨୦୦୮ ଯାଏ ଡେଭିଡ଼ ହେଡ଼ଲି ଏବଂ ପାକିସ୍ତାନର ଅନ୍ୟ ଲୋକଙ୍କ ସହ ମିଶି ମୁମ୍ବାଇ ହମଲାର ଷଡ଼ଯନ୍ତ୍ର ରଚିଥିଲା । ଆତଙ୍କୀ ସଂଗଠନ ଲସ୍କର-ଏ-ତୌଏବା ଏବଂ  ଅଲ-ହିଜାବ-ଏ-ଇସ୍ଲାମିକୁ ସାହାଯ୍ୟ କରିଥିଲା ।

ଅଧିକ ପଢନ୍ତୁ...‘ମୁସଲମାନଙ୍କ ମୌଳିକ ଅଧିକାରର ଉଲଂଘନ’, ୱାକଫ ଆଇନକୁ ସୁପ୍ରିମକୋର୍ଟରେ ଡିଏମକେର ଚ୍ୟାଲେଞ୍ଜ

୨୬/୧୧ ମୁମ୍ବାଇ ଆତଙ୍କୀ ହମଲା-  ୨୦୦୮ ମସିହା ନଭେମ୍ବର ୨୬ ତାରିଖ ଥିଲା । ଯେବେ ମୁମ୍ବାଇ ଦେଖିଥିଲା ଆତଙ୍କୀ ଆକ୍ରମଣ । ଆତଙ୍କୀଙ୍କ ଗୁଳିରେ ଆଖି ବୁଜିଥିଲେ ନୀରିହ ଲୋକ । ସବୁଦିନ ପରି ଚଳଚଞ୍ଚଳ ଥିଲା ମୁମ୍ବାଇ ସହର । ଏହାରି ଭିତରେ ହଠାତ୍ ଶୁଭିଥିଲା ଆତଙ୍କବାଦୀଙ୍କ ଗୁଳିର ଗର୍ଜନ । ତାଜ ହୋଟେଲ, ଲିୟୋପୋର୍ଲ୍ଡ କାଫେ, କାମା ହସ୍ପିଟାଲ ଓ ରେଳ ଷ୍ଟେସନରେ ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ଯେଉଁଥିରେ ୧୬୪ ଜଣ ଆଖି ବୁଜିଥିଲେ । ଛତ୍ରପତି ଶିବାଜୀ ଟର୍ମିନାଲରେ ଆଖିବୁଜା ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ଆତଙ୍କୀ ଅଜମଲ ଆମିର କସାବ ସହ ଇସମାଇଲ ଖାନ ମିଶି ଏହି ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହାର ଅନ୍ୟତମ ଅଭିଯୁକ୍ତ ଥିଲା ତହୱର ରାଣା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.