କଟକ,୧୫/୧୧ : ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା । ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅନେକ ବର୍ଷ ବ୍ୟବଧାନ ପରେ ଜଣେ ମୁଖ୍ୟମନ୍ତ୍ରୀ କଟକ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ଯୋଗ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହ ୧୩ଟି ଦେଶର ରାଷ୍ଟ୍ରଦୂତ ଓ ବୈଦେଶିକ ବ୍ୟାପାର ବିଭାଗର ଅଧିକାରୀମାନେ ଯୋଗ ଦେଇଛନ୍ତି । ବାଲିଯାତ୍ରାକୁ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ମାନ୍ୟତା ଦେବାରେ ଏଭଳି ପ୍ରୟାସ ସହାୟକ ହେବ ବୋଲି ଆଶା କରାଯାଉଛି ।