ପ୍ରମୂଖ ଖବର
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଭୁବନେଶ୍ବରରେ ମୁକୁଳା ଡ୍ରେନ୍‌ରେ ପଡି ବାଳକର ମୃତ୍ୟୁ ଘଟଣା, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,.୧୮।୬ :     ଭୁବନେଶ୍ବରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବକର ସାହା ନାମକ ଏକ ବାଳକର ମୃତ୍ୟୁ ଘଟିଛି। ଏହି  ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି୤ ।

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏଥି ସହିତ ମୃତ ବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି  । ଏହା State Disaster Response Fundରୁ ପ୍ରଦାନ କରାଯିବ।

 ସୂଚନାଯୋଗ୍ୟ ଯେ, ରାଜଧାନୀ ଭୁବନେଶ୍ବରରେ ଅପରାହ୍ନରେ  ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ଆରମ୍ଭ ହୋଇଥିଲା। ସହରର ବିଭିନ୍ନ ସ୍ଥାନରେ ରାସ୍ତା ବୁଡିଯାଇଥିଲା । ଭୁବନେଶ୍ବର ୟୁନିଟ-୩ ମସଜିଦ କଲୋନୀ ନିକଟରେ ନାବାଳକ ଅବୁ ବକର ଡ୍ରେନକୁ ଖସିପଡି ବର୍ଷା ଜଳ  ସ୍ରୋତରେ ଭାସିଯାଇଥିଲା। ପରେ ସ୍ଥାନୀୟ ଲୋକେ ଡ୍ରେନରେ ଖୋଜାଖୋଜି କରିଥିଲେ। ଲକ୍ଷ୍ମୀସାଗର ମେଲଣ ପଡିଆ ନିକଟରୁ  ନାବାଳକଙ୍କୁ ଉଦ୍ଧାର କରିଥିଲେ। ପରେ ନାବାଳକଙ୍କୁ ଚିକିତ୍ସା ପାଇଁ  କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା।  ସେଠାରେ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। 

ଆହୁରି ପଢନ୍ତୁ : ଦେବୀ ନଦୀରେ ବୁଡି ୩ ନାବାଳକ ମୃତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.