ପ୍ରମୂଖ ଖବର
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

୬ ହଜାର ଲିଟର ପାଣି, ୩୫୦ କିଲୋମିଟର ବେଗ: ଜାଣନ୍ତୁ କାନାଡାର ସୁପର ସ୍କୁପର୍ସ କିଭଳି ଲିଭାଉଛି ଆମେରିକାର ନିଆଁ ?

Published By : Prameya | January 13, 2025 7:59 PM

ନୂଆଦିଲ୍ଲୀ,୧୩।୧;  ଆମେରିକାର କାର୍ଲିଫର୍ଣ୍ଣିଆ ଜଙ୍ଗଲରୁ ବ୍ୟାପିଥିବା ନିଆଁ ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଲସ୍‌ ଆଞ୍ଜେଲସ୍‌ରେ ବଡ଼ ଧରଣର ହୋଇଛି କ୍ଷୟକ୍ଷତି।  ପାଣିପାଗ ବିଜ୍ଞାନୀ ଚଳିତ ସପ୍ତାହ ପବନ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଦଳ ନିଆଁ ଲିଭାଇବା କାମ ଆହୁରି ଦ୍ରୁତ କରିଛନ୍ତି। ଅଗ୍ନିଶମ ଦଳ ଏବେ କାନାଡାର ସିଏଲ୍‌-୪୧୫ ବିମାନ ଅର୍ଥାତ ସୁପର ସ୍କୁପର୍ସଙ୍କ ସେବା ନେବାର ନିଷ୍ପତ୍ତି ନେଇଛି।

ସୁପର ସ୍କୁପର୍ସ ହେଉଛି ଏଭଳି ଏକ ବିମାନ, ଯାହାକୁ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଡିଜାଇନ୍ କରାଯାଇଛି। ଏହା ଜଳ ଓ ସ୍ଥଳ ଉଭୟ ସ୍ଥାନରେ ଚାଲିପାରିବ ଓ ସେଠାରୁ ଉଡାଣ ଭରିପାରିବ। ଏହି ବିମାନର ବିଶେଷ୍ବତ ହେଉଛି ଏହା ସମୁଦ୍ର ଉପରେ ଚାଲି  ୬୦୦୦ ଲିଟର ପାଣି ମାତ୍ର ୧୨ ସେକେଣ୍ଡରେ ଭରିପାରିବ। ଏହାପରେ ତାକୁ ଅଳ୍ପ ସମୟରେ ଫୋମ୍‌ରେ ମିଳାଇ ପାରିବ ଓ ଘଣ୍ଟାକୁ ୩୫୦ କିଲୋମିଟର ବେଗରେ ଉଡି ନିଆଁ ଉପରେ ପାଣି ପକାଇ ତାକୁ ଲିଭାଇ ପାରିବ।

ଓ୍ବାଶିଂଟନ୍ ପୋଷ୍ଟର ଏକ ଖବର ଅନୁସାରେ, ସୁପର ସ୍କୁପର୍ସ ହେଲିକପ୍ଟର ଓ ଏୟାର ଟ୍ୟାଙ୍କର ତୁଳନାରେ ଜଙ୍ଗଲରେ ନିଆଁ ବୁଝାଇବାରେ ଅଧିକ ପ୍ରଭାବଶାଳୀ। ସମୁଦ୍ର ଉପରେ ଏହା ୧୬୦ କିଲୋମିଟର ବେଗରେ ଉଡିପାରିଥାଏ ଓ ସେହି ସମୟରେ ପାଣି ଭରିପାରିଥାଏ। ସୁପର ସ୍କୁପର୍ସର ପଙ୍ଖାର ଲମ୍ବା ୬୫ ଫୁଟ ଓ ଚଉଡା ୯୩ ଫୁଟ୍। ଏଥିରେ ଏକ ସିଷ୍ଟମ ରହିଛି, ଯାହା ଜରିଆରେ ପାଣିକୁ ଫୋମ୍‌ କନସେନ୍‌ଟ୍ରେଟ୍ ସହ ମିଶାଇ ପାରିବ। ଫଳରେ  ଭଲ ଭାବରେ ପାଣି ଛିଞ୍ଚିବା ସହ ନିଆଁକୁ ନିୟନ୍ତ୍ରଣ କରିପାରିଥାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.