ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସେବେ ସଲମାନ ଏବେ ସୈଫ... ଆଶ୍ଚର୍ଯ୍ୟ କରୁଛି ବାନ୍ଦ୍ରା କ୍ରାଇମ୍ ଫାଇଲ୍‌ସ୍, ମୁମ୍ଵାଇ ପୋଲିସ ଉପରେ ଉଠିଲା ପ୍ରଶ୍ନ

Published By : Rasmita Pradhan | January 16, 2025 3:20 PM

ମୁମ୍ଵାଇ, ୧୬/୦୧ : ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ଅଧା ରାତିରେ ଚୋର ପଶିଗଲା। କେବଳ ସେତିକି ନୁହେଁ ଅଭିନେତାଙ୍କୁ ଛୁରାମାଡ଼ କଲା। ତାଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଗଲା। ସୈଫଙ୍କର ସର୍ଜରୀ ସରିଛି, ଏବେ ସେ ବିପଦମୁକ୍ତ ଅଛନ୍ତି। ଏହା ପୂର୍ବରୁ ସଲମାନଙ୍କ ଘର ଉପରକୁ ଫାଇରିଂ ହୋଇଥିଲା। ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି ନାମୀଦାମୀ ଲୋକଙ୍କ ଠାରୁ ନେଇ ସୁପରଷ୍ଟାରଙ୍କ ଯାଏଁ ଯେଉଁଠାରେ ରହୁଛନ୍ତି କାହିଁକି ଅସୁରକ୍ଷିତ ପାଲଟିଛି ସେହି ଅଞ୍ଚଳ ? କାହିଁକି ଏଠାରେ ଘଟୁଛି ହାଇପ୍ରୋଫାଇଲ୍ କ୍ରାଇମ୍ ? କାହିଁକି ଅସୁରକ୍ଷିତ ବାନ୍ଦ୍ରା ? ମୁମ୍ଵାଇ ପୋଲିସର ଅପାରଗତା ନା ଖାମଖିଆଲି ଯୋଗୁଁ ଘଟୁଛି ଅପରାଧ। 

ଅଧିକ ପଢନ୍ତୁ-ଅସ୍ତ୍ରୋପଚାର ପରେ ଆଇସିୟୁରେ ଭର୍ତ୍ତି ହେଲେ ସୈଫ୍, ଅଭିଯୁକ୍ତକୁ ଚିହ୍ନଟ କଲା ବାନ୍ଦ୍ରା ପୋଲିସ

ସୈଫ ଅଲ୍ଲୀ ଖାନଙ୍କ ଉପରକୁ ଆକ୍ରମଣ ପରେ ଏବେ ରାଜନୈତିକ ବୟାନବାଜି ବି ଆରମ୍ଭ ହୋଇଗଲାଣି। ଉଦ୍ଧବ ସେନାର ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମୁମ୍ଵାଇ ପୋଲିସ ଏବଂ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ଗୃହ ମନ୍ତ୍ରୀଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଏଭଳି ଘଟଣା ଏବେ ଲଗାତର ଘଟୁଛି। ମୁମ୍ଵାଇର ବଡ଼ ବଡ଼ ଲୋକଙ୍କୁ ଟାର୍ଗେଟ୍ କରାଯାଉଛି। ଏଠାରେ ଯଦି ସେଲିବ୍ରେଟି ସୁରକ୍ଷିତ ନାହାଁନ୍ତି ତାହେଲେ ସାଧାରଣ ଲୋକ କେତେ ସୁରକ୍ଷିତ। 

କିଛି ଦିନ ତଳେ ବାନ୍ଦ୍ରାରେ ରହୁଥିବା ସଲମାନ ଖାନଙ୍କ ଘର ଉପରକୁ ଫାଇରିଂ ହୋଇଥିଲା। ଯେଉଁଥିପାଇଁ ସଲମାନଙ୍କୁ ତାଙ୍କ ବାଲକୋନୀ ବୁଲେଟପ୍ରୁଫ୍ କରିବାକୁ ପଡ଼ିଲା। ସେହିପରି ୨୦୨୪ ଅକ୍ଟୋବର ଦଶହରାରେ ବାନ୍ଦ୍ରାରେ ଏନସିପି ନେତା ବାବା ସିଦ୍ଦିକୀଙ୍କୁ ଗୁଳି କରି ହତ୍ୟା ହୋଇଥିଲା। ୩ ଜଣ ଆକ୍ରମଣକାରୀ ତାଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲେ। ଏଥିରେ ସିଦ୍ଦିକୀଙ୍କ ମୃତ୍ୟୁ ହୋଇଥିଲା। ଏପର୍ଯ୍ୟନ୍ତ ଏହି ମାମଲାରେ ମୁମ୍ଵାଇ ପୋଲିସ କେବଳ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ୍‌ର ନାମ ପର୍ଦ୍ଦାଫାସ୍ କରିଛି। ତେବେ ଏହି ଗ୍ୟାଙ୍ଗ ବହୁଥର ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.