ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମରୁଭୂମିରେ ବନ୍ୟା ! ଅର୍ଦ୍ଧଶତାବ୍ଦୀ ପରେ ସାହାରାରେ ରେକର୍ଡ ଭାଙ୍ଗିଲା ବର୍ଷା

Published By : Tapas Panda | October 12, 2024 10:24 PM

ନୂଆଦିଲ୍ଲୀ: ମରୁଭୂମିରେ ଲହଡ଼ି ମାରୁଛି ପାଣି । ଯେଉଁଠି ପାଣି ବୁନ୍ଦାଏ ମିଳିବା ସ୍ୱପ୍ନ ସେଠାରେ ପାଣି, ପାଣି ଆଉ ପାଣି । ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଫ୍ରିକାର ସାହାରା ମରୁଭୂମି ଜଳମଗ୍ନ ହୋଇଥିବା ନେଇ ଜଣାପଡ଼ିଛି । ଦୀର୍ଘ ୫୦ ବର୍ଷ ମଧ୍ୟରେ ସାହାରା ମରୁଭୂମିରେ ଏଭଳି ବର୍ଷା ହୋଇଛି । ବିଶେଷ କରି ସାହାରା ମରୁଭୂମିରେ ଦୀର୍ଷ ୫୦ ବର୍ଷ ଧରି ଶୁଖିଲା ପଡ଼ିଥିବା ଇରିକି ହ୍ରଦ ଜଳମଗ୍ନ ହୋଇଛି । ବର୍ଷା ପରେ ସାଟେଲାଇଟ୍ ମାଧ୍ୟମରେ ଉତ୍ତୋଳନ କରାଯାଇଥିବା ଦୃଶ୍ୟ ସମସ୍ତଙ୍କ ମନକୁ ଛୁଇଁଛି । ସୁଦୀର୍ଘ ମରୁଭୂମିରେ ନୀଳର ଚାଦର ବିଛାଇ ହୋଇଯାଇଛି । 

ଧାଡ଼ି ଧାଡ଼ି ହୋଇ ଛିଡ଼ା ହୋଇଛି ଖଜୁରୀ ଗଛ, ଆଉ ତା ତଳେ ଜମି ରହିଥିବା ପାଣି ଶୁଷ୍କ ସାହାରାକୁ ସବୁଜମୟ କରିଦେଇଛି । ଦକ୍ଷିଣପୂର୍ବ ମରକ୍କୋରେ ସାଧାରଣତଃ ଗ୍ରୀଷ୍ମର ଶେଷ ଭାଗରେ ବର୍ଷା ହୁଏ ନାହିଁ। ଏଠାରେ ବର୍ଷକୁ ୨୫୦ ମିଲିମିଟରରୁ କମ୍ ବର୍ଷା ହୋଇଥାଏ। କିନ୍ତୁ ସେପ୍ଟେମ୍ବରରେ ଦୁଇ ଦିନ ଏପରି ବର୍ଷା ହୋଇଛି, ଯାହା ସାହାରା ମରୁଭୂମିକୁ ଜଳମଗ୍ନ କରିଦେଇଛି । ରାବତଠାରୁ ପ୍ରାୟ ୪୫୦ କିଲୋମିଟର ଦକ୍ଷିଣରେ ଥିବା ଟାଗୋନିଟ୍ ଗାଁରେ ୨୪ ଘଣ୍ଟା ମଧ୍ୟରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । 

ମରକ୍କୋର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ଖୁବ୍ କମ୍ ସମୟ ମଧ୍ୟରେ ଆମେ ଏତେ ବର୍ଷା କେବେ ଦେଖିନଥିଲୁ । ଦୀର୍ଘ ୫୦ ବର୍ଷ ପରେ ଏପରି ବର୍ଷା ହୋଇଛି । ମରୁଭୂମିରେ ଲଗାଣ ବର୍ଷା ହେବା ପାଣିପାଗ ପରିବର୍ତ୍ତନ ଆଡ଼କୁ ଇସାରା କରୁଛି । ସାହାରା ମରୁଭୂମି ଅଞ୍ଚଳରେ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା ଦେଖାଯାଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ।  ତେବେ ଏହା ପୂର୍ବରୁ ମରୁଭୂମିରେ ପ୍ରବଳ ଉତ୍ତାପ କାରଣରୁ ମରକ୍କୋ ଏବଂ ଆଲଗେରିଆର ୨୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏହାକୁ ଦୃଷ୍ଟିରେ ରଖି ମୋରୋକୋ ସରକାର ଜରୁରୀକାଳୀନ ରିଲିଫ୍ ପାଣ୍ଠି ଆବଣ୍ଟନ କରିଛନ୍ତି । ଏସବୁ ମଧ୍ୟରେ ହଠାତ୍ ବର୍ଷା ହେବା ଦ୍ବାରା ମରୁଭୂମିରେ ଜୀବନକୁ ସାମାନ୍ୟ ଆଶ୍ବସ୍ତି ମିଳିପାରିବ ବୋଲି କୁହାଯାଉଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.