ନୂଆଦିଲ୍ଲୀ : ନିଜର କଡ଼ା ମିଜାଜ ପାଇଁ ଜଣାଶୁଣା ରୁଷ୍ର ରାଷ୍ଟ୍ରପତି ପୁଟିନ ଜର୍ମାନୀର ପୂର୍ବତନ ଚାନ୍ସଲର ଏଞ୍ଜେଲା ମାର୍କେଲ୍ଙ୍କୁ କ୍ଷମା ମାଗିଛନ୍ତି। ମାର୍କେଲଙ୍କ ଠାରୁ କ୍ଷମା ମାଗି ପୁଟିନ କହିଛନ୍ତି,୨୦୦୭ ମସିହାରେ ଏକ ମିଟିଂ ବେଳେ ସେ ନିଜର ପୋଷା ଲାବ୍ରାଡୋର କୁକୁରକୁ ତାଙ୍କୁ ଭେଟ କରାଇବାକୁ ଆଣି ଥିଲେ। ତାଙ୍କର ଉଦ୍ଦେଶ୍ୟ ତାଙ୍କୁ ଡ଼ରାଇବାକୁ ନଥିଲା। ଏହି ପୂରା କଥା ସେତେବେଳେ ସାମନାକୁ ଆସିଲା, ଯେତେବେଳେ ଏଞ୍ଜେଲା ନିଜର ଅନୁଭୂତିରେ ସେହି ମିଟିଂକୁ ଏକ ଉତ୍ତେଜନାପୂର୍ଣ୍ଣ ମିଟିଂ ଭାବେ କହିଥିଲେ।
ପୂର୍ବତନ ଜର୍ମାନ ଚାନ୍ସଲର ନିଜର ଅନୁଭୂତିରେ ପୁଟିନଙ୍କ ସହ ଏହି ମିଟିଂର କଥାକୁ ଦର୍ଶାଇ କହି ଥିଲେ , ସେ ମିଟିଂ ବହୁତ ହିଁ ଚିନ୍ତାଜନକ ଥିଲା। ମୋତେ ପଶୁଙ୍କୁ ଡ଼ର ଲାଗେ ଏବଂ ସେଠାକୁ ପୁଟିନ ତାକୁ ହିଁ ନେଇ ଆସି ଥିଲେ। ସେ ପୁଟିନଙ୍କ ଉପରେ ଅଭିଯୋଗ କରି କହିଛନ୍ତି କି, ସେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ପଶୁଙ୍କୁ ନେଇ ଆସି ଥିଲେ। ସେଠାରେ ସେ ମୋତେ ଚିନ୍ତିତ ଦେଖି ଖୁସି ବି ହେଉ ଥିଲେ।
କାଜାକିସ୍ତାନର ରାଜଧାନୀରେ ଥିବା ପୁଟିନଙ୍କୁ ମିଡିଆ କର୍ମୀମାନେ ଯେତେବେଳେ ଏହି ମାମଲାରେ ଜବାବ ମାଗିଲେ, କ୍ରେମଲିନ ପ୍ରମୁଖ କହି ଥିଲେ , ସେ ଜାଣି ନଥିଲେ କି, ଏଞ୍ଜେଲାଙ୍କୁ ପଶୁଙ୍କୁ ଡ଼ର ଲାଗେ। ମୋତେ ଯଦି ଏହା ଜଣାଥାନ୍ତା ତ ମୁଁ ଏମିତି କରି ନଥାନ୍ତି। ମୁଁ ପୁଣି ଥରେ ମିଡ଼ିଆ ମାଧ୍ୟମରେ ତାଙ୍କୁ ଅପିଲ କରୁଛି, ଏଞ୍ଜେଲା , ପ୍ଲିଜ୍ କ୍ଷମା କରି ଦେବ, ମୋର ଉଦ୍ଦେଶ୍ୟ ଆପଣଙ୍କୁ ସମସ୍ୟାରେ ପକାଇବାର ନଥିଲା। ଏହା ବ୍ୟତୀତ ସେଠାରେ ନିଜର କୁକୁରକୁ ନେଇ କଥାବାର୍ତ୍ତାକୁ ସହଜ କରିବାକୁ ଚାହୁଁ ଥିଲି।
ପୁଟିନ ଆଗାମୀ ସାକ୍ଷାତକୁ ନେଇ କହିଛନ୍ତି ଏମିତି ହେବା ମୁସ୍କିଲ , କିନ୍ତୁ ଯଦି ଆପଣ କେବେ ମୋ ସହ ଆଉ ଥରେ ଭେଟ ହୁଅନ୍ତି ତ, ମୁଁ ଏହା ସ୍ପଷ୍ଟ କରିବି କି, ଆପଣ ଏମିତି ପରିସ୍ଥିତି କେବେ ସାମ୍ନା କରିବେ ନାହିଁ।
ଉଲ୍ଲେଖନୀୟ ଯେ , ୨୦୦୭ରେ ରୁଷିଆର ସହର ସୋଚିରେ ତତ୍କାଳୀନ ଜର୍ମାନ ଚାନ୍ସଲର ଏଞ୍ଜେଲା ମାର୍କେଲ ଓ ରୁଷ୍ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ସାକ୍ଷାତ୍ ହୋଇ ଥିଲା। ଏହି ସାକ୍ଷାତ୍ ବେଳେ ପୁଟିନ ନିଜର କଳା ରଙ୍ଗର ଲାବ୍ରାଡୋର ରିଟ୍ରିଭର ସହ ଆସିଥିଲେ। କଥାବାର୍ତ୍ତା ବେଳେ କୁକୁର ଏଞ୍ଜେଲାଙ୍କୁ ଶୁଙ୍ଘିବାର ନଜର ଆସି ଥିଲା। ଏହି ସମୟରେ ଜର୍ମାନ ନେତ୍ରୀ ନିଜର ଚୌକିରେ ଭୟଭୀତ ନଜର ଆସୁ ଥିଲେ। ମାର୍କେଲ ନିଜର ଅନୁଭୂତିରେ ଲେଖିଛନ୍ତି କି, ପୁଟିନଙ୍କ ଚେହେରାରେ ଆସୁ ଥିବା ଭାବର ଆଧାରରେ କହି ପାରିବି କି, ସେ ଚିନ୍ତାରେ ଦେଖି କେତେ ଖୁସି ହେଉ ଥିଲେ। ସେ ଏହି ପୂରା ସମୟକୁ ହସି ହସି ମଜା ନେଉ ଥିଲେ।
ରୁଷୀୟ ରାଷ୍ଟ୍ରପତି ପୁଟିନଙ୍କୁ କୁକୁର ପାଳିବାରେ ଖୁବ୍ ସଉକ। ଅନେକ ଥର ସେ ରୁଷ୍ ଆସୁଥିବା ନିଜର ଅତିଥିଙ୍କ ସ୍ୱାଗତ କୁକୁର ମାନଙ୍କ ସହ କରିବାର ନଜର ଆସନ୍ତି। ଏଞ୍ଜେଲାଙ୍କୁ ସମସ୍ୟା ସୃଷ୍ଟି କରୁ ଥିବା କୁକୁରକୁ ସେ ତାଙ୍କର ସ୍ୱତନ୍ତ୍ର ବନ୍ଧୁ ସର୍ଗେଇ ଶୋଇଗୁଙ୍କ ସହ ଭେଟ କରାଇ ଥିଲେ, ଯିଏ କି ପରେ ତାଙ୍କର ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ।