ଭୁବନେଶ୍ଵର, ୧୭/୦୨ : ମଙ୍ଗଳବାରଠୁ ଯୁକ୍ତ ୨ ବୋର୍ଡ ପରୀକ୍ଷା। ମୋଟ ୧୨୭୬ କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ। କଳାରେ ୨,୪୭,୩୯୧ , ବିଜ୍ଞାନରେ ୧,୧୪,୯୮୦, ବାଣିଜ୍ୟରେ ୨୫,୫୨୬ ଏବଂ ଧନ୍ଦାମୂଳକ ବିଷୟରେ ୫୭୨୧ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ୨୦୫ ହବ୍ରେ ମହଜୁଦ ରହିଛି ପ୍ରଶ୍ନପତ୍ର।
ସୂଚନାନୁଯାୟୀ, ସକାଳ ସାଢେ ୮ଟାରେ ହବ୍ରୁ ପ୍ରଶ୍ନପତ୍ର ବାହାରି ସେଣ୍ଟରରେ ପହଞ୍ଚିବ। ସାଢେ ୯ଟା ସୁଦ୍ଧା ଛାତ୍ରଛାତ୍ରୀ ସେଣ୍ଟରରେ ପହଞ୍ଚିବେ। ସକାଳ ୧୦ଟାରୁ ୧ଟା ଯାଏଁ ପରୀକ୍ଷା ହେବ। ପ୍ରଥମ ଦିନ ବିଜ୍ଞାନ ବିଭାଗ ବିଭାଗ ଛାତ୍ରଛାତ୍ରୀ ସାହିତ୍ୟ ପରୀକ୍ଷା ଦେବେ। ହିଟ୍ ୱେଭ୍ ପାଇଁ ସାଙ୍ଗରେ ପାଣି ନେଇଯାଇ ପାରିବେ। ହେଲେ ପରୀକ୍ଷା ହଲ୍ ଭିତରକୁ ନେଇ ପାରିବେ ନାହିଁ। ସମ୍ପୂର୍ଣ୍ଣ ସ୍କ୍ରିନିଂ ପରେ ପିଲାଙ୍କୁ ପରୀକ୍ଷା ହଲ୍କୁ ଛଡାଯିବ। ୯ଟା ୫୦ରେ ଉତ୍ତର ଖାତା ପାଇବେ। ୯ଟା ୫୫ରେ ପ୍ରଶ୍ନପତ୍ର ଦିଆଯିବ। ୩୨ ପେଜ୍ର ଉତ୍ତର ଖାତା ଚେକ୍ କରି ସାରିବା ପରେ ୧୦ଟାରୁ ଉତ୍ତର ଲେଖିବା ଆରମ୍ଭ କରିବେ। ସିସିଟିଭି କ୍ୟାମେରାରେ ପଞ୍ଚ ସ୍ତରୀୟ ସ୍କ୍ଵାର୍ଡ ବ୍ୟବସ୍ଥାରେ ସ୍ଵଚ୍ଛତାର ସହ ପରୀକ୍ଷା କରାଯିବ। ଏଥିପାଇଁ ସିଏଚ୍ଏସଇ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ୍ ଭଳି ଗୁଜବ ଉପରେ ବିଶ୍ୱାସ ନକରିବାକୁ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
ଏହି ଖବରଟିକୁ ପଢନ୍ତୁ-'ମିଲର୍ ଅଫିସରଙ୍କ ସମେତ ବିରୋଧୀ ବିବ୍ରତ, ତାଙ୍କର ପୋଡ଼ିବା ଆରମ୍ଭ ହୋଇଛି' : ଯୋଗାଣ ମନ୍ତ୍ରୀ