ଭୁବନେଶ୍ଵର, ୧୭/୦୨ : ଚାଷୀ ମାରଣ ନୀତି ଚଳିବ ନାହିଁ। ଚାଷରେ ଭ୍ରଷ୍ଟାଚାର ଓ ଦୁର୍ନୀତିର ହେବ ମୂଳପୋଛ। ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ, ୨୪ ମିଲ୍କୁ ସିଲ୍ କରିଛି ଯୋଗାଣ ବିଭାଗ। ଧାନ ମଣ୍ଡିରୁ କିଛି ବିଧାୟକଙ୍କର ହେଉଥିଲା ଅତିରିକ୍ତ ରୋଜଗାର। ଯାହା ଏବେ ବନ୍ଦ ହୋଇଯାଇଛି। ଆଗରୁ ମାସିକିଆ ନେଉଥିଲେ। ଏବେ ବନ୍ଦ ହୋଇଯିବା ଯୋଗୁଁ ଦୁଃଖୀ ଅଛନ୍ତି। ଦୁର୍ନୀତିଗ୍ରସ୍ତ ମିଲର ଓ ଦଲାଲ ଦୁଃଖୀ ହେବା ସ୍ଵାଭାବିକ। କିଛି ଅଫିସର ଓ ଦଲାଲଙ୍କ ବିରୋଧରେ ଆକ୍ସନ ନିଆଯାଇଛି। କିଛି ଅଫିସର ମାନେ ମିଲର ଓ ଦଲାଲ ମାନଙ୍କ ସହିତ ସାମିଲ ଥିଲେ। ତେଣୁ ଏବେ ମିଲର୍ ଅଫିସର ସମେତ ବିରୋଧୀ ବିବ୍ରତ, ତାଙ୍କର ପୋଡ଼ିବା ଆରମ୍ଭ ହୋଇଛି।
ଯୋଗାଣ ମନ୍ତ୍ରୀ ପୁଣି କହିଛନ୍ତି ଯେ, ମଣ୍ଡି ବ୍ୟବସ୍ଥା ସାଇଜ୍ ହେବ। ଯେଉଁଠି ମଣ୍ଡି ନାହିଁ ସେଇଠି ମଣ୍ଡି ହେବ। କୃଷକ ମଣ୍ଡିକୁ ଆଣି ପରିବା ବିକିବେ। ଅଧିକ ଅମଳକୁ ଶୀତଳ ଭଣ୍ଡାରରେ ରଖିବେ। ସେଥିପାଇଁ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ହେବ। ପ୍ରତ୍ୟେକ ବ୍ଲକରେ ଅତି କମ୍ରେ ଗୋଟିଏ ଶୀତଳ ଭଣ୍ଡାର ହେବ। ଚାଷୀଙ୍କୁ ମିଳିବ ଉପଯୁକ୍ତ ମୂଲ୍ୟ। ସେହିପରି ଆଳୁ ଚାଷ ନେଇ ମନ୍ତ୍ରୀ କହିଛନ୍ତି ଯେ, ଆଳୁ ଚାଷ ଭଲ ହୋଇଛି। ଆଳୁ ପାଇଁ ପଶ୍ଚିମବଙ୍ଗ କିମ୍ବା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବ ନାହିଁ ଓଡ଼ିଶା।
ଏହି ଖବରଟିକୁ ପଢନ୍ତୁ-ଯେଉଁଠି ଅଭିଯୋଗ ସେଠି ଜିଲ୍ଲାପାଳ, ଡାକ୍ତରଖାନାରେ ଡାକ୍ତର ନଥିଲେ ପହଞ୍ଚିଗଲେ ଦିଲ୍ଲୀପ ରାଉତରାୟ, ଆଉ ତାପରେ...