ପ୍ରମୂଖ ଖବର
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପୂର୍ବତନ RBI ଅଧିକାରୀଙ୍କୁ ୧୫ ଦିନ ଡିଜିଟାଲ୍ ଆରେଷ୍ଟ୍, ୩କୋଟି ୧୪ ଲକ୍ଷ ଠକି ନେଲେ ସାଇବର୍ ଠକ

Published By : Rasmita Pradhan | March 21, 2025 12:55 PM

ନୋଏଡା, ୨୧/୦୩ : ମୁଁ କୋଲାବ ଥାନାର ପୋଲିସ ବିଜୟ ଖନ୍ନା କହୁଛି। ତୁମ ନାଁରେ ଥାନାରେ ଅଭିଯୋଗ ହୋଇଛି। ମନି ଲଣ୍ଡ୍ରିଂ ଏବଂ ନିବେଶରେ ଠକେଇ ନେଇ କେସ୍ ହୋଇଛି। ତୁମ ଆକାଉଣ୍ଟ୍ ଫ୍ରିଜ୍ କରିଦିଆଯିବ। ତଦନ୍ତରେ ସହଯୋଗ ନକଲେ କିମ୍ବା ଗୋପନୀୟତା ରକ୍ଷା ନକଲେ ଗିରଫ ହେବ। ଏଭଳି ଫୋନ୍ କଲ୍ କରି ଜାଲ ବିଛାଉଛନ୍ତି ସାଇବର ଠକ। ଆଉ ଡିଜିଟାଲ୍ ଆରେଷ୍ଟ କରି ଠକି ନେଉଛନ୍ତି ସବୁ ଜମାପୁଞ୍ଜି। ସାଇବର୍ ଠକେଇର ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ତେବେ ଏଥର କେହି ସାଧାରଣ ବ୍ୟକ୍ତି ନୁହଁନ୍ତି ଜଣେ ପୂର୍ବତନ ଆରବିଆଇ ଅଧିକାରୀ ସାଇବର୍ ଠକଙ୍କ ହାବୁଡ଼ରେ ପଡ଼ିଛନ୍ତି। ଉତ୍ତର ପ୍ରଦେଶ ନୋଏଡାରୁ ଏଭଳି ଘଟଣା ଘଟିଛି। ୭୮ ବର୍ଷୀୟ ଜଣେ ପୂର୍ବତନ ଆରବିଆଇ ଅଧିକାରୀଙ୍କୁ ୧୫ ଦିନ ଧରି ଡିଜିଟାଲ୍ ଆରେଷ୍ଟରେ ରଖି ସାଇବର୍ ଠକମାନେ ୩.୧୪ କୋଟି ଠକି ନେଇଛନ୍ତି। କେତେବେଳେ TRAI, ଆଉ କେତେବେଳେ ପୋଲିସ, ସିବିଆଇ ଏପରିକି ସୁପ୍ରିମକୋର୍ଟର ଅଧିକାରୀ କହି ବୃଦ୍ଧଙ୍କୁ ଚୂନା ଲଗାଇଛନ୍ତି। 

ସୂଚନାନୁଯାୟୀ, ନୋଏଡା ସେକ୍ଟର ୭୫ରେ ରହୁଥିବା ଜଣେ ବୃଦ୍ଧଙ୍କ ପାଖକୁ ଫେବୃଆରୀ ୨୫ ତାରିଖରେ ଏକ ଫୋନ କଲ୍ ଆସିଥିଲା। ନିଜକୁ କୋଲାବ ଥାନାର ପୋଲିସ ବିଜୟ ଖନ୍ନା ପରିଚୟ ଦେଇ ଏକ ମାମଲା ଥିବା କଥା କହିଥିଲେ। ଏପରିକି ତାଙ୍କୁ ଅନଲାଇନ୍ ମାଧ୍ୟମରେ ସୁପ୍ରିମକୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି କହିଥିଲେ। ଏଥିରେ ବୃଦ୍ଧ ଜଣଙ୍କ ଭୟଭୀତ ହୋଇ ଜୀବନସାରା ରଖିଥିବା ୩କୋଟି ୧୪ ଲକ୍ଷ ଟଙ୍କା ସିକ୍ରେଟ୍ ସୁପରଭିଜନ୍ ଆକାଉଣ୍ଟରେ ଟ୍ରାନ୍ସଫର୍ କରି ଦେଇଥିଲେ। ଏହାପରେ ତାଙ୍କୁ ସୁପ୍ରିମକୋର୍ଟରୁ ଏକ ଅନଲାଇନ୍ ଅର୍ଡର କପି ମିଳିଥିଲା। ଯେଉଁଥିରେ ସେ ନିର୍ଦ୍ଦୋଶ ବୋଲି ଲେଖାଥିଲା। ହେଲେ ଏହି ଅର୍ଡର କପି ନକଲି ଥିଲା। ବୃଦ୍ଧ ଜଣଙ୍କ ଭାବିଥିଲେ ଯେ ତଦନ୍ତ ପରେ ଏହି ଟଙ୍କା ତାଙ୍କୁ ଫେରସ୍ତ କରିଦିଆଯିବ। କିନ୍ତୁ ଟଙ୍କା ନମିଳିବା ପରେ ବୃଦ୍ଧ ଜଣଙ୍କ ଜାଣି ପାରିଥିଲେ ଯେ, ତାଙ୍କ ସହ ଠକେଇ ହୋଇଛି। ଏହାପରେ ସେ ସାଇବର୍ ଅପରାଧ ପୋର୍ଟାଲରେ ଅଭିଯୋଗ କରିଥିଲେ। ଏବେ ମାମଲାର ତଦନ୍ତ ଚାଲିଛି। 

ସୂଚନା ଥାଉକି, ସାଇବର୍ ଠକମାନେ ବୃଦ୍ଧ ଦମ୍ପତିଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୫ ଦିନ ଧରି ଡିଜିଟାଲ୍ ଆରେଷ୍ଟ କରି ରଖିଥିଲେ। ସେମାନଙ୍କୁ କେବଳ ଖାଇବା ପିଇବା ପାଇଁ ଅନୁମତି ଥିଲା। ଏପରିକି କାହା ସହ କଥା ହେବା ପାଇଁ ବାରଣ କରାଯାଇଥିଲା। ଏସମ୍ପର୍କରେ ଆଉ କାହା ସହ ଆଲୋଚନା କଲେ ଗିରଫ ହେବେ ବୋଲି ଧମକ ବି ଦିଆଯାଇଥିଲା। 

ଏହି ଖବରଟିକୁ ପଢନ୍ତୁ-ବିଚାରପତିଙ୍କ ବଙ୍ଗଳାରେ ଲାଗିଲା ନିଆଁ, ମିଳିଲା ଟଙ୍କାର ପାହାଡ଼, ନ୍ୟାୟ ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ








 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.