ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ସୋମବାର ରାଶିଫଳ; ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ହେବେ ଧନବାନ

ମେଷ: କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକୁ ନେଇ ବିବାଦ ଏବଂ ମାଲିମକଦ୍ଦମାରେ ପଡ଼ିପାରନ୍ତି ଏବଂ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ । ମନରେ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖା ଦେବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା ଏବଂ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ । ଯେଉଁ ମାନଙ୍କର କୃତ୍ତିକା ମେଷ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଗେରୁଆ, ସଂଖ୍ୟା: ୧୧, ଆରାଧନା: ପ୍ରଭୁ ହନୁମାନ ।

ବୃଷ: ଶ୍ରୀଚନ୍ଦ୍ର, ସୋମବାର ଯୋଗୁ ନୂତନ ଭୂମିପୂଜା, ଗୃହପ୍ରତିଷ୍ଠା, ଗୃହାରମ୍ଭ ଆଦି ଶୁଭକର୍ମର ଆୟୋଜନ କରିପାରନ୍ତି କିମ୍ବା ପରିବାର ସହ କୌଣସି ଶୁଭକର୍ମରେ ଯୋଗ ଦେଇପାରନ୍ତି । ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ଯେଉଁ ମାନଙ୍କର ରୋହିଣୀ ବୃଷ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୦୪, ଆରାଧନା: ପ୍ରଭୁ ଶ୍ରୀରାମ ।

ମିଥୁନ: ଦ୍ୱାଦଶ ଚନ୍ଦ୍ର ଯୋଗୁ ଅଯଥା ଖର୍ଚ୍ଚ, ବଦ୍‌ଖର୍ଚ୍ଚ ଓ ପରିବାରର ଖର୍ଚ୍ଚଭାର ବହୁତ କମ୍‌ ରହିବ ଏବଂ ଖର୍ଚ୍ଚ ଅପେକ୍ଷା ସଂଚୟରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ଆୟର କିଛି ଅଂଶ ସଂଚୟରେ ବିନିଯୋଗ କରିବେ । କର୍ମରେ ସଫଳତା ଓ ସମସ୍ତ କଷ୍ଟସାଧ୍ୟ କାମ ଆଜି ଆପଣଙ୍କ ପାଇଁ ସହଜ ହେବ । ଯେଉଁ ମାନଙ୍କର ଆର୍ଦ୍ରା ଓ ପୁନର୍ବସୁ ମିଥୁନ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ମେରୁନ୍‌, ସଂଖ୍ୟା: ୧୨, ଆରାଧନା: ମା’ ଷୋଡ଼ଶୀ ।

କର୍କଟ: ଏକାଦଶ ଚନ୍ଦ୍ର, ସୋମବାର ଏବଂ ଚନ୍ଦ୍ର ଓ ମଙ୍ଗଳ ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ନୂତନ ଭୂମି, ମୂଲ୍ୟବାନ ଧାତୁ ଏବଂ ଯାନବାହନ କ୍ରୟ କରିବେ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସମର୍ଥ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟର ସୁଯୋଗ ଜୁଟିବ । କର୍ମରେ ସଫଳତା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୫, ଆରାଧନା: ମା’ ଭୁବନେଶ୍ୱରୀ ।

ସିଂହ: ଦଶମ ଚନ୍ଦ୍ର ଏବଂ ଚନ୍ଦ୍ର ଓ ମଙ୍ଗଳ ଉଭୟଙ୍କ ନକ୍ଷତ୍ରଭୋଗ ହେଉଥିବାରୁ କର୍ମରେ ଆଶା ଠାରୁ ଅଧିକ ସଫଳତା ମିଳିବ ଏବଂ ନୂତନ କର୍ମାରମ୍ଭ, ଭୂମିପୂଜା, ଗୃହ ପ୍ରତିଷ୍ଠାଦି ଶୁଭକର୍ମର ଆୟୋଜନ କରିବେ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଚାଲିଚଳନ, ବ୍ୟବହାର ମାର୍ଜିତ ଓ ସର୍ବଜନ ଆଦୃତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବେ । ଯେଉଁ ମାନଙ୍କର ପୂର୍ବା ଫାଲ୍‌ଗୁନୀ ସିଂହ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ଗୋଲାପି, ସଂଖ୍ୟା: ୩, ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

କନ୍ୟା: କୃଷ୍ଣପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ଉନ୍ନତି ମୂଳକ କର୍ମରେ ପ୍ରତିବନ୍ଧକ ଓ ଧାର୍ମିକ କର୍ମରେ ବିଘ୍ନ ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁ ମାନଙ୍କର ଉତ୍ତରା ଫାଲ୍‌ଗୁନୀ ଓ ହସ୍ତାକନ୍ୟା, ସେମାନେ ସତର୍କ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୪, ଆରାଧନା: ମା’ ଛିନ୍ନମସ୍ତା ।

ତୁଳା: ଅଷ୍ଟମ ଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ ଏବଂ ଯାନବାହନ ଆରୋହଣକାଳରେ ସତର୍କ ହେବେ । ବିନା କାରଣରେ ବହୁତ ବ୍ୟସ୍ତ ରହିବେ ଏବଂ ନିଶ୍ଚିତତାକୁ ପରିତ୍ୟାଗ କରି ଅନିଶ୍ଚିତତା ପଛରେ ପଶ୍ଚାତ୍‌ଧାବନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବଦ୍‌ଖର୍ଚ୍ଚ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ । ଯେଉଁ ମାନଙ୍କର ଚିତ୍ରା ତୁଳା, ସେମାନେ ସତର୍କ ହେବେ । ଶୁଭରଙ୍ଗ: ନୀଳ, ସଂଖ୍ୟା: ୧୨, ଆରାଧନା: ମା’ ଗାୟତ୍ରୀ ।

ବିଛା : ଘାତଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ । ଦାମ୍ପତ୍ୟ ଜୀବନରେ ଅଶାନ୍ତି କିମ୍ବା ସହଧର୍ମିଣୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ ଏବଂ ପରିଚିତ ମହିଳାଙ୍କ ଠାରୁ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ବିଫଳତା ଓ ମହିଳା ସହକର୍ମୀଙ୍କ ବିରୋଧର ଶିକାର ହୋଇପାରନ୍ତି । ଯେଉଁମାନଙ୍କର ଅନୁରାଧାବିଛା, ସେମାନେ ସତର୍କ ହେବେ । ଶୁଭରଙ୍ଗ: ହଳଦିଆ, ସଂଖ୍ୟା : ୧୧, ଆରାଧନା : ମା’ ଚଣ୍ଡୀ ।

ଧନୁ : ଷଷ୍ଠଚନ୍ଦ୍ର, ସୋମବାର ଏବଂ ଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା ଏବଂ ସମସ୍ତଙ୍କ ପ୍ରଶଂସାର ପାତ୍ର ହେବେ । ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତଙ୍କ ମନ ଜିଣିବାରେ ସମର୍ଥ ହେବେ । ଯେଉଁ ମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୭, ଆରାଧନା : ମା’ ତାରା ।

ମକର :  ପଞ୍ଚମ ଚନ୍ଦ୍ରଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତିର ଅପପ୍ରୟୋଗ କରିବେ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ସନ୍ତାନ ମାନେ ବିଶୃଙ୍ଖଳିତ ହେବେ ଏବଂ ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସମ୍ମାନ ହାନିହେବ । ଯେଉଁ ମାନଙ୍କର ଶ୍ରବଣା ଓ ଧନିଷ୍ଠା ମକର, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଇନ୍ଦ୍ରନୀଳ, ସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।

କୁମ୍ଭ :  ଚତୁର୍ଥ ଚନ୍ଦ୍ର ଯୋଗୁ ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରି ପାଇବେ । ମୂଲ୍ୟବାନ ଧାତୁ, ବସନଭୂଷଣ ଓ ଘରୋଇ ଉପକରଣ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁ ମାନଙ୍କର ଶତଭିଷା କୁମ୍ଭ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ମାଟିଆ, ସଂଖ୍ୟା : ୩, ଆରାଧନା : ମା’ ବିମଳା ।

ମୀନ : ତୃତୀୟଚନ୍ଦ୍ର ଏବଂଚନ୍ଦ୍ର, ମଙ୍ଗଳ ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ । ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଉଦ୍ୟମ କରିବେ । କର୍ମରେ ସଫଳତା ଓ ପ୍ରମୋଶନ ମିଳିପାରେ । ଯେଉଁ ମାନଙ୍କର ଉତ୍ତର ଭାଦ୍ର ମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୨, ଆରାଧନା : ମା’ ଧୂମାବତୀ ।

ଜ୍ୟୋତିର୍ବିଦ୍‌: କୈଳାସ ଦାଶ : ୯୪୩୭୧୩୩୪୭୩

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.