ଫିରିଙ୍ଗିଆ,୨୪/୧୧: ପାରିବାରିକ ସମସ୍ୟାକୁ ନେଇ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ । ମୃତକ ପାଲଚି ଗ୍ରାମର ନାଗାନ୍ତ କହଁର (୨୫) ବୋଲି ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ପାଲଚି ଗ୍ରାମରେ ଏଭଳି ଘଟଣା ଘିଟିଛି ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ଯୁବକ ଜଣକ କୌଣସି କୀଟନାଶକ ପିଇ ଦେଇଥିଲେ । କିଛି ସମୟ ପରେ ତାଙ୍କର ପ୍ରବଳ ବାନ୍ତି ହୋଇଥିଲା । ବାନ୍ତିରେ କୀଟନାଶକ ଗନ୍ଧ ହେବାରୁ ପରିବାର ଲୋକେ ତାଙ୍କୁ ଅଟୋ ଯୋଗେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତ ଯୁବକଙ୍କ ବଡ଼ ଭାଇ ସିଦ୍ଧାନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଗୋଛାପଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଗୋଚ୍ଛାପଡା ଥାନା ଅଧିକାରୀ ଚିରଞ୍ଜୀବି ବେହେରା କହିଛନ୍ତି ।