ପ୍ରମୂଖ ଖବର
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ହଲଚଲ, ୧୩୯ ପୋଲିସଙ୍କୁ ବଦଳି କଲେ ଏସ୍‌ପି

Published By : Prameya | March 27, 2025 8:03 AM

ଖୋର୍ଦ୍ଧା,୨୭/୦୩ : ପ୍ରଥମ ଥର ପାଇଁ ଜିଲ୍ଲା ପୋଲିସରେ ଏକ ବଡ଼ଧରଣରେ ଅଦଳ ବଦଳ ହୋଇଛି । ୧୩୯ ଜଣ ପୋଲିସଙ୍କୁ ଖୋର୍ଦ୍ଧା ଏସ୍‌ପି ସାଗରିକା ନାଥ ଅଚାନକ ବଦଳି କରିଛନ୍ତି । ଏସ୍‌ପି ନାଥ ଟାଙ୍ଗୀ ଥାନା ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କୁ ଜଙ୍କିଆ ଥାନା ଏବଂ ଜିଲ୍ଲା ମୁଖ୍ୟ ଦପ୍ତରର କାର୍ଯ୍ୟରତ ଇନ୍ସପେକ୍ଟର ରବିନ୍ଦ୍ର କୁମାର ଭୁଜବଳଙ୍କୁ ଟାଙ୍ଗୀ ଥାନା ଅଧିକାରୀ ଭାବେ ବଦଳି କରିଛନ୍ତି । ଆଦର୍ଶ ଥାନା ଅତିରିକ୍ତ ଥାନା ଅଧିକାରୀ ସୂଚିତ୍ରା ଜେନାଙ୍କୁ ସାଇବର ସେଲ୍‌କୁ ବଳଦି କରାଯାଇଛି । ସେହିପରି ରିର୍ଜଭ ପୋଲିସରେ କାର୍ଯ୍ୟରତ ସବ୍‌-ଇନ୍ସପେକ୍ଟର ହାଡ଼ୁବନ୍ଧୁ ଦାସଙ୍କୁ ବୋଲଗଡ଼, ଦିନେଶ କୁମାର ପିଙ୍ଗୁଆ, ପୂର୍ଣ୍ଣଚନ୍ଦ୍ର ଜେନାଙ୍କୁ ଆଦର୍ଶ ଥାନା ଏବଂ ଅଭୟ ରାଉତଙ୍କୁ ବେଗୁନିଆ, ପବିତ୍ର ମୋହନ ପ୍ରଧାନ, ବିନାୟକ ମନ୍ତ୍ରୀଙ୍କୁ ବାଣପୁର, ମୋଚିରାମ ଜାଲିଙ୍କୁ ନାଚୁଣୀ ଥାନା ସମେତ ୨୧ ଜଣ ସବ୍‌-ଇନ୍ସପେକ୍ଟରଙ୍କୁ ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡିକୁ ବଦଳି କରାଯାଇଛି । 

ଅନୁରୂପ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଆଦର୍ଶ ଥାନାରେ କାର୍ଯ୍ୟରତ ଫୁଲମଣୀ ହେମ୍ବ୍ରମ୍‌ଙ୍କୁ ଜଙ୍କିଆ, ବେଗୁନିଆରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଭୂବନ ବେହେରାଙ୍କ ଭଳି ୧୬ ଜଣ ଆସିଷ୍ଟାଣ୍ଟ ଇନ୍ସପେକ୍ଟରଙ୍କୁ ଜିଲ୍ଲାର ବିଭିନ୍ନ ଥାନାକୁ ବଦଳି କରାଯାଇଛି । ପୋଲିସ  ବିଭାଗରେ କାର୍ଯ୍ୟରତ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଇନ୍ସପେକ୍ଟର ନୁହଁନ୍ତି ବରଂ ୩୭ ଜଣ ଏପିଆର କନ୍‌ଷ୍ଟେବଳ ଓ ୬୨ ଜଣ କନ୍‌ଷ୍ଟେବଳଙ୍କୁ ସମୁଦାୟ ୧୩୯ ଜଣଙ୍କୁ ବିଭିନ୍ନ ଥାନା, ଫାଣ୍ଡି ଏବଂ ବିଟ୍‌, ହାଉସ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏପରି ବଡ଼ଧରଣ ବଦଳି ଘଟଣା ଜିଲ୍ଲା ପୋଲିସକୁ ହଲଚଲ କରି ଦେଇଥିବାବେଳେ ଏସପି ନାଥଙ୍କ ଅଚାନକ ବଦଳି ନିର୍ଦ୍ଦେଶନାମାକୁ ନେଇ ଜିଲ୍ଲାବ୍ୟାପୀ ଭିନ୍ନ ଭିନ୍ନ ଆଲୋଚନା ହେଉଛି।

ଏହି ଖବରଟିକୁ ପଢନ୍ତୁ-ପୁରୀରେ ବଢ଼ି ଚାଲିଛି ଅପରାଧ: ୮ ମାସରେ ୪୨ ହତ୍ୟା, ୪୬ ଦୁଷ୍କର୍ମ ଓ ୨୧ ନାବାଳିକା ଦୁଷ୍କର୍ମ ଘଟଣା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.