ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

Champions Trophy; ଭାରତ-ନ୍ୟୁଜିଲାଣ୍ଡ ଟ୍ରଫି ଟକ୍କର, ୨୫ବର୍ଷ ପୁରୁଣା ପ୍ରତିଶୋଧ ନେବ ରୋହିତ ସେନା

Published By : Ankita S | March 7, 2025 10:52 AM

ନୂଆଦିଲ୍ଲୀ,୦୭/୦୩: ଆଉ ଗୋଟିଏ ମ୍ୟାଚ । ସରିଯିବ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ଆସନ୍ତା ୯ ତାରିଖରେ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଲଢେଇ । ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ୨୫ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ଅଢେଇ ଦଶନ୍ଧୀ ପୂର୍ବେ ଭାରତୀୟ କ୍ରିକେଟ ଦଳ ଯେଉଁ ଭୁଲ କରିଥିଲା ତାକୁ ସୁଧାରିବାର ଗୋଲ୍ଡେନ ଚାନ୍ସ ରହିଛି । ସୁଯୋଗ ହାତ ପାହାନ୍ତାରେ । ୨୫ ବର୍ଷ ପରେ ଟ୍ରଫି ଟକ୍କରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ୨୦୦୦ ମସିହା ଫାଇନାଲ ହାରିବାର ଦୁଃଖ ଦୂର କରି ପୁରୁଣା ହିସାବ ନେବ ଇଣ୍ଡିଆ । ୫ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଫାଇନାଲ ଖେଳିବ ଭାରତ । ଏଥର ଟ୍ରଫି ଜିତିଲେ ଭାରତ କିଛି ଖାସ୍ ରେକର୍ଡ କରିବ । ଜାଣନ୍ତୁ ୨୦୦୦ ମସିହାରେ ଯେବେ ଦୁଇଦଲ ପରସ୍ପରକୁ ଭେଟିଥିଲେ କଣ ହୋଇଥିଲା ?୨୦୦୦ରେ କପ୍ ଛଡାଇ ନେଇଥିଲା କିୱି ଦଳ- ଚଳିତ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ଅପରାଜେୟ ରହିଛି । ଲିଗ୍ ପର୍ଯ୍ୟାୟରେ ସବୁ ମ୍ୟାଚ ଜିତିଛି । ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡକୁ ହରାଇ ସେମି ଫାଇନାଲରେ ଏଣ୍ଟ୍ରି କରିଥିଲା ଭାରତ । ଅଷ୍ଟ୍ରେଲିଆକୁ ସେମିରେ ହରାଇ ଫାଇନାଲ ଟିକେଟ ହାତେଇଥିଲା ଇଣ୍ଡିଆ । ସେହିପରି ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୫୦ରନରେ ହାରାଇ ଫାଇନାଲ ଟିକେଟ୍ ହାତେଇଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ଫାଇଟ ହେବ । ଶେଷ ଥର ପାଇଁ ଦୁଇ ଦଳ ୨୦୦୦ ମସିହାରେ ଚାମ୍ପିଅନ୍ସ ଟ୍ରଫିରେ ଭେଟାଭେଟି ହୋଇଥିଲେ । କେନିଆର ନାଇବେରିଆରେ ଫାଇନାଲ ମ୍ୟାଚ ହୋଇଥିଲା ।ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତ ୬ ୱିକେଟ ହରାଇ ୨୬୪ରନ କରିଥିଲା । କ୍ୟାପ୍ଟେନ୍ ଗାଙ୍ଗୁଲି ଶତକୀୟ ପାଳି ଖେଳିଥିଲେ । ସଚିନ ୬୯ରନ କରିଥିଲେ । ୨୬୫ ଟାର୍ଗେଟ ପିଛା କରି ମ୍ୟାଚକୁ ୪ ୱିକେଟରେ ଜିତି ନେଇଥିଲା ନ୍ୟୁଜିଲାଣ୍ଡ । କେର୍ଣ୍ଣସଙ୍କ ୧୦୨ରନ ପାଳି ଖେଳି ଭାରତ ହାତରୁ ମ୍ୟାଚ ଛଡାଇ ନେଇଥିଲେ ।  ନାଇବେରିଆରେ କପ୍ ଛଡାଇ ନେଇଥିଲା କିୱି ଦଳ । କ୍ରିକେଟ ଇତିହାସରେ ନ୍ୟୁଜିଲାଣ୍ଡର ଏହା ପ୍ରଥମ ଆଇସିସି ଟ୍ରଫି ଥିଲା । ଏଥର କିୱି ଦଳ ତୃତୀୟ ଥର ଫାଇନାଲରେ ପ୍ରବେଶ କରିଛି । ଏଥର ଭାରତ ନ୍ୟୁଜିଲାଣ୍ଡକୁ ହରାଇ ୨୫ ବର୍ଷ ପୁରୁଣା ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।

ଅଧିକ ପଢନ୍ତୁ...ଆଇପିଏଲ୍‌-୧୮ ପାଇଁ ନୂଆ ନିୟମ: ଟିମ୍‌ ବସରେ ଯାତ୍ରା କରିବେ ଖେଳାଳି, ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନାପଞ୍ଚମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ୯ରେ ଚାମ୍ପିଅନ୍ସ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ୨୫ ବର୍ଷ ପୂର୍ବେ ଚକମା ଖାଇଥିଲା ଏଥର ଭାରତ ବିଜୟ ମୁକୁଟ ପିନ୍ଧିବାର ଆଶା ରହିଛି । ୨୦୧୩ରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ପ୍ରଥମ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ସେପଟେ ନ୍ୟୁଜିଲାଣ୍ଡ ଲିଗ୍ ମ୍ୟାଚରେ କେବଳ ଭାରତଠୁ ପରାସ୍ତ ହୋଇଥିଲା । ଅନ୍ୟ ସବୁ ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଛି । କିୱି ଦଳ ଏଥର ଅଢେଇ ଦଶନ୍ଧିର ଆଇସିସି ଟ୍ରଫି ମରୁଡି ଦୂର କରିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ରବିବାର ଏକ ହାଇଭୋଲ୍ଟେଜ ମ୍ୟାଚ ଦେଖିବା ଅପେକ୍ଷାରେ ରହିଛନ୍ତି କ୍ରିକେଟପ୍ରେମୀ ।

ଚାମ୍ପିଅନ୍ସ ଟ୍ରଫି ଫଳାଫଳ

୧୯୯୮- ଦକ୍ଷିଣ-ଆଫ୍ରିକା

୨୦୦୦- ନ୍ୟୁଜିଲାଣ୍ଡ

୨୦୦୨- ଭାରତ-ଶ୍ରୀଲଙ୍କା ସଂଯୁକ୍ତ ବିଜେତା

୨୦୦୪-ୱେଷ୍ଟଇଣ୍ଡିଜ

୨୦୦୬-ଅଷ୍ଟ୍ରେଲିଆ

୨୦୦୯-ଅଷ୍ଟ୍ରେଲିଆ

୨୦୧୩-ଭାରତ

୨୦୧୭-ପାକିସ୍ତାନ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.