ପ୍ରମୂଖ ଖବର
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆଇପିଏଲ୍‌-୧୮ ପାଇଁ ନୂଆ ନିୟମ: ଟିମ୍‌ ବସରେ ଯାତ୍ରା କରିବେ ଖେଳାଳି, ପରିବାର ସଦସ୍ୟଙ୍କୁ ଡ୍ରେସିଂ ରୁମ୍‌ ମନା

Published By : Prameya | March 7, 2025 10:00 AM

ମୁମ୍ବାଇ,୦୭/୦୩: ଆଗାମୀ ଆଇପିଏଲ୍‌ ପାଇଁ  ବିସିସିଆଇ ନୂଆ ନିୟମ ଲାଗୁ କରିଛି । ଭାରତୀୟ ଦଳ ପାଇଁ ଲାଗୁ କରାଯାଇଥିବା ନିୟମ ଭଳି ଆଇପିଏଲ୍‌ରେ ମଧ୍ୟ ନିୟମ କଠୋର କରାଯାଇଛି । ଆସନ୍ତା ୨୦  ତାରିଖରେ ସମସ୍ତ ଦଳର ଅଧିନାୟକଙ୍କୁ ଡ଼କାଇ  ବିସିସିଆଇ ଏକ ବୈଠକ ଆୟୋଜନ କରିବ ଓ  ଲାଗୁ କରାଯାଇଥିବା ସମସ୍ତ ନିୟମକୁ ବିସ୍ତୃତ ଭାବେ  ଜଣାଇବ । ୨୨ ତାରିଖରୁ ଆଇପିଏଲ୍‌ ଆରମ୍ଭ ହେବ।

ଏଣିକି ପ୍ରତ୍ୟେକ ଦଳର ଖେଳାଳିମାନେ ଅଭ୍ୟାସ କିମ୍ବା ମ୍ୟାଚ୍‌ ସମୟରେ ଏକତ୍ର ଟିମ୍‌ ବସ୍‌ରେ ହିଁ ଯାତ୍ରା କରିବେ । କେହି ଦଳଠୁ ଅଲଗା ହୋଇ ଯାତ୍ରା କରିପାରିବେ ନାହିଁ । ଦଳର ଅଭ୍ୟାସ ଓ ମ୍ୟାଚ୍‌  ଦିବସରେ କୌଣସି ଖେଳାଳିଙ୍କ ପରିବାରର କୌଣସି  ସଦସ୍ୟ ଡ୍ରେସିଂ ରୁମ୍‌ରେ ପ୍ରବେଶ କରିପାରିବେ ନାହିଁ । କେବଳ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ଡ୍ରେସିଂ  ରୁମ୍‌କୁ ଯାଇପାରିବେ ।

ଅଭ୍ୟାସ ଦିବସ ଗୁଡ଼ିକରେ ଦଳର ଅଭ୍ୟାସ ସମୟରେ ଖେଳାଳିମାନଙ୍କ ପରିବାର ସଦସ୍ୟ ସ୍ୱତନ୍ତ୍ର ଅଞ୍ଚଳରେ ରହିବେ । କେହି ମନ ଇଛା ଗ୍ରାଉଣ୍ଡ କିମ୍ବା ଅଭ୍ୟାସ ଅଞ୍ଚଳକୁ ଯାଇପାରିବେ ନାହିଁ । ଖେଳାଳିମାନେ ଟିମ୍‌ ବସରେ ଯାତ୍ର କରିବା ସମୟରେ ସେମାନଙ୍କ ପରିବାର ସଦସ୍ୟ ଅନ୍ୟ ଗାଡ଼ିରେ ଯାତ୍ରା କରିବେ । 

କୌଣସି ଫ୍ରାଞ୍ଚାଇଜ୍‌ ଅତିରିକ୍ତ ସହକାରୀ  ସଦସ୍ୟ ଯଥା: ଥ୍ରୋ ଡାଉନ ସ୍ପେଶାଲିଷ୍ଟ,  ନେଟ୍‌ ବୋଲରଙ୍କୁ ଗ୍ରାଉଣ୍ଡକୁ ନେବାକୁ  ଚାହିଁଲେ, ଏଥିପାଇଁ ବିସିସିଆଇର ଅନୁମତି ନେବାକୁ  ପଡ଼ିବ । ଫ୍ରାଞ୍ଚାଇଜମାନେ ନେଟ୍‌ ବୋଲର ଓ ଥ୍ରୋ ଡାଉନ୍‌  ସ୍ପେଶାଲିଷ୍ଟଙ୍କ ତାଲିକା ବିସିସିଆଇ ନିକଟକୁ ପଠାଇବେ ।  ଫ୍ରାଞ୍ଚାଇଜମାନେ ଗ୍ରାଉଣ୍ଡର ମୁଖ୍ୟ ପିଚ୍‌ ଅଞ୍ଚଳରେ  ଦଳର କୌଣସି ଖେଳାଳିଙ୍କ ଫିଟ୍‌ନେସ୍‌ ଟେଷ୍ଟ  କରିପାରିବେ ନାହିଁ। ଗ୍ରାଉଣ୍ଡରେ ରହିଥିବା ଅଭ୍ୟାସ  ଅଞ୍ଚଳରେ ଫିଟ୍‌ନେସ ପରୀକ୍ଷା ହେବ । ଟୁର୍ଣ୍ଣାମେଣ୍ଟ ବେଳେ  ସର୍ବାଧିକ ରନ୍‌ ଓ ସର୍ବାଧିକ ୱିକେଟ୍‌ ପାଇଁ ଯଥାକ୍ରମେ  ଅରେଞ୍ଜ ଓ ପର୍ପଲ କ୍ୟାପ୍‌ ପ୍ରଦାନ କରାଯାଏ । ଉଭୟ  କ୍ୟାପ୍‌ ପାଇଥିବା ଖେଳାଳିମାନେ ମ୍ୟାଚ୍‌ ସମୟରେ  ଅତି କମ୍‌ରେ ୨ ଓଭର ଓ ମ୍ୟାଚ୍‌ ପରବର୍ତ୍ତୀ ପୁରସ୍କାର  ବିତରଣ ସମୟରେ ବାଧ୍ୟତାମୂଳକ ଭାବେ ଉକ୍ତ କ୍ୟାପ୍‌  ପିନ୍ଧିବେ । ମ୍ୟାଚ୍‌ ପରବର୍ତ୍ତୀ ପୁରସ୍କାର ବିତରଣ ସମୟରେ  କୌଣସି ଖେଳାଳି ହାତ କଟା ଜର୍ସି ପିନ୍ଧି ପାରିବେ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.