ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର

Published By : Suraj Kumar | June 17, 2025 9:47 PM

ଭୁବନେଶ୍ବର, ୧୭।୬ : ଗୋପାଳପୁର  ବେଳାଭୂମି ଗଣଦୁର୍ଷମ ଘଟଣାର ତଦନ୍ତ କରିବ ସିଆଇଡି କ୍ରାଇମବ୍ରାଞ୍ଚ। ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ବ  ହସ୍ତାନ୍ତର କରିବାକୁ ନିର୍ଦେଶ ଦେଲେ ଡିଜିପି ।  କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ଟିମ ଘଟଣାର ତଦନ୍ତ କରିବ । ତଦନ୍ତ ତଦାରଖ କରିବେ  କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ଆଇଜି ଏସ. ସାଇନି । ଗୋପାଳପୁରରେ କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। 

ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁ ସହ  ଗୋପାଳପୁର ବେଳାଭୂମି ବୁଲିବାକୁ ଆସିଥିଲେ। ସେଠାରେ ୧୦ ଜଣ ଯୁବକ ଉଭୟଙ୍କୁ ଘେରି ଯାଇଥିଲେ । ପୁରୁଷ ବନ୍ଧୁ ଏବଂ ଯୁବତୀଙ୍କ ଭିଡିଓ ଉତ୍ତୋଳନ କରି ଘର ଲୋକଙ୍କୁ ପଠାଇବେ କହି ବ୍ଲାକ୍‌ମେଲିଂ କରି ଟଙ୍କା ମାଗିଥିଲେ ଏବଂ ଫୋନ୍‌ ପେ’  ଜରିଆରେ କିଛି ଟଙ୍କା ବି ନେଇଥିଲେ । ଏହାକୁ  ନେଇ ଯୁବକମାନଙ୍କ ସହ ପାଟିତୁଣ୍ଡ ହୋଇଥିଲା ।  ସେମାନେ ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିଥିଲେ ।  ପରେ କିଛି ଯୁବକ ପୁରୁଷ ବନ୍ଧୁଙ୍କୁ କାବୁ କରି ନେଇଥିଲେ । ୩ଜଣ ଯୁବକ ଯୁବତୀଙ୍କୁ ଅନ୍ଧାର ସ୍ଥାନକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ । ପରେ ଅଭିଯୁକ୍ତମାନେ ଚମ୍ପଟ ମାରିଥିଲେ । 

 ରବିବାର ରାତି ୧୦ଟାରେ ପୀଡ଼ିତା ଓ ତାଙ୍କ ପୁରୁଷବନ୍ଧୁ  ଗୋପାଳପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ । ପୁଲିସ୍ ଏକ ମାମଲା ରୁଜୁ କରି ପୁରୁଷବନ୍ଧୁଙ୍କୁ ସାଙ୍ଗରେ ନେଇ ଅଭିଯୁକ୍ତଙ୍କୁ ଖୋଜାଖୋଜି କରିଥିଲା । ଗୋପାଳପୁର ଜଙ୍କସନ୍‌ ଓଭରବ୍ରିଜ୍‌   ତଳେ ଦୁଇଟି ବାଇକ୍‌ରେ ଥିବା ୪ ଯୁବକଙ୍କୁ ପୁରୁଷବନ୍ଧୁ ଚିହ୍ନଟ କରିଥିଲେ । ପୁଲିସ ଗାଡ଼ି ଦେଖି ଦୁଇ ଜଣ ଚମ୍ପଟ୍ ମାରିଥିଲେ । ଆଉ ଦୁଇ ଜଣଙ୍କୁ ପୁଲିସ ମାଡ଼ି ବସିଥିଲା । ଉକ୍ତ ଦୁଇ ଯୁବକଙ୍କୁ ଥାନାକୁ ଆଣି ଜେରା କରିବା ପରେ ଅନ୍ୟ ୫ ଜଣ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି କହିଥିଲେ । ସୋମବାର ୭ ଜଣ ଏବଂ ମଙ୍ଗଳବାର ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ  ଧରିଥିଲା।  ଏହି ଘଟଣାରେ ପୋଲିସ ହାତରେ ୧୦ ଜଣ ଧରାପଡିଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ନାବାଳକ ରହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.