ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

E-KYC ଅପଡେଟ୍ କରିନାହାଁନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀ, ମାର୍ଚ୍ଚ ୩୧ ଯାଏଁ ବଢିଲା ଅବଧି

Published By : Rasmita Pradhan | February 15, 2025 12:29 PM

ଭୁବନେଶ୍ଵର, ୧୫/୦୨ : E-KYC କରିନାହାଁନ୍ତି ୩୩ ଲକ୍ଷରୁ ଅଧିକ ହିତାଧିକାରୀ। ମାର୍ଚ୍ଚ ୩୧ ଯାଏଁ ବଢିଲା ରାସନ କାର୍ଡ E-KYC ଅବଧି। ଡିଲର ପଏଣ୍ଟରେ ନେଟୱାର୍କ ସମସ୍ୟା ପାଇଁ ସମୟ ଅବଧି ବୃଦ୍ଧି କଲେ ସରକାର। ଏନେଇ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସୂଚନାନୁଯାୟୀ, ରାଜ୍ୟର ୩୪୧ ଡିଲର ପଏଣ୍ଟରେ ନେଟୱାର୍କ ସମସ୍ୟା ରହିଛି। ୨୩୦ ଡିଲର ପଏଣ୍ଟରେ ନେଟୱାର୍କ ନାହିଁ। ୧୧୧ ଡିଲର ପଏଣ୍ଟରେ ସ୍ଲୋ ନେଟୱର୍କ ସମସ୍ୟା ରହିଛି। ଏଥିପାଇଁ ହିତାଧିକାରୀମାନେ E-KYC ଅପଡେଟ୍ କରି ପାରିନାହାଁନ୍ତି। ତେଣୁ ନେଟୱାର୍କ ନଥିବା ସ୍ଥାନରେ ସ୍ବତନ୍ତ୍ର ଡିଭାଇସ୍ ଲାଗିବ। ଲୋକଙ୍କ ସମସ୍ୟାକୁ ଦେଖି ସରକାର ମାର୍ଚ୍ଚ ୩୧ ଯାଏଁ ସମୟ ଅବଧି ବୃଦ୍ଧି କରିଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୨,୯୯,୦୮,୪୫୭ କୋଟି ହିତାଧିକାରୀ E-KYC ଅପଡେଟ୍ କରିସାରିଛନ୍ତି। ରାଜ୍ୟରେ ୯୦ ପ୍ରତିଶତ E-KYC ଅପଡେଟ୍ ସରିଛି। ରାଜ୍ୟ ବାହାରେ ଥାଇ ୧,୩୫,୨୫୮ ହିତାଧିକାରୀ E-KYC ଅପଡେଟ୍ କରିଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।


ଏହି ଖବରଟିକୁ ପଢନ୍ତୁ-ଆଖିରେ ୯ ମାସ ଯନ୍ତ୍ରଣାର ଲୁହ... କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଫେରିଲେ ସୁର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.