ପ୍ରମୂଖ ଖବର
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଆଖିରେ ୯ ମାସ ଯନ୍ତ୍ରଣାର ଲୁହ... କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଫେରିଲେ ସୁର

Published By : Rasmita Pradhan | February 15, 2025 11:22 AM

ଭୁବନେଶ୍ଵର, ୧୫/୦୨ : ଆଖିରେ ଆଖିଏ ଲୁହ, ଛାତିରେ ପୁଳାଏ କୋହ... କଂଗ୍ରେସ ଭବନ ଦୁଆର ମୁହଁରେ ମୁଣ୍ଡିଆ ମାରି ଭିତରକୁ ଆସିଲେ ସୁର। ହଟିଲା ନିଲମ୍ଵନ ନିର୍ଦ୍ଦେଶ, ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଲେ କଂଗ୍ରେସର ଟାଣୁଆ ନେତା ସୁର ରାଉତରାୟ। ଘର ବାହୁଡ଼ା ବେଳେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ। 

ଦଳକୁ ପ୍ରତ୍ୟାବର୍ତ୍ତନ ପରେ ସୁର ରାଉତରାୟ କଂଗ୍ରେସ ଅଧ୍ୟକ୍ଷ, ପିସିସି ସଭାପତି ଏବଂ ଯୁବ କଂଗ୍ରେସକୁ ଧନ୍ୟବାଦ ଜଣାଇଛନ୍ତି। ଏନେଇ ସୁର କହିଛନ୍ତି ଯେ, '୯ ମାସ ବହୁତ ଯନ୍ତ୍ରଣାରେ ଥିଲି। କିଛି କୁଚକ୍ରୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବନ କରିଥିଲେ। ଆଜି ମୋ ମନ୍ଦିରକୁ ମୁଁ ଫେରିଲି, ବହୁତ ଖୁସି। ଆଉ କନ୍ଦଳ ରହିବନି, ମିଳିମିଶି ସଙ୍ଗଠନ ପାଇଁ କାମ କରିବୁ।' 

ଗତ ନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁର ରାଉତରାୟଙ୍କୁ ୬ ବର୍ଷ ପାଇଁ ବହିଷ୍କାର କରିଥିଲା ଦଳ। ପୁଅ ମନ୍ମଥ ରାଉତରାୟ ବିଜେଡିରୁ ଟିକେଟ ପାଇ ଭୁବନେଶ୍ୱରରେ ନିର୍ବାଚନ ଲଢୁଥିବା ସମୟରେ ନିଜ ପୁଅ ପାଇଁ ପ୍ରଚାର କରୁଥିଲେ ସୁର। ଫଳ ସ୍ୱରୁପ ସୁରଙ୍କୁ ଦଳରୁ ବହିଷ୍କାର କରିଥିଲା କଂଗ୍ରେସ । ତେବେ ଶୁକ୍ରବାର ନିଲମ୍ଵିତ କିମ୍ଵା ବହିଷ୍କୃତ ନେତାଙ୍କ ଉପରୁ ନିଲମ୍ବନ ନିର୍ଦ୍ଦେଶ ହଟାଇଥିଲେ ନୂଆ ପିସିସି ସଭାପତି ଭକ୍ତଚରଣ ଦାସ। ସୁରଙ୍କ ଉପରୁ ମଧ୍ୟ ହଟିଥିଲା ନିଲମ୍ବନ ନର୍ଦ୍ଦେଶ। ଏହାପରେ ଆଜି ବିରାଟ ପଟୁଆରରେ ଆସି ପୁଣି ଦଳରେ ସାମିଲ ହୋଇଛନ୍ତି ସୁର ରାଉତରାୟ। ତେବେ ସୁର ଜଟଣୀରୁ ୬ ଥର ବିଧାୟକ ହୋଇଥିବା ବେଳେ କଂଗ୍ରେସ ସରକାର ସମୟରେ ମନ୍ତ୍ରୀ ପଦ ମଧ୍ୟ ତୁଲାଇଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.