ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଚୀନ୍‌ରେ କାହିଁକି ବିକ୍ରି କରାଯାଉଛି ଭଗବାନ ବୁଦ୍ଧଙ୍କ ଭଳି ଡୋନାଲ୍ଡ ଟ୍ରମ୍ପଙ୍କ ମୂର୍ତ୍ତି ? ସାମନାକୁ ଆସିଲା କାରଣ

Published By : Prameya | January 13, 2025 5:21 PM

ନୂଆଦିଲ୍ଲୀ : ନିଜର ଭିତ୍ତହୀନ ଓ ଉଗ୍ର ବୟାନବାଜି ଯୋଗୁଁ ଚର୍ଚ୍ଚାରେ ଥିବା ଡୋନାଲ୍ଡ ଟ୍ରମ୍ପ ,ଆସନ୍ତା ୨୦ ଜାନୁଆରୀରେ ଆମେରିକାର ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ। ଆମେରିକୀୟ ରାଷ୍ଟ୍ରପତି ଭାବେ ଏହା ଟ୍ରମ୍ପଙ୍କର ଶେଷ କାର୍ଯ୍ୟକାଳ , ଏଥିପାଇଁ ତାଙ୍କର ପଦକ୍ଷେପ ଉପରେ ସାରା ଦୁନିଆର ନଜର ରହିବ। ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ ନିଜର ଦୃଢ ଦାମ୍ଭିକତା ଦେଖାଇବା ଆରମ୍ଭ କରି ଦେଇଛନ୍ତି। କାନାଡାକୁ ଆମେରିକାର ୫୧ତମ ରାଜ୍ୟ ଭାଗେ ଗଠନ କରିବାକୁ ଆତୁର ହୋଇଛନ୍ତି। ଭାରତ ଓ ଚୀନ୍‌କୁ ଟାରିଫ ନେଇ ଧମକ ଦେଇ ସାରିଛନ୍ତି। ହେଲେ ଏ ଭିତରେ ଏକ ଖବର ସାମନାକୁ ଆସିଛି। ଯାହାକି ଆପଣଙ୍କ ମନରେ କୌତୁହଳ ସୃଷ୍ଟି କରିବ। ଚୀନ୍‌ରେ ଟ୍ରମ୍ପଙ୍କ ଭଗବାନ ବୁଦ୍ଧ ଭଳି ପ୍ରତିମା ବିକ୍ରି ହେଉଛି। ଏହାକୁ ତିଆରି କରିଥିବା ମୂର୍ତ୍ତିଶିଳ୍ପୀ ଏହାକୁ ତିଆରି କରିବା ପଛର କାରଣ ମଧ୍ୟ କହିଛନ୍ତି।

ସାଧାରଣ ଭାବେ ରାଜନେତାଙ୍କ ବ୍ୟକ୍ତିତ୍ୱ ଶାନ୍ତ ଓ ଉଦାସ ହୋଇ ଥାଏ। ଏହାର ବିପରୀତ ଡୋନାଲ୍ଡ ଟ୍ରମ୍ପ ବହୁତ ବଡ଼ ଅନଲାଇନ୍‌ ବ୍ୟକ୍ତି ବିଶେଷ। ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଜିତିବା ପର ଠାରୁ ଲଗାତାର ଚର୍ଚ୍ଚାରେ ରହିଛନ୍ତି। ଚୀନ୍‌ର ଗ୍ରାମୀଣ ଅଞ୍ଚଳରେ ଜଣେ ଶିଳ୍ପୀ ଟ୍ରମ୍ପଙ୍କ ଭଗବାନ ବୁଦ୍ଧଙ୍କ ଭଳି ପ୍ରତିମା ଗଢିଛନ୍ତି। ହେଲେ ଏହା ପ୍ରଥମ ଥର ନୁହେଁ, ୨୦୨୧ରେ ମଧ୍ୟ ଇ-କମର୍ସ ପ୍ଲାଟଫର୍ମ ତାଓବାଓରେ ଟ୍ରମ୍ପଙ୍କ ଏମିତି ହିଁ ପ୍ରତିମା ଖୁବ୍‌ ଭାଇରାଲ ହେଉଥିଲା। ଏହିଥର ଟ୍ରମ୍ପଙ୍କ ଏହି ରୂପ ତିଆରି କରି ଥିବା ଶିଳ୍ପୀଙ୍କର ନାଁ ହାଙ୍ଗ ଜିନସି।

ଟ୍ରମ୍ପଙ୍କର ଏହି ପ୍ରତିମା ଭଗବାନ ବୁଦ୍ଧଙ୍କ କଥା ମନେପକାଇ ଦେଉଛି। ଟ୍ରମ୍ପ ବୁଦ୍ଧଙ୍କ ଭଳି ମୁଦ୍ରାରେ ଆଖି ବନ୍ଦ କରି ଶାନ୍ତରେ ବସିଛନ୍ତି। ହାଙ୍ଗ ଟ୍ରମ୍ପଙ୍କ ଆକାରର ଆଧାରରେ ପ୍ରତିମାର ମୂଲ୍ୟ ସ୍ଥିର କରିଛନ୍ତି। ଏହା ୯୯୯ରୁ ୨୦,୦୦୦ ୟୁଆନ (ପାଖାପାଖି ୧୪୦ ଡଲାରରୁ ୨୭୦୦ଡଲାର) ମଧ୍ୟରେ ବିକ୍ରି ହେଉଛି। ହାଙ୍ଗ କହିଛନ୍ତି ଯେ, ଏହି ମୂର୍ତ୍ତି ଗୁଡ଼ିକୁ ମଜାଳିଆ ଭାବେ ଡିଜାଇନ୍‌ କରାଯାଇଛି। ସେ କହିଛନ୍ତି , ନିର୍ବାଚନ ଜିତିବା ପର ଠାରୁ ଲୋକଙ୍କ ମନରେ ଟ୍ରମ୍ପଙ୍କ ପ୍ରତି ରୁଚି ବଢି ଯାଇଛି। 

ସେ ଏଏଫପିରୁ କହିଛନ୍ତି , ରାଜନେତା ସାଧାରଣ ଭାବେ ଖୁବ୍‌ ଉଦାସ ହୋଇଥାନ୍ତି, ଯାହାକି ଟ୍ରମ୍ପ ଜଣେ ବହୁତ ବଡ଼ ଅନଲାଇନ୍‌ ବ୍ୟକ୍ତି ବିଶେଷ , ଯିଏ ଅନେକ ସମୟରେ କାଳ୍ପନିକ କଥା କହନ୍ତି। ୪୭ ବର୍ଷିୟ ହାଙ୍ଗଙ୍କର କହିବା ହେଲା କି, ମଜାଳିଆ ଭାବେ ତିଆରି କରାଯାଇ ଥିବା ଏହି ପ୍ରତିମା ଉପରେ ଲୋକଙ୍କ ଖୁବ୍‌ ଧ୍ୟାନ ଆକର୍ଷିତ ହେଉଛି ଏବଂ ଏହାକୁ ଦେଖି ଗ୍ରାହକଙ୍କ ଚେହରାରେ ହସ ଆସିଯାଏ। ଏହା ଏଥିପାଇଁ , କାରଣ ଟ୍ରମ୍ପଙ୍କ ବ୍ୟକ୍ତିତ୍ୱ ଏହି ପ୍ରତିମାର ପୂରା ବିପରୀତ।

ହାଙ୍ଗ ଚୀନ୍ ପ୍ରତି ଟ୍ରମ୍ପଙ୍କ ନୀତି ଗୁଡ଼ିକ ଉପରେ ଟିପ୍ପଣୀ କରିବାକୁ ମନା କରି ଦେଇଛନ୍ତି, କିନ୍ତୁ ଏହା ନିଶ୍ଚୟ କହିଛନ୍ତି କି , ଅନେକ ଲୋକଙ୍କ ଆଶା କି ୨୦ ଜାନୁଆରୀରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଆମେରିକା ସହ ଚୀନର ସମ୍ୱନ୍ଧ ଆହୁରି ଖରାପ ହୋଇଯିବ। ଉଲ୍ଲେଖନୀୟ ଯେ, ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପ ବେଜିଂ ପ୍ରତି କଡ଼ା ଆଭିମୁଖ୍ୟ ଆପଣାଇ ଥିଲେ ତଥା ଚାଇନା ଆମଦାନୀ ଉପରେ ଆହୁରି ଅଧିକ ଟାରିଫ୍‌ ଲଗାଇବାକୁ ଶପଥ ନେଇଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.