ଭୁବନେଶ୍ଵର, ୦୭/୦୫ : ଆତଙ୍କୀସ୍ତାନ ଉପରେ ଲହୁ ଲୁହର ହିସାବ ନେଲା ଭାରତ। ସିନ୍ଦୂରର ବଦଲା ନେଲା ଅପରେସନ ସିନ୍ଦୂର। ପହଲଗାମ୍ ନରସଂହାରର ଠିକ୍ ୧୫ ଦିନ ପରେ ସିନ୍ଦୂରା ଫାଟିବା ଆଗରୁ ପ୍ରତିଶୋଧ ନେଲା ବାୟୁସେନା। ପାକିସ୍ତାନ ଉପରେ କଲା ଏୟାରଷ୍ଟ୍ରାଇକ୍। ଆତଙ୍କବାଦୀଙ୍କ ମୂଳଦୁଆକୁ ଦୋହଲାଇ ଦେଲେ ସ୍ଥଳ ଓ ବାୟୁସେନା। ପାକିସ୍ତାନ ଭିତରେ ପଶି ୯ ଆତଙ୍କୀ ଠିକଣାରେ ପ୍ରଚଣ୍ଡ ମିସାଇଲ ମାଡ଼ କରିଛି ଭାରତ। ବ୍ରହ୍ମୋସ୍ ମିଶାଇଲ ମାଡ଼ରେ ଛାରଖାର ହୋଇଯାଇଛି ଆତଙ୍କୀ ଶିବିର। ପାକିସ୍ତାନ ସେନା ଓ ସରକାରଙ୍କ ହଜେଇଦେଲେ ନିଦ। ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନାକୁ ଭୂରି ଭୂରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ସେ ଏକ୍ସରେ ପୋଷ୍ଟ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଆମ ସଂସ୍କୃତିରେ 'ସିନ୍ଦୂର' କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ସହିତ ଅଛୁ। ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ। ଜୟ ହିନ୍ଦ। ଭାରତ ମାତାକି ଜୟ...

ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଯଥା କର୍ମ ତଥା ପରିଣାମ। ଜୟ ହିନ୍ଦ। 

ଏହି ଖବରଟିକୁ ପଢନ୍ତୁ- Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ