ପ୍ରମୂଖ ଖବର
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ସପ୍ତାହେ ଧରି ଜଳୁଛି ଆମେରିକାର ସବୁଠୁ ମହଙ୍ଗା ସିଟି ଲସ୍ ଆଞ୍ଜେଲ୍ସ, ୨୪ ଛୁଇଁଲା ମୃତକ ସଂଖ୍ୟା

Published By : Prameya | January 13, 2025 1:54 PM

ନୂଆଦିଲ୍ଲୀ, ୧୩।୧: ଆମେରିକା ଦେଖୁଛି ପ୍ରକୃତିର କରାଳ ରୂପ । ଭୟଙ୍କର ହେଉଛି କାଲିଫର୍ଣ୍ଣିଆ ନିଆଁ । ସପ୍ତାହେ ଧରି ଜଳୁଛି ଆମେରିକାର ସବୁଠୁ ମହଙ୍ଗା ସିଟି ଲସ୍ ଆଞ୍ଜେଲ୍ସ । ଜଙ୍ଗଲ ନିଆଁରେ ଛାରଖାର ହୋଇଗଲାଣି ହଲିଉଡ ସେଲିବ୍ରିଟି ଓ ରାଜନେତାଙ୍କ ବିଳାସପୂର୍ଣ୍ଣ ଘର । ନିଆଁର ଆଁରେ ଗ୍ରାସି ହୋଇଗଲାଣି ଲୋକଙ୍କ ଘରଦ୍ୱାର ଓ ବିଶାଳ ଅଟ୍ଟାଳିକା । ଏପର୍ଯ୍ୟନ୍ତ ଗଲାଣି ୨୪ ଜୀବନ । ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି । ହଲିଉଡରେ ନଷ୍ଟ ହୋଇଯାଇଛି ୫୦୦ ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି । ଏପରିକି ବ୍ରେଟନଉଡ୍ ଅଞ୍ଚଳରେ ଥିବା ଉପରାଷ୍ଟ୍ରପତି କମଲା ହାରିସଙ୍କ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସାନଫ୍ରାନ୍ସିସକୋଠାରୁ ବିଶାଳ ଅଞ୍ଚଳକୁ ନିଆଁ ବ୍ୟାପିଥିବା ବେଳେ ମୋଟ ୧୨ ହଜାର କୋଠା ନଷ୍ଟ ହୋଇଛି । ଏଥିସହ ନିଆଁ କବଳରୁ ବର୍ତ୍ତିବା ପାଇଁ ୧୩ ଲକ୍ଷ ଲୋକ ଘର ଛାଡ଼ି ପଳାଇଛନ୍ତି । ଆଉ ଏବେ ଯାଏଁ ୨୪ ଜଣଙ୍କ ଜୀବନ ନେଇଛି ପ୍ରଳୟଙ୍କାରୀ ଜଙ୍ଗଲ ନିଆଁ । ଏ ପର୍ଯ୍ୟନ୍ତ ୧୩ ଜଣ ନିଖୋଜ ଅଛନ୍ତି । ଖରାପ ପାଗ ଯୋଗୁଁ ନିଆଁ ଆହୁରି ବ୍ୟାପିପାରେ ବୋଲି ଜାତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅଧିକାରୀମାନେ କହିଛନ୍ତି । ଲସ୍ ଆଞ୍ଜେଲ୍ସ ଓ ଭେଣ୍ଟୁରା-କାଉଣ୍ଟି ଅଞ୍ଚଳର ହଜାରେ ଏକରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି । ପ୍ରସିଦ୍ଧ ହଲିଉଡ୍ ହିଲ୍ସ ବି ଜଳୁଛି । ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ସମୁଦ୍ରକୂଳରୁ ବହୁଥିବା ପ୍ରାୟ ୧୦୦ କିଲୋମିଟର ବେଗରେ ପବନ । ଯାହା ଫଳରେ ନିଆଁ ଥମିବା ପରିବର୍ତ୍ତେ ଆହୁରି ହୁତୁହୁତୁ ହୋଇ ଜଳିବାରେ ଲାଗିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ହୋଇଛନ୍ତି । ଆକାଶମାର୍ଗରୁ ବିମାନ ଓ ହେଲିକପ୍ଟର ଯୋଗେ ପାଣି ମଧ୍ୟ ପକାଯାଉଛି । ହେଲେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇପାରିନାହିଁ । ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । 

ଲସ୍ ଏଞ୍ଜେଲସରେ ଲାଗିଥିବା ନିଆଁ ଯୋଗୁଁ  ଏ ପର୍ଯ୍ୟନ୍ତ ୪ କୋଟି ୩୦ ଲକ୍ଷ ଟଙ୍କା କ୍ଷତି ହେଲାଣି । ପାଲିସେଡସରେ ସର୍ବାଧିକ ୨୧ ହଜାର ୫୯୬ ଏକର ଜଙ୍ଗଲରେ ନିଆଂ ଲାଗିଥିବାବେଳେ ମାତ୍ର ୮ ପ୍ରତିଶତ ଆୟତ ହୋଇଛି  । ସେହିଭଳି ଇଟନରେ ୧୪ ହଜାର ୧୧୭ ଏକକରେ ନିଆଁ ଲାଗିଥିବାବେଳେ ୧ ହଜାର ଏକରରେ ଆୟତ ହୋଇଛି । ଅନ୍ୟପଟେ ପୋଡ଼ି ଯାଇଥିବା ସହରରେ ଚୋରି, ଲୁଟ୍‌ତରାଜ ମାମଲା ବୃଦ୍ଧି ପାଇବାରେ ଲାଗୁଛି । ଅନେକ ସେଲିବ୍ରିଟିଙ୍କ ଘରକୁ ଟାର୍ଗେଟ୍ କରାଯାଉଛି । ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କରାଯାଇଛି  । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପରିସ୍ଥିତିକୁ ଯୁଦ୍ଧ ଭଳି ଦୃଶ୍ୟ ବୋଲି କହିଛନ୍ତି । କାନାଡ଼ା ଏବଂ ମେକ୍ସିକୋ ମଧ୍ୟ ରିଲିଫ୍ ପ୍ରୟାସରେ ସହଯୋଗ କରିବା ଆରମ୍ଭ କରିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.