ପ୍ରମୂଖ ଖବର
  • NDA ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ୍, ମୁଖ୍ୟ ପ୍ରସ୍ତାବକ ହେଲେ ପିଏମ୍‌ ମୋଦି
  • ||
  • ହିମାଚଳ ପ୍ରଦେଶରେ ଭୂକମ୍ପ, ଘଣ୍ଟାଏ ଭିତରେ ଲାଗିଲା ୨ ଝଟକା
  • ||
  • ଭୁବନେଶ୍ୱର : ଆମ ବସ୍‌ ସାଇଡ ମାରିବାରୁ ତୁମୁଳକାଣ୍ଡ, ବସ୍ କାଚ ଭାଙ୍ଗିଦେଲେ କାର୍‌ ଡ୍ରାଇଭର
  • ||
  • ଆଫଗାନିସ୍ତାନରେ ଜଳିଗଲା ବସ୍, ୧୭ ଶିଶୁ ସମେତ ୫୦ରୁ ଊର୍ଦ୍ଧ୍ବ ମୃତ
  • ||
  • ମୁନିଗୁଡ଼ା : ବୁଧବାର ମୁନିଗୁଡ଼ାରେ ୧୨ ଘଣ୍ଟିଆ ବନ୍ଦ ପାଳନ; ଏନ୍ଏସି ଘୋଷଣାରୁ ବାଦ୍ ଦେବାରୁ ପ୍ରତିବାଦ
  • ||
  • ଦୁର୍ବଳ ହେଉଛି ଅବପାତ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା
  • ||

ନାଇଜେରିଆରେ ଭୟଙ୍କର ବୋଟ୍ ଟ୍ରାଜେଡି : ମଝି ନଈରେ ଓଲଟିଲା ବୋଟ୍, ୧୦ ଉଦ୍ଧାର ୪୦ ନିଖୋଜ

Published By : Rasmita Pradhan | August 18, 2025 8:18 AM

ନୂଆଦିଲ୍ଲୀ, ୧୮/୦୮ : ନାଇଜେରିଆରେ ପୁଣି ବୋଟ୍ ଟ୍ରାଜେଡି। ଉତ୍ତର-ପଶ୍ଚିମ ସୋକୋଟ ରାଜ୍ୟରେ ମଝି ନଈରେ ଓଲଟିଲା ଯାତ୍ରୀବାହୀ ବୋଟ୍। ପ୍ରାୟ ୫୦ ଲୋକଙ୍କୁ ନେଇ ଗୋରୋନ୍ୟୋ ବଜାରକୁ ଯାଉଥିବା ଏକ ବୋଟ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୪୦ ଜଣ ଲୋକ ନିଖୋଜ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। 

ସୂଚନାନୁଯାୟୀ, ନାଇଜେରିଆର ସୋକୋଟ ରାଜ୍ୟରେ ରବିବାର ଭୟଙ୍କର ବୋଟ୍ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବୋଟ୍ ୫୦ ଜଣ ଯାତ୍ରୀଙ୍କୁ ନେଇ ଗୋରୋନ୍ୟୋ ବଜାରକୁ ଯାଉଥିବା ବେଳେ ବୋଟ୍‌ଟି ଭାରସାମ୍ୟ ହରାଇ ମଝି ନଈରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୪୦ ଜଣ ଲୋକ ନିଖୋଜ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ନାଇଜେରିଆର ରାଷ୍ଟ୍ରୀୟ ଆପଦକାଳିନୀ ପ୍ରବନ୍ଧନ ଏଜେନ୍ସି ମୁଖ୍ୟ ଜୁବେଦର ଓମର ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି। ତ୍ଵରିତ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। 

ପ୍ରକାଶ ଥାଉକି, ୩ ସପ୍ତାହ ପୂର୍ବରୁ ନର୍ଥ-ସେଣ୍ଟ୍ରାଲ୍ ନାଇଜରରେ ପ୍ରାୟ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ନିଖୋଜ ହୋଇଯାଇଥିଲେ। ତେବେ ନାଇଜେରିଆରେ ଏଭଳି ବୋଟ୍ ଦୁର୍ଘଟଣା ବାରମ୍ବାର ଘଟୁଛି। ଓଭରଲୋଡିଂ ଓ ରକ୍ଷଣାବେକ୍ଷଣା ଅଭାବ ଲୋକଙ୍କ ପାଇଁ କାଳ ସାଜୁଛି। ବିଶେଷ କରି ବର୍ଷା ଦିନେ ନଦୀ ଗୁଡ଼ିକ ଫୁଲୁଥିବା ଯୋଗୁଁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.