ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଆରମ୍ଭ ହେଲା ପିଏମ୍‌ ଆବାସ ସର୍ଭେ, ଆପ୍ ଏବଂ ପୋର୍ଟାଲର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ

Published By : Rasmita Pradhan | January 24, 2025 1:45 PM

ଭୁବନେଶ୍ଵର, ୨୪/୦୧ : ନୂଆ ଆବାସ ସର୍ଭେ ଆରମ୍ଭ। ପିଏମ୍ ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ ପାଇଁ ସର୍ଭେ ଆରମ୍ଭ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ପୁରୀ ଜିଲ୍ଲା ଯସୁଆପୁର ଗ୍ରାମ ପଞ୍ଚାୟତର ସାତଶଙ୍ଖ ନିକଟରୁ ଏହାର ଶୁଭାରମ୍ଭ କରିଛନ୍ତି। ଏହା ସହ ଅର୍ଜୁନସିଂହପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଛନ୍ତି। କିପରି ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଦ୍ଵାରା କରିହେବ ତାହା ଜଣାଇଛନ୍ତି। ଏହାସହ ଯୋଗ୍ୟତାର ମାନ କୋହଳ କରାଯାଇଛି ବୋଲି କହିଛନ୍ତି। ଏହି ଅବସରରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ଅନ୍ୟ ବିଧାୟକମାନେ ଯୋଗ ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ-ଜଙ୍ଗଲ ନିଆଁରେ ଓଡ଼ିଶା ଦ୍ୱିତୀୟ: ୨୪ ଘଣ୍ଟାରେ ୪୨ଟି ସ୍ଥାନରେ ଅଗ୍ନିକାଣ୍ଡ, ସମ୍ବଲପୁର ସର୍କଲର ୨୫ଟି ସ୍ଥାନରେ ବନ୍ନାଗି

ସୂଚନାନୁଯାୟୀ, ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରାଯାଇଛି। ସର୍ଭେ ଦୁଇମାସ ପର୍ଯ୍ୟନ୍ତ ଚାଲିବ। ଆବସ ଆବେଦନ ନିୟମରେ କିଛିଟା କୋହଳ କରାଯାଇଛି। ଫ୍ରିଜ୍ ଓ ଦୁଇ ଚକିଆ ଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଘର ପାଇବା ପାଇଁ ଆବେଦନ କରିପାରିବେ। ଏହା ସହ ମାସିକ ୧୦ ହଜାର ନୁହେଁ ୧୫ ହଜାର ଆୟ ଥିଲେ ବି ଆବାସ ପାଇଁ ଯୋଗ୍ୟ ହୋଇପାରିବେ। ଆବାସ ପାଇଁ ଉଭୟ ଅନଲାଇନ ଏବଂ ଅଫଲାଇନରେ ହିତାଧିକାରୀ ଆବେଦନ କରିପାରିବେ।

କେହି ବି ଆବାସ ଯୋଜନାରୁ ବାଦ୍ ପଡ଼ିବେ ନାହିଁ। ବାପାଠୁ ଭିନ୍ନ ହୋଇଥିବା ପୁଅ ଆବେଦନ କରିପାରିବ। ସ୍ଵାମୀ ଠାରୁ ଅଲଗା ହୋଇଥିବା ମହିଳା ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ପୁଣି ଥରେ ନୂଆ ଆବେଦନ କରିବାକୁ ପଡ଼ିବ। ତେବେ ୨ ମାସ ମଧ୍ୟରେ ସର୍ଭେ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.