ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜାପାନରେ ୬.୯ ତୀବ୍ରତାର ଭୂକମ୍ପ , ସୁନାମୀ ଚେତାବନୀ ଜାରି

Published By : Prameya | January 13, 2025 7:30 PM

ନୂଆଦିଲ୍ଲୀ : ଜାପାନାରେ ଶକ୍ତିଶାଳୀ ଭୂକମ୍ପର ଝଟକା। ରିକ୍ଟର ସ୍କେଲରେ ୬.୯ ତୀବ୍ରତା ରହିଥିବା ସୂଚନା। ଆସୋସିଏଟେଡେ ପ୍ରେସ୍ ଦେଶର ପାଣିପାଗ ବିଜ୍ଞାନ ଏଜେନ୍ସିର ଅନୁସାରେ ଏହି ସୂଚନା ଦେଇଛି। ସୋମବାର ( ୧୩ଜାନୁଆରୀ)ରେ ଦକ୍ଷିଣ –ପଶ୍ଚିମ ଜାପାନରେ କ୍ୟୁଶୁ କ୍ଷେତ୍ରରେ ଭୟାବହ ଭୂକମ୍ପ ଆସିଛି।

ଏନଏଚକେର ରିପୋର୍ଟ ଅନୁସାରେ, ଜାପାନ ପାଣିପାଗ ବିଜ୍ଞାନ ଏଜେନ୍ସି କହିଛି କି, ଭୂକମ୍ପ ମିୟାଜାକି ପ୍ରାନ୍ତରେ ରାତି ୯.୨୯ଟା ସମୟରେ ( ସ୍ଥାନୀୟ ସମୟାନୁସାରେ) ଆସିଛି , ତଥା ସବୁଠୁ ଅଧିକ ପ୍ରଭାବିତ କ୍ଷେତ୍ର ଗୁଡ଼ିକରେ ଏହାର ତୀବ୍ରତା ଜାପାନୀ ସ୍କେଲ ୦ରୁ ୭ ଅନୁସାରେ ୫ରୁ କମ୍‌ ଥିଲା। ଏଜେନ୍ସି ମିୟାଜାକିଓ କୋଚ୍ଚି ପ୍ରାନ୍ତ ପାଇଁ ସୁନାମୀ ଚେତାବନୀ ଜାରି କରିଛି। 

ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମଏସସି) ଅନୁସାରେ, ଭୂକମ୍ପର ଗଭୀରତା ୩୭ କିଲୋମିଟର ଥିଲା ।

ଗତ ବର୍ଷ ୮ ଅଗଷ୍ଟରେ ଜାପାନାରେ ୬.୯ ଓ ୭.୧ ତୀବ୍ରତାର ଦୁଇଟି ଶକ୍ତଶାଳୀ ଭୂକମ୍ପ ଆସିଥିଲା, ଯେଉଁଥିରେ କ୍ୟୁଶୁ ଓ ଶିକୋକୁର ଦକ୍ଷିଣ-ପଶ୍ଚିମୀ ଦ୍ୱୀପ ଦୋହଲି ଯାଇଥିଲା। ଅଧିକାରୀମାନେ ଅନେକ କ୍ଷେତ୍ର ପାଇଁ ସୁନାମୀର ଚେତାବନୀ ଜାରି କରିଛନ୍ତି, କିନ୍ତୁ କୌଣସି ପ୍ରକାରର କ୍ଷୟକ୍ଷତି ଓ ହତାହତ ହେବାର କୌଣସି ଖବର ମିଳି ନାହିଁ।

ଉଲ୍ଲେଖନୀୟ ଯେ, ୧ଜାନୁଆରୀ ,୨୦୨୪ ରେ ଜାପାନର ସୁଜୁ , ଭାଜିମା ଓ ଆଖପାଖ ଅଞ୍ଚଳରେ ୭.୬ ତୀବ୍ରତାର ଭୀଷଣ ଭୂକମ୍ପ ଆସିଥିଲା, ଯେଉଁଥିରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଅନେକ ଟେକ୍ଟୋନିକ ପ୍ଲେଟ୍‌ର ମିଳନ ବିନ୍ଦୁରେ ଜାପାନ ଥିବାରୁ ଏହା ଭୂକମ୍ପର ସମ୍ୱେଦନଶୀଳ ସ୍ଥାନ ପାଲଟିଛି। ଏହି ଦେଶ ପ୍ରଶାନ୍ତ ମହାସାଗରର ଅଗ୍ନି ବଳୟରେ ରହିଛି, ଯାହା ଏକ ଏମିତି କ୍ଷେତ୍ର , ଯେଉଁଠି ଅନେକ ସମୟରେ ଭୂକମ୍ପିୟ କାର୍ଯ୍ୟକଳାପ ଜାରି ରହିଛି।

ଜାପାନରେ ଭୂକମ୍ପ ୬ଟି ଭୂକମ୍ପ ପରେ ଆସିଛି, ଯେଉଁଥିରେ ୭ ଜାନୁଆରୀରେ ତିବ୍ଦତରେ ଆସିଥିବା ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ମଧ୍ୟ ସାମିଲ ଅଛି, ଏଥିରେ ୧୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଘର ଭାଙ୍ଗି ଯାଇଥିଲା। ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.