ପ୍ରମୂଖ ଖବର
  • ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଡିସେମ୍ବର ସୁଦ୍ଧା ୧ କୋଟି ମହିଳା ହିତାଧିକାରୀଙ୍କୁ ମିଳିବ ଟଙ୍କା
  • ||
  • ପଳାଶୁଣି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମହିଳାଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି
  • ||
  • ରାଜଧାନୀରେ ମାଙ୍କଡ଼ ଉତ୍ପାତ ଘଟଣା, ଟ୍ରାଙ୍କୁଲାଇଜ୍ କରି ଧରିଲା ନନ୍ଦନକାନନ ଟିମ୍
  • ||
  • କଟକ: କଟକ ବାଲିଯାତ୍ରାରେ ସିଏମ୍‌ସି ସ୍ବାସ୍ଥ୍ୟ ଟିମ୍‌ର ଚଢ଼ଉ, ଖାଦ୍ୟ ଷ୍ଟଲ୍‌ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ
  • ||
  • ଭରତପୁର ଥାନା ମାମଲା: ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦ୍ଦେଶ
  • ||
  • ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ନକ୍ସଲ ନିହତ, ଜଣେ ଯବାନ ଆହତ
  • ||
  • ତାମିଲନାଡୁ ମୁହାଁଇପାରେ ସମ୍ଭାବ୍ୟ ବାତ୍ୟା, ଓଡ଼ିଶାକୁ ପ୍ରଭାବ ନାହିଁ: ୨୪ ଘଣ୍ଟାରେ ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ
  • ||

ରାଜ୍ୟରେ ଲକ୍ଷେ ଲୋକରେ ୨୦ ହଜାର ଋଣଗ୍ରହିତା, ସହର ତୁଳନାରେ ଗାଁରେ ଅଧିକ

ନୂଆଦିଲ୍ଲୀ, ୨୦/୧୧ : ରାଜ୍ୟରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୨୦ ହଜାର ହେଉଛନ୍ତି ଋଣଗ୍ରହିତା । ଗ୍ରାମାଞ୍ଚଳରେ ଏହା ୨୦,୬୭୫ ରହିଥିବା ବେଳେ ସହରାଞ୍ଚଳରେ ୧୬,୧୬୨ ଜଣ । ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ହୋଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ ଏବଂ ୫୦୦ ଟଙ୍କା କିମ୍ବା ଏହାଠାରୁ ଊଦ୍ଧ୍ୱର୍ ମୂଲ୍ୟର ଋଣକୁ ଏଥିରେ ବିଚାର କରାଯାଇଛି । ଉଭୟ ପ୍ରତିଷ୍ଠାନ ଏବଂ ଅଣ ପ୍ରତିଷ୍ଠାନ ଋଣ ଏଥିରେ ସାମିଲ ରହିଛି । ସାରା ଦେଶର ସ୍ଥିତିକୁ ଦେଖିଲେ ଏହି ବୟସ ବର୍ଗରେ ପ୍ରତି ୧ ଲକ୍ଷ ଲୋକରେ ୧୮,୩୨୨ ଲୋକଙ୍କ ଉପରେ ଋଣ ରହିଛି । ପୁରୁଷ ଏବଂ ମହିଳା କ୍ଷେତ୍ରରେ ଏହା ଲକ୍ଷେରେ ଯଥାକ୍ରମେ ୨୪,୨୧୪ ଏବଂ ୧୨,୨୭୫ ଜଣ ।  

ଗ୍ରାମାଞ୍ଚଳରେ ପ୍ରତି ଲକ୍ଷେ ଲୋକରେ ୧୮,୭୧୪ ଜଣ ଏବଂ ସହରାଞ୍ଚଳର ୧୭,୪୨୨ ଜଣ ଋଣ କରିଛନ୍ତି । ଗ୍ରାମାଞ୍ଚଳରେ ଲକ୍ଷେ ଲୋକରେ ହାରାହାରି ପୁରୁଷ ଏବଂ ମହିଳାଙ୍କ ଋଣଗ୍ରହିତାଙ୍କ ସଂଖ୍ୟା ଯଥାକ୍ରମେ ୨୪,୩୨୨ ଜଣ ଏବଂ ୧୩,୦୧୬ ଜଣ ଅଛି । ସେହିଭଳି ସହରାଞ୍ଚଳରେ ପୁରୁଷ ଏବଂ ମହିଳା କ୍ଷେତ୍ରରେ ଏହା ଯଥାକ୍ରମେ ୨୩,୯୭୫ ଏବଂ ୧୦୫୮୪ ଜଣ । ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସ ବର୍ଗରେ ଓଡ଼ିଶାରେ ୯୫.୭% ଲୋକଙ୍କ ପାଖରେ ବ୍ୟାଙ୍କ ଖାତା ରହିଛି । ଗ୍ରାମଞ୍ଚଳରେ ଏହା ୯୫.୫% ଏବଂ ସହରାଞ୍ଚଳରେ ୯୬.୫%  । ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ଯଥାକ୍ରମେ ୯୬.୮ ଏବଂ ୯୪.୫% । ସାରା ଦେଶର ସ୍ଥିତିକୁ ଦେଖିଲେ ୯୪.୬% ଲୋକଙ୍କ ପାଖରେ ବ୍ୟକ୍ତିଗତ କିମ୍ବା ଜଏଣ୍ଟ ବ୍ୟାଙ୍କ ଖାତା ରହିଛି । ଗ୍ରାମାଞ୍ଚଳ ଓ ସହରାଞ୍ଚଳ କ୍ଷେତ୍ରରେ ଏହା ୯୪.୬ ଏବଂ ୯୪.୪% । ପୁରୁଷ ଏବଂ ମହିଳାଙ୍କ ବର୍ଗରେ ଏହା ଯଥାକ୍ରମେ ୯୬.୨ ଏବଂ ୯୨.୮% । 

ସେହିଭଳି ମୋବାଇଲ ବ୍ୟବହାର ନେଇ ବିଭିନ୍ନ ବୟସ ବର୍ଗଙ୍କୁ ଏହି ସର୍ଭେରେ ସାମିଲ କରାଯାଇଛି । ଏଥିରେ କୁହାଯାଇଛି, ସର୍ବଭାରତୀୟ ସ୍ତରରେ ୧୫ରୁ ୨୪ ବର୍ଷ ବୟସ ବର୍ଗରେ ୯୬.୧% ଲୋକ ମୋବାଇଲ ବ୍ୟବହାର କରୁଛନ୍ତି । ୧୫ରୁ ୨୯ ବର୍ଷ କ୍ଷେତ୍ରରେ ୯୬.୪% ମୋବାଇଲ ବ୍ୟବହାର କରୁଛନ୍ତି । ସେହିଭଳି ୧୫ରୁ ୨୪ ବର୍ଷ ବୟସ ବର୍ଗରେ ୮୪.୮% ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଏହା ଯଥାକ୍ରମେ ୮୯.୧% ଏବଂ ୮୦% ରହିଛି । ୧୫ରୁ ୨୯ ବର୍ଷର ୮୨.୨% ଲୋକ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି । ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୮୯.୨% ରହିଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୭୮.୮%  । 

ଦେଶର ଗ୍ରାମାଞ୍ଚଳରେ ୪ କିମ୍ବା ଏହା ଠାରୁ ଊର୍ଦ୍ଧ୍ୱ ଟେକ୍ନୋଲୋଜି ଗ୍ରହଣ କରିଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଭାବେ ବୃଦ୍ଧି ହେଉଛି । ଜାତୀୟ ନମୂନା ସର୍ବେକ୍ଷଣର ବାର୍ଷିକ ମଡ୍ୟୁଲାର ସର୍ଭେ ୨୦୨୨-୨୩ରେ ଏଭଳି ବିଭିନ୍ନ ଦିଗକୁ ସାମିଲ କରାଯାଇଛି । ଏଥିରେ କୁହାଯାଇଛି, ସର୍ଭେ ଅବଧିର ଗୋଟିଏ ବର୍ଷରେ ଏକ ଗ୍ରାମାଞ୍ଚଳ ପରିବାର ହାରାହାରି ୪,୧୨୯ ଟଙ୍କା ଚିକିତ୍ସା ବାବଦ ଖର୍ଚ୍ଚ କରିଛନ୍ତି । ସେହିଭଳି ସହରାଞ୍ଚଳରେ ଏହା ୫୨୯୦ ଟଙ୍କା ରହିଛି । ୧୫ରୁ ୨୪ ବର୍ଷର ୭୮.୪% ଲୋକ ମେସେଜ କିମ୍ବା ଇମେଲ ପଠାଇ ପାରୁଛନ୍ତି । ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ଯଥାକ୍ରମେ ୮୩.୬% ଏବଂ ୭୨.୭% ରହିଛି । ଗ୍ରାମାଞ୍ଚଳର ୯୪.୨% ପରିବାରଙ୍କ ପାଖରେ ଫୋନ ଥିବା ବେଳେ ସହରାଞ୍ଚଳରେ ଏହା ୯୭.୧% ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.