ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରଟେକ୍ ଲଞ୍ଚକୁ ୧ ଘଣ୍ଟା ଥିଲା; ହାଇଡ୍ରୋଲିକ୍ ସିଷ୍ଟମ ହେଲା ଫେଲ୍, ଫେରିବେନି ସୁନୀତା

Published By : Ankita S | March 13, 2025 9:19 AM

ନୂଆଦିଲ୍ଲୀ,୧୩/୦୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ୱିଲମୋର ବୁଚଙ୍କର ଫେରିବା ଆହୁରି ବିଳମ୍ବ ହେବ । ଦୁହିଁଙ୍କୁ ଫେରାଇ ଆଣିବାକୁ ଲଞ୍ଚ ହେବାକୁ ଥିବା ଆମେରିକା ସ୍ପେସ୍ ଏଜେନ୍ସିଂର ରକେଟ୍ ଫେଲ୍‌ ହୋଇଛି । ଲଞ୍ଚ ହେବାକୁ ଗୋଟିଏ ଘଣ୍ଟା ଥିଲା । ଏହାପୂର୍ବରୁ ହାଇଡ୍ରୋଲିକ୍‌ ସିଷ୍ଟମ ଫେଲ୍‌ ହୋଇଛି । ରକେଟ୍ ଲଞ୍ଚକୁ ସ୍ଥଗିତ ରଖାଯାଇଛି । ଫଳରେ ସୁନୀତା ୱିଲିୟମ୍ସଙ୍କ ଫେରିବା ବିଳମ୍ବ ହେବ । ମାର୍ଚ୍ଚ ୧୬ରେ ସୁନୀତା ଓ ୱିଲମୋର ବୁଚ୍‌ ମହାକାଶରୁ ଫେରିଥାନ୍ତେ । ଏବେ କ'ଣ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ପାଖାପାଖି ୯ ମାସ ହେବ ମହାକାଶରେ ଫସି ରହିଛନ୍ତି ସୁନୀତାଙ୍କ ସମେତ ତାଙ୍କ ଟିମ୍ । ଶୁବଶୀଘ୍ର ସେ ଫେରିବା ନେଇ ଉତ୍କଣ୍ଠାର ସହ ଲୋକ ଚାହିଁ ରହିଥିଲେ । ମାତ୍ର ତାଙ୍କର ଫେରିବା ବିଲମ୍ବ ହେବ । ତାଙ୍କୁ ଆଣିବାକୁ ଯିବାକୁ ଥିବା କ୍ରୁ-୧୦ ମିଶନ ଫେଲ୍‌ ହୋଇଛି ।  ଶେଷ ମୁହୂର୍ତ୍ତରେ ଲଞ୍ଚ ପ୍ୟାଡରେ ବୈଷୟିକ ତ୍ରୁଟି ଯୋଗୁଁ ମିଶନକୁ ସ୍ଥଗିତ କରାଯାଇଛି । ଫଳରେ ସୁନୀତା ୱିଲିୟମ୍ସଙ୍କ ଫେରିବା ବିଳମ୍ବ ହେବ ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ...ମହାକାଶରୁ ଏଲନ ମସ୍କଙ୍କୁ ଦୃଢ ଜବାବ ଦେଲେ ସୁନୀତା ୱିଲିୟମ୍ସ , କହିଲେ – ମୋତେ ଲାଗୁଛି କି ଏବେ...

କ୍ରୁ-୧୦ ଲଞ୍ଚ ହେଲା ସ୍ଥଗିତ- ଏଲନ ମସ୍କଙ୍କ ସ୍ପେସଏକ୍ସ ନିଜର କ୍ରୁ-୧୦ ମିଶନର ଲଞ୍ଚ ୧୨ ମାର୍ଚ୍ଚରେ ଥିଲା । ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ମହାକାଶରେ ରୋଟେଶନ କରିବା । ଏହି ମିଶନର ସୁନୀତା ଓ ତାଙ୍କର ଟିମ୍‌ ଫେରିଥାନ୍ତେ । ଲଞ୍ଚିଂକୁ ଘଣ୍ଟାଏ ବାକି ରହିଥିଲା । ଏହା ପୂର୍ବରୁ ହାଇଡ୍ରୋଲିକ୍ ସିଷ୍ଟମ ହେଲା ଫେଲ୍ ହୋଇଗଲା । କ୍ରୁ-୧୦ ମିଶନକୁ ସ୍ଥଗତି କରାଯାଇଛି ।

କେମିତି ଅଛନ୍ତି ସୁନୀତା- ଦୀର୍ଘ ଦିନ ହେବ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ(ଆଇଏସଏସ)ରେ ଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଖୁବ୍‌ ଶୀଘ୍ର ପୃଥିବୀକୁ ଫେରିଥାନ୍ତେ । ୧୦ ଦିନର ମିଶନ ପାଇଁ ଯାଇଥିବା ସୁନୀତା ୱିଲିୟମ୍ସ ଓ ବୁଚ୍‌ ୱିଲମୋରଙ୍କୁ ଟେକ୍ନିକାଲ ତ୍ରୁଟି ଯୋଗୁଁ ପୂରା ୯ ମାସ ଯାଏ ମହାକାଶରେ ଫସି ରହିଛନ୍ତି । ୨୦୨୪  ଜୁନ ୫ତାରିଖରେ ମହାକାଶ ଯାତ୍ରା କରିଥିଲେ ସୁନୀତା । ଏବେ ନାସା ତାଙ୍କର ଫେରିବାକୁ ନେଇ ତାରିଖ ସ୍ଥିର କରିଥିଲା । ମାର୍ଚ୍ଚ ୧୬ ତାରିଖରେ ହୁହେଁ ପୃଥିବୀକୁ ଫେରିଥାନ୍ତେ । ହେଲେ ତାହା ବି ବିଳମ୍ବ ହେବ । ମହାକାଶରେ ଦୁହେଁ ସୁରକ୍ଷିତ ଅଛନ୍ତି । ମାର୍ଚ୍ଚ ୪ ତାରିଖରେ ସୁନୀତା ଏକ ଫୋନ୍‌ କଲ୍‌ରେ କଥା ହୋଇଥିଲେ । ସେ ଫେରିବା ପରେ ପରିବାର ଓ ପୋଷା କୁକୁର ସହ ସାକ୍ଷାତ କରିବାକୁ ଉତ୍ସାହିତ ଥିବା କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.