ପ୍ରମୁଖ ଖବର
  • ଶଙ୍ଖ ଛାଡି ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ, ସ୍ବାଗତ କଲେ ବିଜେପି ସଭାପତି ମନମୋହନ ସାମଲ
  • ||
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

‘ନମସ୍କାର ମୋଦୀ ଜୀ…ଭୟ କରିଗେଲ କି’; ଅମ୍ବାନୀ-ଆଦାନୀ ମନ୍ତବ୍ୟକୁ ନେଇ ପାଲଟା ଜବାବ ଦେଲେ ରାହୁଲ ଗାନ୍ଧୀ

Image Courtesy: indiatoday

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଦାନୀ ଏବଂ ଅମ୍ବାନୀଙ୍କ ପାଖରୁ କେତେ ଟଙ୍କା ନେଇଛନ୍ତି ବୋଲି ଆଜି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶ୍ନ କରିଥିଲେ । ଏହାକୁ ନେଇ ମୋଦୀଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି, ନମସ୍କାର ମୋଦୀ ଜୀ । ଟିକେ ଭୟ କରି ଗଲେ କି ? ସାଧାରତଃ ଆପଣ ବନ୍ଦ ଘରେ ଅମ୍ବାନୀ ଏବଂ ଆଦାନୀଙ୍କ ସହ କଥା ହେଉଛନ୍ତି । ପ୍ରଥମ ଥର ସାର୍ବଜନୀନ ଭାବରେ ଆଦାନୀ-ଅମ୍ବାନୀଙ୍କ ନାଁ ନେଇଛନ୍ତି ।ଆପଣ କହିଲେ ଟେମ୍ପୋରେ ଟଙ୍କା ଦେଇଛନ୍ତି । ତେବେ କଣ ଆପଣଙ୍କ ଏହା ବ୍ୟକ୍ତିଗତ ଅଭିଜ୍ଞତା କି ? ସିବିଆଇ ଏବଂ ଇଡିଙ୍କୁ ତାଙ୍କ (ମୋଦୀ) ପାଖକୁ ପଠାନ୍ତୁ, ପୁରା ଯାଞ୍ଚ କରନ୍ତୁ ।’

 କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି ଯେ, ମୋଦୀ ଆଦାନୀ ଏବଂ ଅମ୍ବାନୀଙ୍କୁ ଯେତେ ଟଙ୍କା ଦେଇଛନ୍ତି ସେତିକି ଟଙ୍କା ଆମେ ଭାରତର ଗରିବ ଲୋକମାନଙ୍କୁ ଦେବାକୁ ଯାଉଛୁ । ମହାଲକ୍ଷ୍ମୀ ଯୋଜନା, ପ୍ରଥମ ଚାକିରି ଯୋଜନା ମାଧ୍ୟମରେ ଆମେ କୋଟି କୋଟି ଲକ୍ଷପତି ତିଆରି କରିବୁ । ରାହୁଲ ଗାନ୍ଧୀ ଭିଡିଓ କ୍ୟାପ୍ସନରେ ଲେଖିଛନ୍ତି, ‘ବିଜେପିର ଦୁର୍ନୀତିର ଟେମ୍ପୋର ଡ୍ରାଇଭର ଏବଂ ହେଲପର କିଏ, ତାହା ଦେଶ ଜାଣିଛି ।’ 




ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଆଦାନୀ-ଅମ୍ବାନୀ କଂଗ୍ରେସକୁ କେତେ ଟଙ୍କା ଦେଇଛନ୍ତି ? ତେଲଙ୍ଗାନାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ବେଳେ ମୋଦୀ କହିଥିଲେ , ଯେବେ ଠାରୁ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି ସେବେ ଠାରୁ ସେମାନେ (କଂଗ୍ରେସ) ଅମ୍ବାନୀ-ଆଦାନୀଙ୍କୁ ଗାଳି ଦେବା ବନ୍ଦ କରିଦେଇଛନ୍ତି । ମୁଁ ତେଲଙ୍ଗାନା ମାଟିରୁ କଂଗ୍ରେସର ଶେହଜାଦାଙ୍କୁ ପଚାରିବାକୁ ଚାହୁଁଛି ଅମ୍ବାନୀ-ଆଦାନୀଙ୍କ ପାଖରୁ କେତେ ଟଙ୍କା ମିଳିଛି ।’

 

 

  • Narendra Modi
  • Mukesh Ambani
  • Adani Groups
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.