ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

‘ନିର୍ଣ୍ଣୟ’ରେ ଚାରି ଚରିତ୍ର ନେଇ କାହାଣୀ, ଏପ୍ରିଲ ୨୬ରେ କରିବ ମୁକ୍ତିଲାଭ ଶ୍ରଦ୍ଧା ସବୁରୀ ପ୍ରଡକ୍‌ସନର ପ୍ରଥମ ଅବଦାନ

କଟକ ୨୧/୦୪: ଏପ୍ରିଲ ୨୬ରେ ମୁକ୍ତିଲାଭ କରିବ ଶ୍ରଦ୍ଧା ସବୁରୀ ପ୍ରଡକ୍‌ସନର ପ୍ରଥମ ଅବଦାନ ଚଳଚ୍ଚିତ୍ର ‘ନିର୍ଣ୍ଣୟ’ । ବାସ୍ତବଧର୍ମୀ  ତଥା ମୌଳିକ କାହାଣୀ ସମ୍ବଳିତ ଏହି ଚଳଚ୍ଚିତ୍ରର କେନ୍ଦ୍ରରେ ଅଛନ୍ତି ଚାରି ଚରିତ୍ର । ନିଜ ନିଜ ଗତିପଥରେ ସେମାନେ ଆଗକୁ ବଢ଼ୁଥିବାବେଳେ ସମୟ କିନ୍ତୁ ସେମାନଙ୍କୁ ନେଇ ଠିଆ କରେଇଛି ନୂଆ ମୋଡ଼ରେ । 

ଗତ କିଛି ବର୍ଷ ଧରି ଏଭଳି ବାସ୍ତବ କାହାଣୀର ଧାରାକୁ ପ୍ରଯୋଜକ-ନିର୍ଦ୍ଦେଶକ ଯେଭଳି ପର୍ଦ୍ଦାରେ  ଉତାରି ପ୍ରଶଂସା ସାଉଁଟୁଛନ୍ତି, ‘ନିର୍ଣ୍ଣୟ’ ମଧ୍ୟ ସେଥିରେ ସଫଳ ହେବ ବୋଲି ଆଶା  କରିଛି ପ୍ରଯୋଜନା ସଂସ୍ଥା । ସମାଜ ଏହି ଚାରି ଚରିତ୍ରଙ୍କୁ ଏମିତି ମୋଡ଼ରେ ନେଇ  ଛାଡ଼ିଛି, ଯେଉଁଠି ସମସ୍ତେ ସେମାନଙ୍କୁ ଦୋଷୀ ବୋଲି ମନେ କରନ୍ତି । ସତରେ  ସେମାନେ କେତେ ଦୋଷୀ? ଆଉ ଯଦି ବି ଦୋଷୀ, କୋଉ ନିର୍ଣ୍ଣୟ ପାଇଁ ଆଜି  ଏମିତି ଦୋ’ଛକିରେ ଠିଆ ହୋଇଛନ୍ତି? ନିଜ ପାଇଁ ନିର୍ଣ୍ଣୟ ନେବା ଆଉ ସେଇ  ନିର୍ଣ୍ଣୟରେ ନିଜକୁ ଠିଆ କରିବା କେତେ ଯୁକ୍ତିଯୁକ୍ତ! ଏଇ ସବୁକୁ ନେଇ ହିଁ  ଚଳଚ୍ଚିତ୍ର ‘ନିର୍ଣ୍ଣୟ’ । ଏ ଫିଲ୍ମର ପ୍ରଯୋଜକ ଟିକି ପଟ୍ଟନାୟକ । ‘ନିର୍ଣ୍ଣୟ’  ତାଙ୍କର ପ୍ରଥମ ଚଳଚ୍ଚିତ୍ର । 

ରାଜେନ୍ଦ୍ର ମହାନ୍ତଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ନିର୍ଣ୍ଣୟ’ର  କାହାଣୀ ଲେଖିଛନ୍ତି ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ଏବଂ ସଂଳାପ ଲେଖିଛନ୍ତି ସୁମିତ  ପଣ୍ଡା । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସାମେଶ ଶତପଥୀ ଏବଂ ଗୌରବ  ଆନନ୍ଦ । କଣ୍ଠଦାନ କରିଛନ୍ତି ସଞ୍ଚିତା ଶୁଭଦର୍ଶିନୀ, ଆଶିଷ ପ୍ରଧାନ, ଅନୁରାଧା ପାଣିଗ୍ରାହୀ ଏବଂ ଗୌରବ ଆନନ୍ଦ । ଅଭିନୟ କରିଛନ୍ତି  ସୂର୍ଯ୍ୟମୟୀ ମହାପାତ୍ର, ନୈନା ଦାଶ, ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ, ସୁକାନ୍ତ ରଥ, ପ୍ରୀତିରାଜ ଶତପଥି, ଚୌଧୁରୀ ଜୟପ୍ରକାଶ ଦାସ, ସ୍ୱସ୍ତିକ  ଚୌଧୁରୀ, ଅଭିଜିତ ଦାସ, ଭାସ୍ୱତୀ ବସୁ, ବିଜୟିନୀ ମିଶ୍ର, ପୂର୍ଣ୍ଣିମା ବରାଳ, ପ୍ରିୟା ବିଷୋୟୀ, ପୂର୍ଣ୍ଣିମା ଦାସଗୁପ୍ତା, ଟିକି ପଟ୍ଟନାୟକ,  ଜଗବନ୍ଧୁ ପଣ୍ଡା ଏବଂ ସାଇବୀର ପଣ୍ଡା । ପ୍ରଚାର ପ୍ରସାର ଦାୟିତ୍ୱରେ  ଅଛନ୍ତି ପ୍ରଣୟ ଜେଠୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.