ପ୍ରମୁଖ ଖବର
  • ବଡ଼ବିଲ : ବାଇକରୁ ୭ ଲକ୍ଷ ଟଙ୍କା ଜବତ, ଜଣକୁ ଅଟକ ରଖିଛି ପୋଲିସ
  • ||
  • ଜି ଉଦୟଗିରି ଅଞ୍ଚଳରେ ହାତୀପଲ,ଫସଲ ନଷ୍ଟ ଭୟରେ ଚାଷୀ ଆଗୁଆ ଧାନ କାଟିଲେ
  • ||
  • ଗଞ୍ଜାମରେ ପୋଲିସ ହେପାଜତରୁ ହତ୍ୟାକାଣ୍ଡର ଆସାମୀକୁ ଖସାଇ ନେବାକୁ ଉଦ୍ୟମ, ପୋଲିସ ସହ ଧସ୍ତାଧସ୍ତି
  • ||
  • ଲାଞ୍ଚ ନେବା ଅଭିଯୋଗରେ ଅବସରପ୍ରାପ୍ତ ASO ରେଣୁକା ଦେବୀଙ୍କୁ ୨ ବର୍ଷ କାରାଦଣ୍ଡାଦେଶ
  • ||
  • ବାରିପଦାରେ ବୁଲୁଥିଲା ଶିମିଳିପାଳର ବାଘ; କାବୁ କରିନେଲା ବନ ବିଭାଗ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ବିଶ୍ୱ ଦେଖିବ ଦୁଇ ଚର୍ଚ୍ଚିତ ଓଡ଼ିଆ ସିନେମା, ଭାରତୀୟ ଭାଷାର ୫୦ଟି ଫିଲ୍ମ ମଧ୍ୟରେ ପାଇଛି ସ୍ଥାନ

ଭୁବନେଶ୍ୱର,୩୦/୦୪: ବିଶ୍ୱ  ଦେଖିବ ଦୁଇ ଚର୍ଚ୍ଚିତ ଓଡ଼ିଆ ସିନେମା ‘ଦମନ’ ଓ ‘ପ୍ରତୀକ୍ଷା’ । ଆରମ୍ଭ ହେବାକୁ ଯାଉଥିବା ଇଣ୍ଡୋ ଆମେରିକାନ୍‌ ଆର୍ଟସ୍‌ କାଉନ୍‌ସିଲ୍‌ ପକ୍ଷରୁ ନ୍ୟୁୟର୍କ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌(ଏନ୍‌ୱାଇଆଇଏଫ୍‌ଏଫ୍‌) ପାଇଁ  ମନୋନୀତ ହୋଇଛି ଏହି ଦୁଇ ଓଡ଼ିଆ ସିନେମା । ବିଭିନ୍ନ ଭାରତୀୟ ଭାଷାର ୫୦ଟି  ଫିଲ୍ମ ଭିତରେ ଏହି ସିନେମାଦ୍ୱୟ ସ୍ଥାନ  ପାଇଛି । ଏହାକୁ ନେଇ ଓଡ଼ିଆ ସିନେମା ଜଗତରେ ଉତ୍ସାହ ଦେଖାଦେଇଛି । ଉଭୟ ସିନେମାର ନିର୍ମାଣ ଟିମ୍‌ ଖୁସି ବ୍ୟକ୍ତ କରିଛନ୍ତି ।  

ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ମଧ୍ୟରେ ଜଣେ ଯୁବ ଡାକ୍ତରଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀକୁ ନେଇ "ଦମନ' ଜାତୀୟ ସ୍ତରରେ ଓଡ଼ିଆ ସିନେମାକୁ ଏକ ନୂଆ ପରିଚୟ  ଦେଇଥିଲା । ମୁଖ୍ୟ ଭୂମିକାରେ ଅଭିନେତା  ବାବୁସାନ ଓ ଦୀପନ୍ୱିତ ଦାଶ ମହାପାତ୍ରଙ୍କ ଚମତ୍କାର ଅଭିନୟରେ ଅଭିଭୂତ ହୋଇଥିଲେ ଦର୍ଶକ । ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ପ୍ରଯୋଜନା କରିଥିଲେ ଦୀପେନ୍ଦ୍ର ସାମଲ ।  ଏନ୍‌ୱାଇଆଇଏଫ୍‌ଏଫ୍‌ରେ ଜୁନ୍‌ ୧ ତାରିଖ ଅପରାହ୍ନ ସାଢ଼େ ୩ଟାରେ ଆଞ୍ଜେଲିକା  ଭିଲେଜ୍‌ ଇଷ୍ଟ ଥିଏଟର-୫ରେ ସିନେମା "ଦମନ' ପ୍ରଦର୍ଶିତ ହେବ ବୋଲି ସୂଚନା  ମିଳିଛି । 

୨୦୨୨ ମସିହା, ନଭେମ୍ବର ୪ରେ  ଓଡ଼ିଆରେ, ୨୦୨୩, ଫେବୃଆରୀ ୩ରେ ହିନ୍ଦୀରେ ରିଲିଜ୍‌ ହୋଇଥିଲା । ସେହିପରି  ବିଶିଷ୍ଟ କଥାକାର ଗୌରହରି ଦାସଙ୍କ କାହାଣୀ  ଓ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଜାତୀୟ  ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ସିନେମା "ପ୍ରତୀକ୍ଷା'  ଜୁନ୍‌ ୨ ତାରିଖ ଅପରାହ୍ଣ ସାଢ଼େ ୩ଟାରେ  ସେହି ଇଷ୍ଟ ଥିଏଟର-୫ରେ ପ୍ରଦର୍ଶିତ  ହେବ । ଏହି ସିନେମାରେ ମଧ୍ୟବିତ୍ତ  ପରିବାରରେ ବାପ-ପୁଅଙ୍କ ସମ୍ପର୍କ ଓ ସମସ୍ୟାର ଅତିବିଶ୍ୱସନୀୟ ଚିତ୍ର ରହିଥିଲା ।  ଯାହାକୁ କେବଳ ଓଡ଼ିଆ ନୁହେଁ, ଅନ୍ୟ  ଭାଷାର ଦର୍ଶକ ଓ ସମାଲୋଚକ ଉଚ୍ଚ ପ୍ରଶଂସା କରିଥିଲେ । ୨୦୨୨, ଡିସେମ୍ବର ୨ରେ ଏହା ମୁକ୍ତିଲାଭ କରିଥିଲା । ୬୯ତମ ଜାତୀୟ  ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହରେ  ଫିଚର ଫିଲ୍ମ ବର୍ଗରେ ଏହା ଜାତୀୟ ପୁରସ୍କାର ପାଇଥିଲା । ଏହାକୁ ହିନ୍ଦୀରେ ରିମେକ୍‌ ପାଇଁ  ବଲିଉଡ ଷ୍ଟାର୍‌ ଅନୁପମ ଖେର ବଇନା ଦେଇଥିଲେ । ସିନେମାଟି ବିଶ୍ୱବ୍ୟାପୀ ବିଭିନ୍ନ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇ ଆଜି  ବି ପ୍ରଶଂସା ପାଇ ଚାଲିଛି । ଏହା ମୁଖ୍ୟ  ଭୂମିକାରେ ଦୀପନ୍ୱିତ, ବର୍ଷା ପଟ୍ଟନାୟକ,  ଜୟପ୍ରକାଶ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଅଭିନୟ  ବହୁତ ଉଚ୍ଚକୋଟୀର ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.