ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଆଇପିଏଲ୍ ବାହାନରେ କଂଗ୍ରେସକୁ ଟାର୍ଗେଟ କଲେ ପୂର୍ବତନ କ୍ରିକେଟର, କହିଲେ-ଦୁର୍ବଳ ଟିମ୍‌କୁ ବାଣ୍ଟି ଦିଅନ୍ତୁ ପଏଣ୍ଟ...

ନୂଆଦିଲ୍ଲୀ,୨୨।୪:  ପୂର୍ବତନ କ୍ରିକେଟର ଭେଙ୍କଟେସ୍ ପ୍ରସାଦ କଂଗ୍ରେସ ପାର୍ଟିର ଘୋଷଣା ପତ୍ରକୁ ନେଇ କରିଛନ୍ତି ଟାର୍ଗେଟ। ସେ କୌଣସି ଦଳର ନାଁ ନନେଇ କହିଛନ୍ତି, ଗୋଟିଏ ଦଳ ପ୍ରତିଶୃତି ଦେଇଥିଲା ସେ ସମ୍ପତ୍ତିର ସମାନ ବଣ୍ଟନ କରିବା ପାଇଁ ସର୍ଭେ କରିବ। ଏହା ଖୁବ୍ ନିରାଶଜନକ। ସେ ଆଇପିଏଲର ପଏଣ୍ଟରେ ଟପ୍‌ ଟିମ୍‌ର ଉଦାହରଣ ଦେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ଓ କହିଛନ୍ତି ଯଦି ସବୁଠାରୁ ଅଧିକ ସ୍କୋର କରିଥିବା  ଟିମ୍‌ର ପଏଣ୍ଟ  ତଳେ ଥିବା ଟିମ୍‌ରେ ବାଣ୍ଟି ଦିଅନ୍ତୁ, ତେବେ  ସେ ମଧ୍ୟ ପ୍ଲେଅଫ୍‌ରେ ସ୍ଥାନ ପାଇ ପାରିବ ।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ଗୋଟିଏ ପାର୍ଟି ନିଜର ଘୋଷଣାପତ୍ରରେ କହିଥିଲା ସେ ଧନୀ ଲୋକଙ୍କର ସମ୍ପତ୍ତି ଗରିବଙ୍କ ଭିତରେ ବାଣ୍ଟି ଦେବ। ଠିକ୍ କଥା ଏହା ଯେ, ଗରିବଙ୍କ ଜୀବନ ସ୍ତରରେ ସୁଧାର ଆଣିବା ବହୁତ ଜରୁରୀ। କିନ୍ତୁ ଯେଉଁ  ପ୍ରକିୟାର କଥା କୁହାଯାଉଛି ତାହା ଖୁବ୍ ନିରାଶଜନକ। ଏହା ସେହିଭଳି ଯେପରିକି ରାଜସ୍ଥାନ ରୟାଲ୍ସର ଚାରି ପଏଣ୍ଟ ଓ କୋଲକାତା ନାଇଟ୍ ରାଇଡର୍ସ, ସନରାଇଜର୍ସ ହାଇଦ୍ରାବାଦର ଚାରି ଚାରୋଟି ପଏଣ୍ଟ ନେଇ ତଳେ ଥିବା ଟିମ୍ ଭିତରେ ବାଣ୍ଟି ଦିଆଯିବ ଯେପରି ସେ ପ୍ଲେଅଫ୍‌ରେ ଯାଇ ପାରିବେ। ଆଇପିଏଲରେ ବର୍ତ୍ତମାନ ତଳ ଟିମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗସ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ରହିଛି। ସେଭଳି ଟପ୍‌ରେ ରାଜସ୍ଥାନ ରୟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ , ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପରକିଙ୍ଗସ୍ ରହିଛି। ଏଥିରେ ଟପ୍ ଚାରେଟି ଟିମ୍ ପ୍ଲେଅଫ୍ ପାଇଁ କ୍ବାଲିଫାଏ କରିବେ ଓ ବାକି ଟିମ୍‌କୁ ଏଲିମିନେଟ୍ କରିଦିଆଯିବ।

ଉଲ୍ଲେଖନୀୟ ଯେ, ଗତ ୬ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଯଦି ତାଙ୍କ ଦଳ କ୍ଷମତାକୁ ଆସେ ତେବେ ପ୍ରଥମେ ସମ୍ପତ୍ତିର ସର୍ଭେ କରାଯିବ। ଯେପରିକ ଲୋକଙ୍କ ଭିତରେ ସମ୍ପତ୍ତିକୁ ଠିକ୍ ଭାବରେ ବାଣ୍ଟିହେବ। କଂଗ୍ରେସ ନିଜର ଘୋଷଣା ପତ୍ରରେ କହିଥିଲା, ଆମେ ପୂର୍ବରୁ ସାରା ଦେଶରେ ଜାତି ଜନଗଣନା କରିବୁ,ଯାହାଫଳରେ ଜଣାପଡିବ କେବେ ଲୋକ ଓବିସି, ଏସସି /ଏସ୍‌ଟି ଏବଂ ସଂଖ୍ୟାଲଘୁ ରହିଛନ୍ତି। ଏହାପରେ ଆର୍ଥିକ ସର୍ଭେ କରାଯିବ ଓ ସମ୍ପତ୍ତି ବଣ୍ଟନ କରିବାର ଐତିହାସିକ ପଦକ୍ଷେପ ଗ୍ରହଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.