ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

IPL 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ

ହାଇଦ୍ରାବାଦ୍ ୦୨/୦୫: ଆଇପିଏଲ୍ ୨୦୨୪ । ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ‌ ଖେଳାଯିବ ୫୦ ତମ ମ୍ୟାଚ୍ । ରାତି ୭ଟା ୩୦ ମିନିଟ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ୍ ଏବଂ ରାଜସ୍ଥାନ ରୟାଲ୍ସ । ଦୁଇ ଟପ୍ ଟିମ୍ ମଧ୍ୟରେ ହେବ ଲଢେଇ । 

ବର୍ତ୍ତମାନ ସୁଦ୍ଧା ରାଜସ୍ଥାନ ରୟାଲ୍ସ ୯ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟି ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ଟପ୍ରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ଫର୍ମରେ ଅଛି। ତେଣୁ ବିରୋଧୀଙ୍କ ଚକ୍ମା ଦେବାରେ ସଫଳ ହେଉଛନ୍ତି ସଞ୍ଜୁ ବାହିନୀ । ବର୍ତ୍ତମାନ ଦଳ ଯେତିକି  ପଏଣ୍ଟ ହାସଲ କରିଛି । ତାହା ପ୍ଲେ-ଅପ୍ ରେସ୍ ପାଇଁ ଯଥେଷ୍ଟ ବୋଲି ଅନୁମାନ କରାଯାଉଛି । ତେଣୁ ଆଜିର ମ୍ୟାଚ୍ ଜବରଦସ୍ତ ହେବ ବୋଲି ଆଶା ରହିଛି ।

ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ୍ ବର୍ତ୍ତମାନ ସୁଦ୍ଧା ୯ଟି ମୁକାବିଲା ଖେଳିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୫ମ ସ୍ଥାନରେ ରହିଛି । ଦଳ ବ୍ୟାଟିଂରେ ଜବରଦସ୍ତ ଫର୍ମରେ ରହିଛି । ହେଲେ ଟାର୍ଗେଟକୁ ପିଛା କରୁଥିବା ବେଳେ ଟିମ୍ର ଲାଇନ୍ଲେନ୍ଥ ଯାଉଛି ଭାଙ୍ଗି । ଯାହାଫଳରେ ଟିମ୍‌କୁ ପରାସ୍ତର ସାମ୍ନା କରିବାକୁ ପଡୁଛି । ଦେଖାଯାଉ ଆଜିର ମ୍ୟାଚ୍‌ରେ କମିନ୍ସ ବାହିନୀ କି ରଣନୀତି କରିବ । 

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଯାଏଁ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ମୋଟ ୯ଟି ମୁକାବିଲା ଖେଳିସାରିଥିବା ବେଳେ ୮ଟିରେ ବିଜୟୀ ହୋଇଛି । ଦଳ ୧୬ ପଏଣ୍ଟ ସହ ନମ୍ବର ୧ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ୯ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇଛି । ମୋଟ ୧୨ ଅଙ୍କ ସହ ୨ୟ ସ୍ଥାନରେ ରହିଛି । ଏହାପରେ ରହିଛି ଲକ୍ଷ୍ନୌ ସୁପର କିଙ୍ଗସ୍ । ଦଳ ୧୦ଟି ମ୍ୟାଚ୍ରୁ ୬ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୨ ଅଙ୍କ ସହ ପଏଣ୍ଟ ଟେବୁଲ୍ର ୩ୟ ସ୍ଥାନରେ ରହିଛି । ଏହାପରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ୧୦ଟି ମୁକାବିଲାରୁ ୫ଟିରେ ବିଜୟୀ ହୋଇଛି । ମୋଟ ୧୦ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.