ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

‘କଲ୍‌କୀ ୨୮୯୮ ଏଡି’ରେ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଫାଷ୍ଟ ଲୁକ୍‌, ଅଶ୍ୱତ୍ଥାମା ଭୂମିକାରେ ଆସିବେ ନଜର

ମୁମ୍ବାଇ ୨୩/୦୪:  ଫିଲ୍ମ ‘କଲ୍‌କୀ ୨୮୯୮ ଏଡି’ରେ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଫାର୍ଷ୍ଟ ଲୁକ୍‌ ଟିଜର ରିଲିଜ୍‌ ହୋଇଛି । ୧ ମିନିଟ୍‌ର ଏହି ଟିଜର୍‌ରେ ଅମିତାଭ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱତ୍ଥାମା ଭୂମିକାରେ ନଜର ଆସିଛନ୍ତି । ଏଥିରେ ସେ ଜଣେ ଛୋଟ ପିଲା ସହ କଥା ହେଉଥିବା ଦେଖାଯାଇଛି । ସେ କିଏ ବୋଲି ପିଲାଟି ତାଙ୍କୁ ପଚାରୁଛି । ପିଲାଟି ଭଗବାନ ଶିବଙ୍କୁ ଆରାଧନା କରୁଥିବା ଅମିତାଭଙ୍କ ପାଖକୁ ଆସି ନିଜର ପରିଚୟ ଦେଇଛି । କହୁଛି ‘ମୁଁ ରାୟା । ଆପଣ କିଏ? ଏହା କ’ଣ ଏକ ମନ୍ଦିର? ଆପଣ କ’ଣ ଭଗବାନ?’ ତା’ ପ୍ରଶ୍ନର ଉତ୍ତର ଦେଇ ଅମିତାଭ କହୁଛନ୍ତି ‘ଶୁଣ, ମୋର ସମୟ ଆସିଛି । ମୋର ଶେଷ ଯୁଦ୍ଧର ସମୟ ଆସିଛି ।’ ଏହା ଶୁଣି ପିଲାଟି ପଚାରୁଛି ‘ଆପଣ କିଏ?’ ଟିଜର୍‌ ଶେଷରେ ଅମିତାଭ କହୁଛନ୍ତି ‘ଦ୍ୱାପର ଯୁଗରୁ ୧୦ମ ଅବତାରକୁ ପ୍ରତୀକ୍ଷା କରି ରହିଥିବା ମୁଁ ଗୁରୁ ଦ୍ରୋଣଙ୍କ ପୁତ୍ର ଅଶ୍ୱତ୍ଥାମା ।’ ଟିଜର୍‌ରେ ସବୁଠୁ ଖାସ୍‌ ସିନ୍‌ ଥିଲା ଅମିତାଭଙ୍କ ଯୁବସୁଲଭ ଲୁକ୍‌ । ଏହି ସିନ୍‌କୁ ଡି-ଏଜିଙ୍ଗ୍‌ ଟେକ୍ନୋଲୋଜି ସାହାଯ୍ୟରେ ସୁଟ୍‌ କରାଯାଇଛି । ଏଥିରେ ଅମିତାଭଙ୍କ ଚରିତ୍ର ଅଶ୍ୱତ୍ଥାମାଙ୍କ ପୁରୁଣା କାହାଣୀ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି, ଯେଉଁଥିରେ ୟଙ୍ଗ୍‌ ଅମିତାଭଙ୍କୁ ପୁଣି ଥରେ ପରଦାରେ ଦେଖିପାରିବେ ସିନେପ୍ରେମୀ ।

 ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ପ୍ରଭାସ, କମଲ ହାସନ, ଦୀପିକା ପାଦୁକୋନ ଓ ଦିଶା ପଟାନି । ଆସନ୍ତା ମେ’ ୯ ତାରିଖରେ ଫିଲ୍ମ ରିଲିଜ୍‌ ହେବାର ଥିଲା । କିନ୍ତୁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ନିର୍ମାତା ଏପର୍ଯ୍ୟନ୍ତ ନୂଆ ରିଲିଜ୍‌ ତାରିଖ ଘୋଷଣା କରିନାହାନ୍ତି । ୬୦୦ କୋଟି ବଜେଟ୍‌ରେ ନିର୍ମିତ ‘କଲ୍‌କୀ ୨୮୯୮ ଏଡି’ ଏ ବର୍ଷର ସବୁଠୁ ମହଙ୍ଗା ଫିଲ୍ମ । ତେଲୁଗୁ ସିନେମାର ଜଣାଶୁଣା ନିର୍ଦ୍ଦେଶକ ନାଗ ଅଶ୍ୱିନ ଏହାକୁ ନିର୍ମାଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.