ପ୍ରମୁଖ ଖବର
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ବିଜେପିରେ ମିଶିଲେ ଅଭିନେତା ଶେଖର ସୁମନ ଓ କଂଗ୍ରେସ ନେତ୍ରୀ ରାଧିକା ଖେଡା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶେଖର ସୁମନ ବିଜେପିରେ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ଧରି ଚର୍ଚ୍ଚାରୁ ଦୂରେଇ ରହିଥିବା ଶେଖର ସୁମନ ଲୋକସଭା ନିର୍ବଚନ ସମୟରେ ବିଜେପିରେ ଯୋଗ ଦେଇଛନ୍ତି । ଶେଖର ସୁମନଙ୍କ ସହ କଂଗ୍ରେସ ମୁଖପାତ୍ର ରାଧିକା ଖେଡା ମଧ୍ୟ ପଦ୍ମ ଧରିଛନ୍ତି । ନୂଆଦିଲ୍ଲୀରେ ବିଜେପି ପାର୍ଟି ମୁଖ୍ୟାଳୟରେ ଶେଖର ସୁମନଙ୍କ ସମେତ ରାଧିକା ଖେଡା ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । 

ଏହି ଅବସରରେ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ ।ବିଜେପିରେ ଯୋଗଦେବା ପରେ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶେଖର ସୁମନ କହିଛନ୍ତି, ‘ଗତକାଲି ପର୍ଯ୍ୟନ୍ତ ମୁଁ ନିଜେ ଜାଣି ନଥିଲି ଯେ ମୁଁ ଆଜି ଏଠାରେ ବସିବି । ମୁଁ ସକାରାତ୍ମକ ଚିନ୍ତାଧାରା ସହିତ ଆସିଛି  । ଭଗବାନ ରାମ ଯାହା ନିଷ୍ପତ୍ତି ନେଇଛନ୍ତି ତାହା କରିବାକୁ ହେବ  । ମୋ ମନରେ କେବଳ ଦେଶ ବିଷୟରେ ଚିନ୍ତା ଅଛି  । ମୋଦୀ ଜୀଙ୍କ ମାର୍ଗଦର୍ଶନରେ ଦେଶ ଯେଉଁ ବିକାଶ କରୁଛି ସେଥିରେ ଯୋଗଦେବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ।’ ଏହା ସହ ନିକଟ‌ରେ ରିଲିଜ୍‌ ହୋଇଥିବା ହିରାମଣ୍ଡି ଚଳଚ୍ଚିତ୍ର ସଂପର୍କରେ ଶେଖର ସୁମନ କହିଛନ୍ତି ଯେ,  ମୁଁ ହିରାମଣ୍ଡିକୁ ହିଟ୍ ହେବାକୁ ଅପେକ୍ଷା କରିଥିଲି । ଏହା ଦ୍ୱାରା ମୁଁ ଖାଲିରେ ବସିଛି ବୋଲି ଲୋକମାନେ ଭାବିବେ ନାହିଁ । 

ଶେଖର ସୁମନଙ୍କ ପୂର୍ବରୁ ଟେଲି ଅଭିନେତ୍ରୀ ରୂପାଲି ଗାଙ୍ଗୁଲୀ ବିଜେପିରେ ସାମିଲ ହୋଇଥିଲେ । ପଦ୍ମ ଧରିବା ପରେ ରୂପାଲି କହିଥିଲେ ଯେ, ଯେବେ ବିକାଶର ଏହି ମହାଯଜ୍ଞକୁ ଦେଖେ, ମୋତେ ଲାଗୁଥିଲା ଏଥିରେ ଅଂଶଗ୍ରହଣ କରିବା ଜରୁରି । ମୋତେ ଆପଣମାନଙ୍କ ଆଶୀର୍ବାଦ ଦରକାର । ଫଳ‌ରେ ଯାହା ବି କରିବି ସଠିକ ଏବଂ ଭଲ କରିପାରିବି । 

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.