ପ୍ରମୂଖ ଖବର
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ରେଳ ପୋଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Prameya | May 13, 2025 9:51 PM

ଜଳେଶ୍ବର, ୧୩/୫(ଆପ୍ର): ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ରାଜଘାଟ ଡାଉନ୍ ଲାଇନ ରାଜଘାଟ ରେଳ ପୋଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ସ୍ଥାନରେ ଦୁଇଟି ଆଧାର କାର୍ଡ ଗୋଟିଏ ଭୋଟର କାର୍ଡ ପଡ଼ିଥିବା ଦେଖିବାକୁ ମିଳିଛି। 

ମୃତ ବ୍ୟକ୍ତି ଜଣକ ଜଳେଶ୍ଵର ଥାନା ମହମ୍ମଦ ନଗର ପାଟଣା ପଞ୍ଚାୟତ ଅନ୍ତର୍ଗତ ଗଡମୁହଁ ଗ୍ରାମର ପୁଚୁ କିଷ୍କୁ(୩୦)  ବୋଲି ପାଖରେ ଥିବା ପ୍ରମାଣ ପତ୍ରରୁ ଅନୁମାନ କରାଯାଉଛି। ରେଳ ଧାରଣାର ମଧ୍ୟ ସ୍ଥଳ ରାତ୍ରି ହୋଇଥିବାରୁ  ଶବ ଉଦ୍ଧାର କରିବା ସମ୍ଭବ ହୋଇନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.