ପ୍ରମୂଖ ଖବର
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିଶ୍ୱ ପାଳୁଛି ଯକ୍ଷ୍ମା ଦିବସ, ଚଳିତ ବର୍ଷର ଥିମ୍ ରହିଛି-"ହଁ! ଆମେ ଟିବି ଶେଷ କରିପାରିବା!"

Published By : Prameya | March 24, 2025 8:05 AM

ନୂଆଦିଲ୍ଲୀ ୨୪/୦୩: ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୪ରେ ବିଶ୍ୱ ଟିବି ବା ଯକ୍ଷ୍ମା ଦିବସ ପାଳନ କରାଯାଏ । ଲୋକଙ୍କ ମଧ୍ୟରେ ଏହି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଦିବସ ପାଳନର ଉଦ୍ଦେଶ୍ୟ । ଟ୍ୟୁବରକ୍ୟୁଲୋସିସ୍‌ ବା ଟିବି ଏକ ସଂକ୍ରାମକ ରୋଗ । ଏହା ବାୟୁ ମାଧ୍ୟମରେ ଜଣଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ମାଇକୋବ୍ୟାକ୍ଟେରିୟମ ଟ୍ୟୁବରକ୍ୟୁଲୋସିସ୍‌ ଜୀବାଣୁ କାରଣରୁ ଟିବି ହୋଇଥାଏ । ସମୟ ପୂର୍ବରୁ ଟିବି ଚିହ୍ନଟ ହୋଇପାରିଲେ ଏହାର ନିରାକରଣ ସମ୍ଭବ । ଭାରତରେ ପ୍ରତିବର୍ଷ ଟିବିର ଲକ୍ଷାଧିକ ରୋଗୀ ଚିହ୍ନଟ ହୋଇଥାନ୍ତି । ଟିବି ବିଶେଷକରି ଫୁସ୍‌ଫୁସ୍‌କୁ ସଂକ୍ରମଣ କରିଥାଏ । କିନ୍ତୁ ଏହା ଅନ୍ୟ ଅଙ୍ଗକୁ ବି ପ୍ରଭାବିତ କରିପାରେ । ୩ ସପ୍ତାହ କିମ୍ବା ଅଧିକ ସମୟ ଧରି ଲଗାତର କାଶ, ଛାତିରେ ଯନ୍ତ୍ରଣା, କଫରେ ରକ୍ତ, ଥକ୍କାପଣ, ଓଜନ ହ୍ରାସ, ଭୋକ ନ ଲାଗିବା, ଥଣ୍ଡା ଜ୍ୱର, ରାତିରେ ଝାଳ ବାହାରିବା ଆଦି ଏହାର ସାଧାରଣ ଲକ୍ଷଣ । 

ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ ଅନୁସାରେ ୧୮୮୨ ମାର୍ଚ୍ଚ ୨୪ରେ ଡାକ୍ତର ରବର୍ଟ କୋଚ୍‌ ଟିବି ରୋଗ ପାଇଁ ଦାୟୀ ମାଇକୋବ୍ୟାକ୍ଟେରିୟମ୍‌ ଟ୍ୟୁବରକ୍ୟୁଲୋସିସ୍‌ ବ୍ୟାକ୍ଟେରିଆ ଖୋଜି ପାଇଥିଲେ । ଏହା ପରେ ତାଙ୍କୁ ୧୯୦୫ ମସିହାରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଡା. କୋଚ୍‌ଙ୍କ ଆବିଷ୍କାର ଅନୁସାରେ ପ୍ରତିବର୍ଷ ମାର୍ଚ୍ଚ ୨୪ରେ ବିଶ୍ୱ ଟିବି ଦିବସ ପାଳନ ଲାଗି ଘୋଷଣା କରାଯାଇଥିଲା । ତେବେ ପ୍ରତିବର୍ଷ ବିଶ୍ୱ ଯକ୍ଷ୍ମା ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍ ସହିତ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ "ହଁ! ଆମେ ଟିବି ଶେଷ କରିପାରିବା!" ଉପରେ ଆଧାରିତ। ଯାହାର ଅର୍ଥ ହେଉଛି ଏକତ୍ର ଆମେ ଏହି ରୋଗକୁ ଦୂର କରିପାରିବା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.