ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଆହୁରି ମଜବୁତ ହେବ ହିଜବୁଲା, ନସରୁଲ୍ଲାହଙ୍କ ମୃତ୍ୟୁର ନିଆଯିବ ପ୍ରତିଶୋଧ: ଇସ୍ରାଏଲକୁ ଇରାନର ଚେତାବନୀ

ନୂଆଦିଳ୍ଲୀ,୨୯।୯: ଇସ୍ରାଏଲର ଆକ୍ରମଣରେ ହିଜୁବଲା ମୁଖ୍ୟ  ହସନ ନସରୁଲ୍ଲାହର ମୃତ୍ୟୁ ପରେ ଇରାନ ଏବେ ରକ୍ତମୁଖା ହୋଇଛି। ଏବେ ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାକଚି କହିଛନ୍ତି, ସେ ନସରୁଲ୍ଲାହର ମୃତ୍ୟୁର ପ୍ରତିଶୋଧ ଇସ୍ରାଏଲଠାରୁ ନଦେବା ପର୍ଯ୍ୟନ୍ତ ଶାନ୍ତି ବସିବେନି। ଇସ୍ରାଏଲର ଏହି ଆକ୍ରମଣରେ ହିଜବୁଲା ଅଧିକ ଶକ୍ତିଶାଳୀ ହେବ।

ଇରାନର ବୈଦେଶିକ ମନ୍ତ୍ରୀ ହିଜବୁଲା ମୁଖ୍ୟଙ୍କ ମୃତ୍ୟୁ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ନିଶ୍ଚିତ ଭାବରେ ନସରୁଲ୍ଲାହର ମୃତ୍ୟୁ ବହୁ ବଡ ୪ତି। ଏହାଦ୍ବାରା ପ୍ରତିରୋଧରେ କୌଣସି ବାଧା ଆସିବନି, ଯେପରିକି ହିଜବୁଲାର ପୂର୍ବତନ ଜେନେରାଲ ସେକ୍ରେଟରୀ ସୟୈଦ ଆବାସ ଅଲ୍ ମୁସାବିଙ୍କ ମୃତ୍ୟୁ ଭଳି ନସରୁଲ୍ଲାହର ମୃତ୍ୟୁ ଫଳରେ ହିଜୁବୁଲାର ଶକ୍ତି ବଢିଛି। ଆଜି ହିଜବୁଲାର ଶକ୍ତିର କୌଣସି ସୀମା ନାହିଁ। ଆମ ମତରେ  ଆମେରିକା ଏହି ଅପରାଧର ଅଂଶୀଦାର । ହେଲେ ସେ କୌଣସି ପ୍ରକାରେ ନିଜକୁ ଏହି ବାସ୍ତବିକାତାଠାରୁ ଅଲଗା କରିପାରିବନି। ଏହି ଘଟଣାରେ ମୃତ ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନିହାତି ନିଆଯିବ। 

ଉଲ୍ଲେଖନୀୟ ଯେ, ଆଇଡିଏଫ୍‌ ଲେବାନନ୍‌ର ରାଜଧାନୀ ବେରୁଟରେ ହିଜବୁଲାର ହେଡକ୍ବାଟରରେ ୨୭ ସେପ୍ଟେମ୍ବରରେ ବଙ୍କର ବଷ୍ଟର ବମ୍‌ରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏଥିରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ହିଜବୁଲାର ୬୪ ବର୍ଷୀୟ ନେତାଙ୍କ ଶୁକ୍ରବାର ମୃତ୍ୟୁ ହୋଇଥିଲା। ଇସ୍ରାଏଲ ଓ ହିଜବୁଲା ଉଭୟ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.