ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ବାଲିଅନ୍ତା ଥାନାରେ ପ୍ରେମୀ ଯୁଗଳଙ୍କ ହାଇଡ୍ରାମା: ପ୍ରେମ ପାଇଁ ସ୍ୱାମୀ, ଝିଅକୁ ଛାଡ଼ିଲେ ପତ୍ନୀ, ପ୍ରେମବିବାହ କରି ସ୍ୱାମୀ ହତାଶ

ବାଲିଅନ୍ତା,୨୯/୦୭: ୧୦ବର୍ଷ ତଳେ ପ୍ରେମ ବିବାହ କରିଥିବା ଜଣେ ମହିଳା ଏବେ ଆଉ ଜଣଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଛନ୍ତି ଯେ  ସ୍ୱାମୀ ଓ ୮ବର୍ଷର ଝିଅର ମୁହଁକୁ ବି ଚାହୁଁନାହାନ୍ତି ।  ପ୍ରେମିକ ସହିତ ରହିବାକୁ ତାଙ୍କ ଜିଦ୍‌ ଆଗରେ  ହାର ମାନିଛନ୍ତି ସ୍ୱାମୀ, ପରିବାର ଓ ପ୍ରେମିକଙ୍କ ପରିବାର । ଏପରିକି ପୁଲିସ ମଧ୍ୟ ବୁଝାଇ ବୁଝାଇ ନୟାନ୍ତ ହୋଇଛି । ଶେଷରେ ପ୍ରେମୀ ଯୁଗଳ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଚରା ସ୍ୱାମୀ ନିରାଶ ହୋଇ ଘରକୁ ଫେରିଛନ୍ତି । ବାଲିଅନ୍ତା  ଥାନାରେ ରବିବାର ସନ୍ଧ୍ୟାରେ ଏକ ପ୍ରେମୀ ଯୁଗଳଙ୍କ ଏଭଳି ହାଇଡ୍ରାମା ଚର୍ଚ୍ଚାର ବିଷୟ ହୋଇଛି ।   

ସୂଚନା ଅନୁଯାୟୀ, ବାଲିଅନ୍ତା ଅଣ୍ଡିଲୋ ଗ୍ରାମର ପୁଷ୍ପାଞ୍ଜଳି (ଛଦ୍ମନାମ) ବେଣ୍ଟପୁର ଗ୍ରାମର ଜଣେ ଯୁବକଙ୍କୁ ୧୦ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ୮ବର୍ଷ ବୟସର ଏକ ଝିଅ ଅଛି । ତେବେ  ପୁଷ୍ପାଞ୍ଜଳି ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଗତ ୬ଦିନ ହେଲା ତାଙ୍କ ସହ ଫେରାର ହୋଇଯାଇଥିଲେ ।  ଏନେଇ ୨୨ ତାରିଖରେ ପୁଷ୍ପାଞ୍ଜଳି ଓ ସମ୍ପୃକ୍ତ  ଯୁବକଙ୍କ ପରିବାର ପକ୍ଷରୁ ବାଲିଅନ୍ତା ଥାନାରେ ପୃଥକ  ଅଭିଯୋଗ ହୋଇଥିଲା । ପୁଲିସ ଘଟଣାର ତଦନ୍ତ  କରୁଥିବାବେଳେ ଉଭୟ ପ୍ରେମ ପାଇଁ ଘର ଛାଡ଼ି  ପଳାଇଥିବା ଜାଣିବାକୁ ପାଇଥିଲା । ରବିବାର ପ୍ରେମୀ ଯୁଗଳ  ଥାନାରେ ଆସି ଆତ୍ମସମର୍ପଣ କରିଥିଲେ । ତେଣୁ  ପୁଲିସ ଉଭୟଙ୍କ ପରିବାରକୁ ଥାନାକୁ ଡକାଇଥିଲା। ଉଭୟଙ୍କ ପରିବାର, ସରପଞ୍ଚ, ଗାଁର କେତେଜଣ  ମୁରବୀ ଶ୍ରେଣୀର ଲୋକ ଥାନାରେ ପହଞ୍ଚିଥିଲେ । ଥାନା  ଆଗରେ ଏକ କାରରେ ପ୍ରେମୀ ଯୁଗଳ ବସିଥାନ୍ତି ।  ମହିଳା ଓ ଯୁବକଙ୍କ ପରିବାର ଲୋକେ ଉଭୟଙ୍କୁ  ବୁଝାଇବାକୁ ଲାଗିଥାନ୍ତି । ସେମାନଙ୍କୁ ଦେଖିବାକୁ ଥାନାକୁ ଅନ୍ୟ କାମରେ ଆସିଥିବା ଲୋକମାନେ ଭିଡ଼  ଜମାଇଥାନ୍ତି । କିନ୍ତୁ ମହିଳାଙ୍କ ଗୋଟିଏ ଜିଦ୍‌ ପ୍ରେମ  ପାଇଁ ପରିବାର ଛାଡ଼ିଛି । ଆଉ ଘରକୁ ଫେରିବି  ନାହିଁ । ମୋର ସ୍ୱାମୀ କିମ୍ବା ଝିଅ ଦରକାର ନାହିଁ । ପ୍ରେମିକ ମୋ ପାଇଁ ସବୁକିଛି । ପ୍ରେମିକଠାରୁ  ଅଲଗା କଲେ ଏଇଠି ଆତ୍ମହତ୍ୟା କରିଦେବି ।  

ଏହା ଶୁଣି ସମସ୍ତଙ୍କ ବୁଦ୍ଧିଶୂନ୍ୟ ହୋଇଗଲା । ସେପଟେ ମା’କୁ ଝୁରି ଝୁରି ମହିଳାଙ୍କ ଝିଅ ଖାଇବା  ଛାଡ଼ି ଦେଇଛି । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି । କିଛି ସମୟ ପରେ ମହିଳାଙ୍କ ମା’ ଓ ଭାଇ  ପହଞ୍ଚି ଥାନା ପାଶ୍ୱର୍ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ସରପଞ୍ଚ, ମୁରବୀ, ମହିଳାଙ୍କ ସ୍ୱାମୀ, ପ୍ରେମୀ ଯୁଗଳ, ଉଭୟଙ୍କ  ବାପା, ମା’ଙ୍କୁ ଏକାଠି ବସାଇ ପୁଣି ଥରେ ବୁଝାଇଥିଲେ । ଦୁହେଁ ସମସ୍ତଙ୍କ କଥା ମାନି ଉଭୟ ପରିବାର ପାଖକୁ ଫେରିଯିବେ ବୋଲି ରାଜି ହୋଇଗଲେ । ହେଲେ ଲେଖାପଢ଼ା କରି ନିଷ୍ପତ୍ତି କରିବାକୁ କଥା ଉଠିବାରୁ  ଦୁହିଁଙ୍କ ମନ ପୁଣି ବଦଳିଯାଇଥିଲା । ଉଭୟ ପରସ୍ପରକୁ ଛାଡ଼ି ରହିପାରିବେନି ବୋଲି ଥାନା  ବାବୁଙ୍କୁ କହିଥିଲେ । ମହିଳା ଓ ଯୁବକଙ୍କୁ ମହିଳାଙ୍କ ଭାଇ ହାତ ଉଠାଇବା ସହ ତାଗିଦ୍‌ କରିଥିଲେ । ତେବେ ପୁଲିସ ବାବୁ ଥାନା ବାହାରକୁ ଆସି ପରିସ୍ଥିତି  ନିୟନ୍ତ୍ରଣ କରିଥିଲେ । ସେପଟେ ଯୁବକଙ୍କୁ ତାଙ୍କ  ବାପା, ମା’ ଗ୍ରହଣ କରିବେନି ବୋଲି ରୋକଠୋକ୍‌  କହିଥିଲେ । ଏହା ସତ୍ତେ୍ୱ ପ୍ରେମୀଯୁଗଳ ଘରଛାଡ଼ି  ବାହାରେ ଏକାଠି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ । ଶେଷରେ ଏତେସବୁ ଦୃଶ୍ୟ ଦେଖି ଭାଙ୍ଗିପଡ଼ିଥିବା ସ୍ୱାମୀ ଜଣଙ୍କ ନିରାଶ ହୋଇ ଘରକୁ ଫେରିଥିଲେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.