ନୂଆଦିଲ୍ଲୀ : ଚାମ୍ପିଅନ୍ସ ଟ୍ରଫିରେ ଭାରତର ବିଜୟରେ ଅନ୍ୟ ଦେଶମାନଙ୍କରୁ ପ୍ରତିକ୍ରିୟା ଆସିବାରେ ଲାଗିଛି। କିନ୍ତୁ ଏଥିରେ ସବୁଠୁ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟ ଆସିଛି ପାକିସ୍ତାନରୁ। ପାକିସ୍ତାନର ଦୁଇ ପ୍ରସିଦ୍ଧ ପୂର୍ବତନ କ୍ରିକେଟର ଭାରତର ତୀବ୍ର ସମାଲୋଚନା କରିଛନ୍ତି। ପାକିସ୍ତାନରେ ଏକ ଟିଭି ଶୋ’ ବେଳେ ସକଲୈନ ମୁସ୍ତାକ ଓ ଇଞ୍ଜାମମ ଉଲ୍ ହକ୍ ଖୁବ୍ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ସକଲୈନ ମୁସ୍ତାକ ବିଶ୍ୱର ସବୁ କ୍ରିକେଟ୍ ବୋର୍ଡଙ୍କୁ ଉସୁକାଇବା ଆରମ୍ଭ କରି ଦେଇଛନ୍ତି। ସେ ପରାମର୍ଶ ଦେଇଛନ୍ତି କି, ଏହି କ୍ରିକେଟ୍ ବୋର୍ଡ ଗୁଡ଼ିକୁ ଆଇସିସିରୁ ଅଭିଯୋଗ କରିବା ଉଚିତ୍।
ଉଲ୍ଲେଖନୀୟ ଯେ, ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଏହି ଥର ପାକିସ୍ତାନ ଥିଲା। କିନ୍ତୁ ଭାରତ ପାକିସ୍ତାନ ଯିବାକୁ ମନା କରି ଦେଇ ଥିଲା। ଏହାପରେ ଭାରତର ସବୁ ମ୍ୟାଚ୍ ଦୁବାଇରେ ଖେଳାଯାଇ ଥିଲା। ଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ଭାରତ ଟାଇଟଲକୁ ନିଜ ନାଁରେ କରିଛି।
ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍ ଉଲ୍ ହକ୍ ଓ ପୂର୍ବତନ ପ୍ରସିଦ୍ଧ ସ୍ପିନର ସକଲୈନ ମୁସ୍ତାକ ଫାଇନାଲ ପରେ ଟିଭିରେ ନିଜର ମତ ରଖିଥିଲେ। ପାକିସ୍ତାନର ୨୪ନ୍ୟୁଜ୍ ଚ୍ୟାନେଲ୍ରେ କଥାବାର୍ତ୍ତା ବେଳେ ସକଲୈନ କହିଛନ୍ତି , ଏବେ ତ ଟୁର୍ଣ୍ଣାମେଣ୍ଟଶେଷ ହୋଇ ସାରିଛି। ବର୍ତ୍ତମାନ ସବୁ ବୋର୍ଡ ଆଇସିସିକୁ ପଚାରିବା ଉଚିତ୍ ଯେ , ଯେଉଁକାମ ତମେ କଲ ତାହା କଣ ଠିକ୍ ଥିଲା ? ଏହି ପ୍ରଶ୍ନ ମଧ୍ୟ ପଚାରିବା ଉଚିତ୍ ଯେ, ସବୁକିଛି କଣ ଫେୟାର ଥିଲା ? କେଉଁ ଆଡ଼କୁ ତାଙ୍କର ଇସାରା ଯାଉଛି ? କିଏ ଲାଡଲା ଓ କିଏ ଲାଡଲା ନୁହେଁ ? ସକଲୈନ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଆଗକୁ କଣ ସବୁ ଏହିପରି ଚାଲିବ। ସେ ପଚାରିଛନ୍ତି ଯେ, ଆଇସିସିର ସଦସ୍ୟ ଖୁସି ଖୁସିରେ ତାର ନିଷ୍ପତ୍ତିକୁ ମାନିବେ? ନିଜ ସମୟରେ ପ୍ରସିଦ୍ଧ ଥିବା ଏହି ସ୍ପିନର କହିଛନ୍ତି , ସବୁ ବୋର୍ଡ ଏହାକୁ ନେଇ ପ୍ରଶ୍ନ କରିଥିଲେ।
ସକଲୈନ ମୁସ୍ତାକ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା ତ କରିଛନ୍ତି , ହେଲେ ତାଙ୍କ ଅନ୍ଦାଜ ଖୁବ୍ ରୁକ୍ଷ ଭରା ଥିଲା। ସକଲୈନ କହିଛନ୍ତି, ଏବେ ତ ଟୁର୍ଣ୍ଣାମେଣ୍ଟ ଶେଷ ହୋଇ ସାରିଛି। ଭାରତୀୟ ଟିମ୍ ଟାଇଟଲ ମଧ୍ୟ ଜିତି ସାରିଛି। ରୋହିତ ଶର୍ମା ଇତିହାସ ରଚିଲେ। ବେଷ୍ଟ କ୍ୟାପଟେନ୍ସ କ୍ୟାଟେଗୋରୀରେ ଆସିଲେ। ଖେଳାଳିମାନେ ଭଲ ପ୍ରଦର୍ଶନ କଲେ। ତାଙ୍କର ସ୍ପିନ ଡିପାର୍ଟମେଣ୍ଟ ଖୁବ୍ ଭଲ ଖେଳିଲେ।
ସକଲୈନ ଏଥିକିରେ ରୋକି ନଥିଲେ। ସେ ନିଜର କାର୍ଯ୍ୟକ୍ରମ ବେଳେ ଟିମ୍ ଇଣ୍ଡିଆର ପ୍ରଶଂସା କରିବା ପାଇଁ ଆଙ୍କରଙ୍କୁ ମଧ୍ୟ ଖୁବ୍ ଶୁଣାଇଛନ୍ତି। ସେ କହିଛନ୍ତି ଏହି ଟୁର୍ଣ୍ଣାମେଣ୍ଟରେ କିଛି ଗୁରୁତର ଜିନିଷ ହୋଇଛି। ଯଦି ଏହା ଉପରେ ଧ୍ୟାନ ଦିଆନଯାଏ ତ ପରିଣାମ ଖୁବ୍ ଗୁରୁତର ହେବ। ଆଗକୁ ଏସିଆ କପ୍ । ଏଥିରେ ମଧ୍ୟ ଏହି ଜିନିଷ ହେବ ପୁଣି। ଏମିତି ହିଁ ଚାଲିଲେ ପାୱାର ଗେମ୍ ହୋଇ ରହିଯିବ।
ସକଲୈନ ଆହୁରି କହିଛନ୍ତି , ନ୍ୟୁଜିଲାଣ୍ଡକୁ ଫାଇନାଲ ଖେଳିବା ପାଇଁ ଦୁବାଇ ଯାତ୍ରା କରିବାକୁ ପଡ଼ିଲା। ଏହାର ପ୍ରଭାବ ତାଙ୍କ ପ୍ରସ୍ତୁତି ଉପରେ ପଡ଼ିଲା । ଫାଇନାଲ ମ୍ୟାଚ୍ରେ ନ୍ୟୁଜିଲାଣ୍ଡର ଖେଳାଳି ଥକିବା ନଜର ଆସୁଥିଲା। ସକଲୈନ କହିଛନ୍ତି , ଡୈରେଲ ମିଚେଲ ଖୁବ୍ ଧିମା ଇନିଂସ ଖେଳିଲେ। ଏହା ଦେଖା ଯାଉଥିଲା ଯେ , ଯାତ୍ରା ଯୋଗୁଁ ତାଙ୍କର ପ୍ରସ୍ତୁତି ପୂରା ହୋଇ ପାରିନାହିଁ । ଏହା ବ୍ୟତୀତ କେନ୍ ୱିଲିୟମସନ ବାହାରେ ବସି ଥିଲେ। ଏହାର କାରଣ ମଧ୍ୟ ସେ କ୍ଲାନ୍ତ ଥିଲେ।