ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ଏନକ୍ରିପ୍ସନ ବ୍ରେକ୍‌ କରିବାକୁ କହିଲେ ଭାରତରୁ ଫେରିଯିବୁ, କୋର୍ଟରେ କହିଲା ହ୍ବାଟ୍ସଆପ୍‌

Image Courtesy: britannica

ନୂଆଦିଲ୍ଲୀ: ଏନକ୍ରିପ୍ସନ (ତଥ୍ୟ ସୁରକ୍ଷିତ ରଖିବାର ପ୍ରଣାଳୀ) ବ୍ରେକ୍‌ କରିବାକୁ ବାଧ୍ୟକଲେ ଭାରତରୁ ଫେରିଯିବୁ ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ପକ୍ଷରୁ କୋର୍ଟରେ କୁହାଯାଇଛି । ମେଟାର ବହୁ ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌କୁ ଲୋକେ ଏହାର ଗୋପନୀୟତା ଲାଗି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ଏଥିରେ ପଠାଯାଉଥିବା ମେସେଜ୍‌ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ୍‌ । ଏଭଳି ସ୍ଥିତିରେ ଏନକ୍ରିପ୍ସନ ହଟାଇବାକୁ ବାଧ୍ୟ କଲେ ଭାରତରେ ବ୍ୟବସାୟ ବନ୍ଦ କରିଦେବୁ ବୋଲି ହ୍ବାଟ୍ସଆପ୍‌ ପକ୍ଷର ଓକିଲ ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି ।

ହ୍ବାଟ୍ସଆପ୍‌ ଏବଂ ଏହାର ପ୍ୟାରେଣ୍ଟ କମ୍ପାନି ମେଟା ୨୦୨୧ରେ ଭାରତରେ ଲାଗୁ ହୋଇଥିବା ଆଇଟି ନିୟମ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ହାଇକୋର୍ଟ ଗୁରୁବାର (ଏପ୍ରିଲ ୨୫)ରେ ଉଭୟ ପକ୍ଷଙ୍କ ଆବେଦନର ଶୁଣାଣି କରିଛନ୍ତି । ତେବେ ନୂଆ ଆଇଟି ନିୟମ ଅନୁସାରେ, ସୋସିଆଲ ମିଡିଆ ମେସେଜିଂ ଆପ୍‌ରେ କୌଣସି ଚାଟ୍‌ ସଂପର୍କରେ ଜାଣିବାକୁ ଏବଂ ସର୍ବପ୍ରଥମେ ମେସେଜ କ୍ରିଏଟ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ପ୍ରାବଧାନ ରହିବା ଜରୁରୀ । କିନ୍ତୁ ଏଥିରେ ଜଣେ ୟୁଜରଙ୍କ ଗୋପନୀୟତା ପ୍ରଭାବିତ ହେବ ବୋଲି ହ୍ବାଟ୍ସଆପ୍‌ ଅଭିଯୋଗ କରିଆସିଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୨୫ ଫେବୃଆରୀ ୨୦୨୧ରେ ‘ଇନଫର୍ମେସନ୍‌ ଟେକ୍ନୋଲୋଜି’ ନିୟମ ଲାଗୁ କରିଥିଲେ । ଟ୍ବିଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ବାଟ୍ସଆପ୍‌ ଭଳି ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ଏହି ନିୟମ ମାନିବାକୁ ବାଧ୍ୟ ବୋଲି କହିଥିଲେ ସରକାର । କମ୍ପାନିକୁ ପ୍ରାଇଭେସି ପଲସିକୁ ଧ୍ୟାନରେ ରଖିବାକୁ କୁହାଯାଇଥିଲା । ଏହା ସହ ଯେଉଁଭଳି କୌଣସି ପ୍ରକାର ପ୍ରତିବନ୍ଧିତ କଣ୍ଟେଟ୍‌ ତିଆରି ଏବଂ ପ୍ରସାରିତ ନୁହୁଏ ତାଉପରେ ଧ୍ୟାନ ଦେବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ନିର୍ଦେଶ ଦେଇଥିଲେ ଭାରତ ସରକାର । 

  • facebook
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.